ନୂଆଦିଲ୍ଲୀ,୨୦/୦୨; ମହିଳା ଏସିଆ କପ୍ ରାଇଜିଂ ଷ୍ଟାର ୨୦୨୬ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ-ଏ ଏବଂ ଶ୍ରୀଲଙ୍କା-ଏ ମଧ୍ୟରେ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ଜିତି ଫାଇନାଲ ଟିକେଟ୍ ହାତେଇଛି । ବ୍ୟାଙ୍କକର ଟେର୍ଡଥାଇ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତୀୟ-ଏ ଦଳ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଫାଇନାଲରେ ଏଣ୍ଟ୍ରୀ କରିଛି । ଚମତ୍କାର ବୋଲିଂ କରିଥିବା ଅଧିନାୟକ ରାଧା ଯାଦବ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟର ହିରୋ ଥିଲେ

ସେମିଫାଇନାଲ ମ୍ୟାଚ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଶ୍ରୀଲଙ୍କାର 'ଏ' ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଭାରତୀୟ ବୋଲର ଶ୍ରୀଲଙ୍କା ବ୍ୟାଟରଙ୍କୁ ଘାଇଲା କରିଥିଲେ । ଶ୍ରୀଲଙ୍କା ଦଳ ୧୯.୪ ଓଭରରେ ମାତ୍ର ୧୧୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ସଞ୍ଜନା କାଭିଣ୍ଡି ୩୫ ବଲ୍‌ରେ ସର୍ବାଧିକ ୩୧ ରନ୍ କରିଥିଲେ । ଶଶିନି ଗିମହାନି ମଧ୍ୟ ୧୭ ବଲ୍‌ରେ ୨୨ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ । ହଂସିମା କରୁଣାରତ୍ନେ ୧୪ ରନ୍ ଏବଂ ସତ୍ୟ ସାନ୍ଦିପାନି ୧୫ ରନ୍ର ପାଳି ଖେଳିଥିଲେ ।ଏହି ସମୟରେ, ଭାରତୀୟ ଅଧିନାୟକ ରାଧା ଯାଦବ ମ୍ୟାଚ୍ରେ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ । ସେ ୩.୪ ଓଭରରେ ୧୯ ରନ ଦେଇ ୪ ୱିକେଟ୍ ନେଇଥିଲେ । ପ୍ରେମା ରାୱତ ୪ ଓଭରରେ ମାତ୍ର ୯ ରନ ଦେଇ ୨ ୱିକେଟ୍ ନେଇଥିଲେ । ତନୁଜା କନୱାର ମଧ୍ୟ ୨ ୱିକେଟ୍ ନେଇଥିଲେ, ଯାହା ଶ୍ରୀଲଙ୍କାକୁ ୧୨୦ ରନ ବି କରିବାକୁ ଦେଇନଥିଲା । ୧୧୮ ରନରେ ସୀମିତ ରହିଥିଲା ।

ଭାରତ ସହଜରେ ଲକ୍ଷ୍ୟ ହାସଲ କରିଥିଲା- ଜବାବରେ ୧୧୯ ରନର ବିଜୟ ଲକ୍ଷ୍ୟ ଭାରତ ସହଜରେ ହାସଲ କରି ନେଇଥିଲା । ଭାରତୀୟ ଦଳ ତାର ଇନିଂସରେ ଦମଦାର ଆରମ୍ଭ କରିଥିଲା । ବୃନ୍ଦା ଦିନେଶ ୨୦ ବଲ୍ ରେ ୮ ଚୌକା ସହିତ ୪୨ ରନ୍ କରିଥିଲେ । ଅନୁଷ୍କା ଶର୍ମା ମଧ୍ୟ ୧୮ ବଲ୍ ରେ ୨୭ ରନ୍ କରିଥିଲେ । ଅଧିନାୟିକା ରାଧା ଯାଦବ ୩୧ ରନ୍ କରି ଅପରାଜିତ ରହିଥିଲେ । ଯାହା ଫଳରେ ଭାରତ ୧୩.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଏହା ବି ପଢନ୍ତୁ...ପୁଅଙ୍କ ପରି ଝିଅ ବି ପାକିସ୍ତାନକୁ ପାଣି ପିଆଇଲେ, ଏସିଆ କପ୍ ରାଇଜିଂ ଷ୍ଟାର୍ ଟି-ଟ୍ୱେଣ୍ଟିରେ ମାଟି କାମୁଡିଲା ପାକିସ୍ତାନ ଏ’