ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଦେଖିବାକୁ କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍କଣ୍ଠା । ଚଳିତ ଆଇପିଏଲରେ ସେ ଯେଭଳି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ତାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ବଡ଼ ବଡ଼ ବୋଲରଙ୍କୁ ମଧ୍ୟ ଧୂଳି ଚଟାଇଥିଲେ ବୈଭବ । ବିସ୍ଫୋରକ ବ୍ୟାଟିଂ ପରେ ଟିମ୍ ଇଣ୍ଡିଆରେ ତାଙ୍କୁ ଏଣ୍ଟ୍ରି ମିଳିଛି । ଏହାସହ ଭାରତ-ଏ ଦଳରେ ମଧ୍ୟ ଖେଳିବାର ସୁଯୋଗ ମିଳିଛି । ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଅଛନ୍ତି ବୈଭବ ।

ଶ୍ରୀଲଙ୍କା-ଏ ବିପକ୍ଷ ମୁକାବିଲାରେ ଭାରତ ୮ ରନରେ ମ୍ୟାଚ ଜିତିଛି ଭାରତ-ଏ । ତେବେ ଏହି ଦିନିକିଆ ମୁକାବିଲାରେ ସମସ୍ତଙ୍କ ନଜର ରହିଥିଲା ବୈଭବଙ୍କ ବ୍ୟାଟିଂ ଉପରେ । ପୁଣିଥରେ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରିବେ ବୋଲି ଆଶା ରଖିଥିଲେ ଫ୍ୟାନ୍ସ । ମାତ୍ର ଏହା ଦେଖିବାକୁ ମିଳିନଥିଲା । ପ୍ରଥମରୁ ଚୌକା ମାରି ନିଜର ପାଳି ଆରମ୍ଭ କରିଥିଲେ । ମାତ୍ର ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିଲେ ନାହିଁ । ମାତ୍ର ୧୪ ରନ କରିବାରେ ସଫଳ ହୋଇଥିଲେ । ଏହି ଛୋଟ ପାଳିରେ ୩ଟି ଚୌକା ରହିଥିଲା ।

ତେବେ ବୈଭବଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ଫୋକସ୍ ରହିଛି । ପରବର୍ତ୍ତୀ ମ୍ୟାଚରେ କିଭଳି ପ୍ରଦର୍ଶନ କରିବେ ଏହା ଉପରେ ନଜର ରହିଛି । ଶ୍ରୀଲଙ୍କା ପରେ ଆଫଗାନିସ୍ତାନ ବିପକ୍ଷରେ ପରବର୍ତ୍ତୀ ମୁକାବିଲା ରହିଛି । ଆସନ୍ତାକାଲି ଅଥବା ଜୁନ୍ ୧୧ରେ ଏହି ମ୍ୟାଚ ଖେଳାଯିବ । ଆଶା କରାଯଉଛି କି, ପୂର୍ବ ତ୍ରୁଟିକୁ ସୁଧାରି ଏହି ମ୍ୟାଚରେ ପୁଣି ବଡ଼ ସ୍କୋର କରିବାରେ ସଫଳ ହେବେ ବୈଭବ । କୁହାଯାଉଛି କି, ଆଇପିଏଲ ଭଳି ଏଥର ଦମଦାର ପ୍ରଦର୍ଶନ କରିବେ ।

ଏହାସହ ପଢ଼ନ୍ତୁ : Sayani Ghosh Political Career: ଶିବଲିଙ୍ଗ ବିବାଦରୁ ମମତାଙ୍କ ହାତ ଛାଡ଼ିବା, ଜାଣନ୍ତୁ ସାୟାନୀ ଘୋଷଙ୍କ ଜୀବନ କାହାଣୀ