ନୂଆଦିଲ୍ଲୀ,୧୫/୦୬; ଆଇପିଏଲ୍ ୨୦୨୬ ସିଜିନ ୧୯ରେ ବ୍ୟାଟିଂ ବିସ୍ଫୋରଣ କରିଥିଲେ । ସବୁଠି ତାଙ୍କ ବ୍ୟାଟିଂକୁ ନେଇ ଚର୍ଚ୍ଚା ହେଉଥିଲା । ଏହି ପ୍ରଦର୍ଶନ ଆଧାରରେ ରେକର୍ଡ ଭାଙ୍ଗି ସିନିୟର ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ । ଆୟର୍ଲାଣ୍ଡ ଏବଂ ଟି-ଟ୍ୱେଣ୍ଟି ଟିମ୍ରେ ସ୍ଥାନ ପାଇଥିଲେ । କିନ୍ତୁ ଆଇପିଏଲ ପରେ ଶାନ୍ତ ପଡିଛି ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ଶ୍ରୀଲଙ୍କା ଏ, ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଚାଲିଥିବା ଟ୍ରାଇ ସିରିଜରେ ତାଙ୍କର ଫ୍ଲପ ଶୋ ଦେଖିବାକୁ ମିଳିଛି । ଆଜି ଶ୍ରୀଲଙ୍କା ଏ ବିପକ୍ଷରେ ଭାରତ ଏର ମ୍ୟାଚ ଖେଳାଯାଉଛି । ଯେଉଁଥିରେ ବୈଭବ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ଟ୍ରାଇ ସିରିଜରେ ୩ଟି ମ୍ୟାଚରେ ବୈଭବ ଯଥାକ୍ରମେ ୧୪, ୨୧ ଏବଂ ୪୪ ରନ୍ କରିଛନ୍ତି । ଟୋଟାଲ ସ୍କୋର ୮୦ ଅତିକ୍ରମ କରିନାହିଁ । ବଡ଼ ପ୍ରଶ୍ନ ଆଇପିଏଲ୍ ପରେ କାହିଁକି ଗର୍ଜୁନି ବିସ୍ମୟ ବୈଭବଙ୍କ ବ୍ୟାଟ୍ ?
ଗର୍ଜୁନି ବୈଭବଙ୍କ ବ୍ୟାଟ୍- ଡାମ୍ବୁଲାର ରଙ୍ଗିରି ଡାମ୍ବୁଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଏ ବନାମ ଶ୍ରୀଲଙ୍କା ଏ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ୧୪ ବଲ୍ରେ ୩ଟି ଚୌକା ଏବଂ ଗୋଟିଏ ଛକା ମାରି ୨୧ ରନ୍ କରିଛନ୍ତି । ଶ୍ରୀଲଙ୍କା ଏ ଅଧିନାୟକ ସହାନ ଆରାଚିଗୋ ବୈଭବଙ୍କୁ ତାଙ୍କ ସ୍ପିନ୍ ଜାଲରେ ଫସାଇଥିଲେ । ବୈଭବ କଭର ଉପରେ ଏକ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତା ତାଙ୍କ ସମୟ ଖରାପ ଥିଲା । ଭାନୁଜା ସହାନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଗତ ଦୁଇଟି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ବିଶେଷ ପ୍ରଭାବଶାଳୀ ନଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ତାଙ୍କର ସ୍କୋର ଥିଲା ୧୪, ୪୪ ଏବଂ ୨୧, ଯାହା ତାଙ୍କ IPL ଶୈଳୀରୁ ସମ୍ପୂର୍ଣ୍ଣ ଅଲଗା । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଏ ବିପକ୍ଷରେ ୧୪ ରନ୍ କରିଥିଲେ । ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନ ଏ ବିପକ୍ଷରେ ୪୪ ରନର ସାମାନ୍ୟ ଭଲ ଇନିଂସ ଖେଳିଥିଲେ । ବାଉନ୍ସର ଶିକାର ହୋଇଥିଲେ । ଆଫଗାନ ଦ୍ରୁତ ବୋଲର ଅବଦୁଲ୍ଲା ଅହମଜଜାଇ ଆଉଟ୍ କରିଥିଲେ । ତୃତୀୟ ମ୍ୟାଚ୍ରେ, ବୈଭବ ଜଣେ ସ୍ପିନ୍ ବୋଲରଙ୍କ ଶିକାର ହୋଇଥିଲେ।
କେଉଁଠି ଭୁଲ୍ କରୁଛନ୍ତି ବୈଭବ ? ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ବୋଲରମାନଙ୍କୁ ଧୂଳି ଚଟାଇଥିଲେ । ସେ ଅନେକ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ (RR) ପାଇଁ ତାଙ୍କର ବିସ୍ଫୋରକ ଇନିଂସ୍ ଦ୍ୱାରା କ୍ରିକେଟ୍ ବିଶେଷଜ୍ଞ ଏବଂ ପ୍ରଶଂସକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପ୍ରଦର୍ଶନ ଆଧାରରେ ଭାରତ A ଦଳରେ ସାମିଲ ହେବା ପରେ ତାଙ୍କ ଉପରେ ବଡ଼ ଆଶା ରଖାଯାଇଥିଲା । ଅନ୍ତର୍ଜାତୀୟ କ୍ରିକେଟ୍ ପାଖେଇ ଆସିବା ସହିତ, ଯୁବ ବ୍ୟାଟରଙ୍କ ଉପରେ ଚାପ ମଧ୍ୟ ବଢୁଛି । ଶ୍ରୀଲଙ୍କା A ଏବଂ ଆଫଗାନିସ୍ତାନ Aର ବୋଲରମାନେ ବୈଭବଙ୍କ ବିପକ୍ଷରେ ଭଲ ଯୋଜନା ପ୍ରସ୍ତୁତ କରିଥିଲେ, ଏବଂ ଏହାର ପ୍ରଭାବ ତାଙ୍କ ବ୍ୟାଟିଂରେ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି । ଭଲ ଆରମ୍ଭ ସତ୍ତ୍ୱେ ଲମ୍ଭା ଇନିଂସ ଖେଳିପାରୁନାହାନ୍ତି ବୈଭବ । ହୁଏତ ଚାପ ପାଇଁ ସ୍ୱାଭାବିକ ଖେଳିପାରୁ ନାହାନ୍ତି । ତାଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଉଛି । ଭାରତୀୟ ଦଳ ପରିଚାଳନା ଏବଂ ପ୍ରଶଂସକମାନେ ଆଶା କରୁଛନ୍ତି ଯେ, ବୈଭବ ଖୁବ୍ ଶୀଘ୍ର ତାଙ୍କର ଲୟ ଫେରି ପାଇବେ ଏବଂ ସମାନ ବିସ୍ଫୋରକ ଫର୍ମ ପ୍ରଦର୍ଶନ କରିବେ ଯାହା ତାଙ୍କୁ ଚଳିତ ଆଇପିଏଲରେ ସବୁଠାରୁ ଚର୍ଚ୍ଚିତ ପ୍ଲେୟାର କରିଥିଲା ।
ଏହା ବି ପଢନ୍ତୁ...IND VS PAK: ପାକିସ୍ତାନ ଆଁ କରି ଚାହିଁକି ରହିଗଲା...ଏହି ବଡ଼ ଟର୍ଣ୍ଣିଂ ପଏଣ୍ଟ ଭାରତକୁ ୬୪ ରନ୍ରେ ଜିତାଇଲେ