ବାରଙ୍ଗ,୧୫/୦୬: ମୟୂରଭଞ୍ଜର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମଞ୍ଜୁବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପ୍ରେମିକ ଭୀମସେନ ଟୁଡୁ ଜେଲ୍ ଯିବା ପରେ ବି ପୁଲିସ ତନାଘନା ଜାରି ରଖିଛି। ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ବାରଙ୍ଗ ଥାନାର ଏକ ଟିମ୍ ମୟୂରଭଞ୍ଜ ଯାଇଛି । ଏହି ଟିମ୍‌ରେ ଜଣେ ସବଇନ୍ସପେକ୍ଟରଙ୍କ ସହିତ ୪ ଜଣ ରହିଛନ୍ତି।ବାପା, ମା, ଭାଇ ଏବଂ ମାମୁଁ ଝିଅକୁ ପଚରା ଉଚରା କରିବେ ଟିମ୍। ପୁରୁଷ ବନ୍ଧୁ ଓ ଚନ୍ଦ୍ରିକାଙ୍କ ସମ୍ପର୍କ ଏବଂ ନୂଆ ବାନ୍ଧବୀଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବ ପୁଲିସ।

ହି ଟିମ୍ର ଚନ୍ଦିକାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ । ସ୍କୁଲ୍ ଜୀବନରୁ କିଭଳି ଉଭୟଙ୍କର ପରିଚୟ ଥିଲା, ପରେ କଲେଜ ଓ ମେଡିକାଲ୍ କଲେଜରେ ସାଙ୍ଗ ହୋଇ ପାଠ ପଢ଼ିବା ଓ ପ୍ରେମ ସମ୍ପର୍କ ସୃଷ୍ଟି ହେବା ନେଇ ପୁଲିସ ଯୋଗାଡ଼ କରିବ । ସେହିପରି ଏତଲା ପରେ ଚନ୍ଦ୍ରିକାଙ୍କ ଗ୍ରାମବାସୀ ଓ ଅନ୍ୟ ସମ୍ପର୍କୀୟମାନେ ଚନ୍ଦ୍ରିକା-ଭୀମ୍‌ସେନ୍‌ଙ୍କ ସମ୍ପର୍କରେ ହୋଇଥିବା ଫାଟ ବିଷୟରେ ଗଣମାଧ୍ୟରେ ବହୁ କଥା କହିଥିଲେ । ସେଗୁଡ଼ିକର ସତ୍ୟତା ମଧ୍ୟ ପୁଲିସ ଯାଞ୍ଚ୍ କରିବ । ପରେ ବାଲେଶ୍ୱର ମେଡିକାଲ୍ ଯାଇ ଚନ୍ଦ୍ରିକାଙ୍କ କିଛି ସହପାଠୀଙ୍କ ସହିତ ଏହି ଟିମ୍ ଆଲୋଚନା କରିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଯଦି ଆବଶ୍ୟକ ପଡ଼େ ତାହେଲେ ଅଧିକ ପଚରାଉଚରା ପାଇଁ ଭୀମସେନ୍‌ଙ୍କୁ ରିମାଣ୍ଡରେ ନିଆଯିବ । ସେହିପରି ଭୀମସେନ୍‌ଙ୍କ ନୂଆ ପ୍ରେମିକାଙ୍କୁ ମଧ୍ୟ ପଚରାଉଚୁରା ପାଇଁ ଥାନାକୁ ଡକାଯାଇପାରେ ବୋଲି ବାରଙ୍ଗ ଥାନା ପୁଲିସ ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ :- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଓଏଏସ୍ ପ୍ରେମିକଙ୍କ ପାଇଁ ବଢ଼ିଲା ଅଡୁଆ, ଆଗକୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିବ ପୁଲିସ