ନୂଆଦିଲ୍ଲୀ, ୨/୩ : ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ । ଗୋଟିଏ ଟେଷ୍ଟ ଏବଂ ୩ଟି ଦିନିକିଆ ଖେଳିବ । ସେମାବାର ବିସିସିଆଇ ପକ୍ଷରୁ ପ୍ରକାଶ ପାଇଛି ମ୍ୟାଚ୍ ସୂଚୀ । ଆଫଗାନିସ୍ତାନର ଭାରତ ଗସ୍ତ ଜୁନ୍ ୬ ତାରିଖରୁ ଆରମ୍ଭ ହେବ। ଆଇପିଏଲ ସରିବା ପରେ ଏହି ସିରିଜ୍ ଖେଳାଯିବ । ଆଇପିଏଲ ସରୁ ସରୁ ଆରମ୍ଭ ହେବ ବୋଲି ସୂଚନା ରହିଛି ।

 

ଜୁନ୍ ୬ ତାରିଖରୁ ୧୦ ପର୍ଯ୍ୟନ୍ତ ଖେଳାଯିବ ଟେଷ୍ଟ ମ୍ୟାଚ୍ । ଏହି ମ୍ୟାଚଟି ନ୍ୟୁ ଚର୍ଡିଗଡ଼ରେ ଖେଳାଯିବ । ଦ୍ବିତୀୟଥର ପାଇଁ ଭାରତ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ । ଏହାସହ ପ୍ରଥମ ଦିନିକିଆ ଧର୍ମଶାଳା, ଦ୍ବିତୀୟ ମ୍ୟାଚ ଲକ୍ଷ୍ନୌ ଏବଂ ତୃତୀୟ ଦିନିକିଆ ଚେନ୍ନାଇରେ ଖେଳାଯିବ । ଜୁନ୍ ୧୪ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବାବେଳେ ଜୁନ୍ ୧୭ ଏବଂ ୨୦ ଦ୍ବିତୀୟ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ଦିନିକିଆ ସିରିଜ୍ ଖେଳାଯିବାକୁ ଥିବାବେଳେ ବିରାଟ ଏବଂ ରୋହିତ ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟରେ ନଜର ଆସିବେ । 

ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପରେ ଛକା-ଚୌକା ମାରି ଇତିହାସ ରଚିଲା ଭାରତ, ଜାଣନ୍ତୁ କେଉଁ ଦେଶ ମାରିଛନ୍ତି କେତେ ?