ନୂଆଦିଲ୍ଲୀ, ୨/୩ : ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତ । ରବିବାର ଓ୍ବେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚିଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ନିଜର ପ୍ରଭାବ ଜାରି ରଖିଛନ୍ତି । ଟି-୨୦ ବିଶ୍ବକପରେ ସର୍ବାଧିକ ଛକା- ଚୌକା ମାରିବାର ରେକର୍ଡ ନିଜ ନାମରେ କରିଛି ଭାରତ । ଟୁର୍ଣ୍ଣାମେଣ୍ଟରେ ୧୭୯ ବାଉଣ୍ଡୁରୀ ହାସଲ କରିସାରିଲାଣି ଭାରତ ।
ତେବେ ଏହା ପୂର୍ବରୁ ଭାରତ ନାମରେ ଏହି ରେକର୍ଡ ଥିଲା । ୨୦୨୪ ଟି-୨୦ ବିଶ୍ବକପରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୧୫୩ ଛକା-ଚୌକା ମାରିଥିଲେ । କିନ୍ତୁ ଏଥର ଭାରତ ୨୦୦ ପାର କରିବାର ସମ୍ଭାବନା ରହିଛି । ସେମି ଫାଇନାଲ ଏବଂ ଜିତିଲେ ଫାଇନାଲରେ ଆହୁରି ଅଧିକ ମାରିବାର ସମ୍ଭାବନା ରହିଛି ।
ଗୋଟିଏ ଟି-୨୦ ବିଶ୍ବକପ ସିଜିନରେ ଦ୍ବିତୀୟ ସ୍ଥାନରେ ରହିଛି ଓ୍ବେଷ୍ଟଇଣ୍ଡିଜ୍ । ଏହି ଦଳ ୧୭୩ଟି ଛକା-ଚୌକା ମାରିଛି । ତୃତୀୟ ସ୍ଥାନରେ ସାଉଥ ଆଫ୍ରିକା ୧୫୭ ବାଉଣ୍ଡୁରୀ ହାସଲ କରିଛି । ଚତୁର୍ଥ ସ୍ଥାନରେ ଅଛି ଇଂଲଣ୍ଡ । ଯିଏକି ୧୪୩ ଛକା-ଚୌକା ମାରିଛି । ଭାରତ ସହ ଇଂଲଣ୍ଡ ସେମିରେ ଭେଟିବାକୁ ଯାଉଛି ।
ସେପଟେ ଟି-୨୦ ବିଶ୍ବକପ ୨୦୨୬ରେ ଏଯାବତ ୬୯୯ ଛକା ଏବଂ ୧୩୪୦ ଚୌକା ମାରିସାରିଲେଣି ବ୍ୟାଟ୍ସମ୍ୟାନ୍ । ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ହାଇଭେଲଟେଜ୍ ହେବାକୁ ଥିବାବେଳେ ଆଉ କେତେ ବଡ଼ ବାଉଣ୍ଡୁରୀ ଆସୁଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ‘ମର୍ଦ୍ଦାନୀ-୩’କୁ କଲେକ୍ସନରେ ପଛରେ ପକାଇଲା ‘ତେରେନାମ’, ଜାଣନ୍ତୁ ୩ ଦିନରେ କାହାର କେତେ ବେପାର ?