ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପହଲଗାମ ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ଭାରତ

Published By : Tapas Panda | April 30, 2025 11:03 PM

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନ ପାଇଁ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଛି ଭାରତ । ବାୟୁସେନାକୁ ନୋଟିସ ଅର୍ଥାତ୍ NOTAM ଜାରି କରାଯାଇଛି । ୩୦ ଏପ୍ରିଲରୁ  ୨୩ ମେ’ ପର୍ଯ୍ୟନ୍ତ NOTAM(ନୋଟିସ ଟୁ ଏୟାରମ୍ୟାନ୍‌) ଜାରି କରାଯାଇଛି । ଏହି ସମୟ ମଧ୍ୟରେ କୌଣସି ପାକିସ୍ତାନ ପଞ୍ଜିକୃତ ବିମାନ କିମ୍ବା ସାମରିକ ବିମାନ ଭାରତୀୟ ଆକାଶ ମାର୍ଗରେ ପ୍ରବେଶ କରିପାରିବ ନାହିଁ । ଏହା ପୂର୍ବରୁ ଭାରତୀୟ ବିମାନ ଲାଗି ନିଜର ଆକାଶ ମାର୍ଗ ବନ୍ଦ କରିଦେଇଥିଲା ପାକିସ୍ତାନ ।

ଏହାରି ମଧ୍ୟରେ ପାକିସ୍ତାନରୁ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି। ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ୩୬ ଘଣ୍ଟା ମଧ୍ୟରେ ଯୁଦ୍ଧ ନିଶ୍ଚିତ । ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଦାର କହିଛନ୍ତି ଯେ, ସେ ଏକ ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଏହି ଖବର ପାଇଛନ୍ତି ଏବଂ ଏହି ସୂତ୍ର ଭୁଲ ହେବ ନାହିଁ । ଭାରତ ୩୬ ଘଣ୍ଟା ମଧ୍ୟରେ ଆମ ଉପରେ ଆକ୍ରମଣ କରିପାରେ । ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆମେ ଭାରତ ସହିତ ଯୁଦ୍ଧ ଚାହୁଁନାହୁଁ । କିନ୍ତୁ ଭାରତ ଯୁଦ୍ଧ କଲେ ଦୁଇ ଗୁଣ ଶକ୍ତି ସହ ଲଢ଼େଇ କରିବୁ ।

ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କ’ଣ କରିବାକୁ ଯାଉଛି ତାହା କଳ୍ପନା କରି କରି ପାକିସ୍ତାନ ହାଲ ବେହାଲ ହୋଇପଡ଼ିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ବୁଧବାର କହିଛନ୍ତି ଯେ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ବିଭିନ୍ନ ଦେଶ ଦ୍ୱାରା ପ୍ରୟାସ କରାଯିବା ସତ୍ତ୍ୱେ ସଂଘର୍ଷର ସମ୍ଭାବନା ବୃଦ୍ଧି ପାଉଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଭାରତ ଆକ୍ରମଣ କରିବାକୁ ଯାଉଛି । ସଂସଦ ବାହାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଆସିଫ ଏହି ମନ୍ତବ୍ୟ ଦେଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.