କଟକ,୦୨/୦୨: ଫେବ୍ରୁଆରୀ ୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ  ଦିନିକିଆ ମ୍ୟାଚ୍‌ ପାଇଁ ରବିବାର ଠାରୁ  ଅନଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହେବ ।  ଅପରାହ୍ଣ ୪ଟାରୁ ଅନଲାଇନ୍‌ ପୋର୍ଟାଲ ଖୋଲିବ ।  ପ୍ରାୟ ୪,୦୦୦ ଟିକେଟ ଅନଲାଇନ୍‌ରେ ବିକ୍ରି କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନଲାଇନ୍‌  ଟିକେଟ ବିକ୍ରିରେ ଦର୍ଶକଙ୍କ ପସନ୍ଦଯୋଗ୍ୟ ୧ ଓ  ୩ ଗ୍ୟାଲେରୀ ସହିତ କର୍ପୋରେଟ ବକ୍ସ ଟିକେଟ୍‌ ଉପଲବ୍ଧ ହେବ ନାହିଁ । 

୧ ଓ ୩ ନମ୍ବର ଗ୍ୟାଲେରୀ ପଡିଆ ପାଶ୍ୱର୍ରେ ରହିଥିବାରୁ କ୍ରିକେଟପ୍ରେମୀ ଏହି  ଗ୍ୟାଲେରୀ ଟିକେଟ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି । କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ ନଥିବାରୁ କ୍ରିକେଟପ୍ରେମୀ ଅସନ୍ତୋଷ  ପ୍ରକଟ କରିଛନ୍ତି । ଗ୍ୟାଲେରୀ ନମ୍ବର ୨, ୪, ୭  ସହିତ ସ୍ପେଶାଲ୍‌ ଏନ୍‌କ୍ଲୋଜର୍‌, ଏସି ଗ୍ୟାଲେରୀ  ବକ୍ସ ଓ ନ୍ୟୁ ପ୍ୟାଭିଲିୟନ ଟିକେଟ ଉପଲବ୍ଧ  ରହିବ । ଡିଷ୍ଟ୍ରିକ୍ଟ ଆପ୍ଲିକେସନ୍‌ ମାଧ୍ୟମରେ  କ୍ରିକେଟପ୍ରେମୀ ଅନଲାଇନ୍‌ ଟିକେଟ ବୁକ୍‌  କରିପାରିବେ । ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରି  ନିଜ ପସନ୍ଦର ସିଟ୍‌ ଚୟନ କରିପାରିବେ ଦର୍ଶକ । 

କେମିତି କରିବେ ଅନ୍‌ଲାଇନ୍‌ ଟିକେଟ ବୁକିଂ

  • ଡିଷ୍ଟ୍ରିକ୍ଟ ଆପ୍‌ କିମ୍ବା ଡିଷ୍ଟ୍ରିକ୍ଟ.ଇନ୍‌ ୱେବ୍‌ସାଇଟରେ ପ୍ରବେଶ କରିବାକୁ ହେବ
  • ସେଠାରେ ଥିବା ମ୍ୟାଚ୍‌ ବ୍ୟାନରରେ ବାରବାଟୀ ଷ୍ଟାଡିୟମ୍‌ ଭେନ୍ୟୁକୁ କ୍ଲିକ୍‌ କରିବେ
  • ଭେନ୍ୟୁକୁ କ୍ଲିକ୍‌ କରିବା ପରେ ସେଠାରେ ଦେଖାଯିବାକୁ ଥିବା ‘ବୁକ୍‌ ଟିକେଟ୍ସ’ ଉପରେ କ୍ଲିକ୍‌ କରିବାକୁ ହେବ
  • ସେଠାରେ ‘ବାଏ ନାଓ’ ଉପରେ କ୍ଲିକ୍‌ କରିବାକୁ ହେବ
  • ଚୁଜ୍‌ ଟିକେଟ୍‌ ଭାଗକୁ ଚୟନ କରିବା ପରେ ଷ୍ଟାଡିୟମ୍‌ର କେଉଁ ଷ୍ଟାଣ୍ଡ୍‌କୁ ପସନ୍ଦ କରିବେ ତାହା ଉପରେ କ୍ଲିକ୍‌ କରିବାକୁ ହେବ
  • ପରେ ‘କଣ୍ଟିନିଉ’ ଚୟନ କରିବା ପରେ ଅନଲାଇନ୍‌ ପେମେଣ୍ଟ୍‌ ଦାଖଲ କରିବାକୁ ହେବ
  • ୟୁପିଆଇ, ନେଟ୍‌ ବ୍ୟାଙ୍କିଂ ଓ କାର୍ଡ ମାଧ୍ୟମରେ ପେମେଣ୍ଟ ଦାଖଲ କରିବେ
  • ଟିକେଟ ନିଶ୍ଚିତ ହୋଇଯିବା ପରେ ଆପ୍‌, ଇ-ମେଲ୍‌ରେ ମେସେଜ୍‌ ଆସିବ
  • ଇ-ମେଲ୍‌ରେ ଏକ କ୍ୟୁଆର୍‌ କୋଡ୍‌ ଯିବ । ବୁକ୍‌ ହୋଇଥିବା ଟିକଟ ଗ୍ରହଣ କରିବା ସମୟରେ ଏହି କ୍ୟୁଆର୍‌ କୋଡ୍‌କୁ ଦେଖାଇବାକୁ ହେବ

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବାକୁ ଥିବା ଟିକେଟ

ଗ୍ୟାଲେରୀ-୨ : ୯୦୦ ଟଙ୍କା

ଗ୍ୟାଲେରୀ-୪ : ୯୦୦ ଟଙ୍କା

ଗ୍ୟାଲେରୀ-୭ : ୭୦୦ ଟଙ୍କା

ସ୍ପେଶାଲ୍‌ ଏନ୍‌କ୍ଲୋଜର୍‌ : ୬,୦୦୦ ଟଙ୍କା

ଏସି ଗ୍ୟାଲେରୀ ବକ୍ସ : ୮,୦୦୦ ଟଙ୍କା

ନ୍ୟୁ ପ୍ୟାଭିଲିୟନ : ୧୦,୦୦୦ ଟଙ୍କା