ନୂଆଦିଲ୍ଲୀ : ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଇରାନରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା ବିଷୟରେ କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପଶ୍ଚିମ ଏସିଆରେ ଚାଲି ଥିବା ସଂଘର୍ଷ ମଧ୍ୟରେ ଇରାନରୁ ୧୨୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଇରାନ ଓ ଆମେରିକା ମଧ୍ୟରେ ଗତ ମାସ ହେବ ଯୁଦ୍ଧ ଲାଗି ରହିଛି। ଏହି ସମୟରେ , ଇରାନ ଓ ଉପସାଗରୀୟ ଦେଶ ଗୁଡ଼ିକରେ ବହୁ ସଂଖ୍ୟାରେ ଭାରତୀୟ ରହୁଛନ୍ତି। ସେଠାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି।
ଦିଲ୍ଲୀରେ ପ୍ରେସ୍ ବ୍ରିକିଂକୁ ସମ୍ୱୋଧିତ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ କହିଛନ୍ତି ଯେ, ଏହି ସୁରକ୍ଷିତ ସ୍ଥାନାନ୍ତର କରିବା ଆର୍ମେନିଆ ଓ ଅଜରବୈଜାନର ରାସ୍ତା ମଧ୍ୟ ଦେଇ କରାଯାଉଛି, ଯେଉଁଥିରେ କେନ୍ଦ୍ର ଗ୍ରାଉଣ୍ଡ ସ୍ତରରେ ପ୍ରୟାସକୁ ଅତି ଧ୍ୟାନର ସହ କରୁଛି। ସେ କହିଥିଲେ , ପାଖାପାଖି ୧୨୦୦ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି, ଯେଉଁଥିରୁ ୮୪୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେ ଆହୁରି କହିଛନ୍ତି , ୯୯୬ ଲୋକ ଆର୍ମେନିଆ ଚାଲି ଯାଇଛନ୍ତି ଏବଂ ୨୦୪ ଅଜରବୈଜାନ , ଯେଉଁଠି ବୈଦେଶିକ ମନ୍ତ୍ରଣାଳୟ ତାଙ୍କର ସାହାଯ୍ୟ କରୁଛି। ମୁଖପାତ୍ର କହିଛନ୍ତି ଯେ, ମନ୍ତ୍ରଣାଳୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଆର୍ମେନିଆ ଓ ଅଜରବୈଜାନ, ଉଭୟ ସ୍ଥାନରେ ଭାରତୀୟ ମିଶନ ଓ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରୁଛନ୍ତି।
ସେ ଆହୁରି କହିଛନ୍ତି ଯେ, ଭାରତ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାସ୍ତାରେ ଉଦ୍ଧାର ଲୋକଙ୍କ ସାହାଯ୍ୟ ପାଇଁ ଜରୁରି ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସ୍ତରୀୟ ନେତାଙ୍କ ସହ କଥାବାର୍ତ୍ତା ହୋଇଥିଲେ , ଯାହାକି ପଶ୍ଚିମ ଏସିଆରେ ଚାଲୁଥିବା ସଂଘର୍ଷ ସହ ପ୍ରମୁଖ ଅନ୍ତର୍ଜାତୀୟ ଘଟଣାକ୍ରମ ଉପରେ ଆଲୋଚନା କରାଯାଇ ପାରିବ। ଏହି ବିଷୟରେ କଥା ହୋଇ ,ଜାୟସୱାଲ କହିଛନ୍ତି , ପ୍ରଧାନମନ୍ତ୍ରୀ ଏହି ସମୟରେ ସାରା ବିଶ୍ୱର ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରୁଛନ୍ତି। ଏହି କ୍ରମରେ , ୨୮ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ କଥାହୋଇ ଥିଲେ।