ନୂଆଦିଲ୍ଲୀ,୧୧/୧୨: ସିରିଆରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଇଛି । ଗୃହଯୁଦ୍ଧରେ ଆଶାନ୍ତ ହୋଇଥିବା ସିରିଆରୁ ୭୫ଜଣ ଭାରତୀୟଙ୍କୁ ଏୟାରଲିଫ୍ଟ କରିଛି ଭାରତ । ଲେବାନନ ରାସ୍ତା ଦେଇ ଭାରତ ଫେରିଥିବା ଜଣାପଡିଛି । ଏୟାରଲିପ୍ଟ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସେପଟେ ଯେଉଁ ସିରିଆରେ ରହିଥିବା ଭାରତୀୟ ଦୂତବାସ ସହ ସମ୍ପର୍କରେ ରହିବାକୁ କୁହାଯାଇଛି ।
ଅଶାନ୍ତ ସିରିଆରୁ ଭାରତ ୭୫ ଜଣ ନାଗରିବାଙ୍କୁ ସ୍ବଦେଶ ଫେରାଇ ଆଣିଛି । ଗୃହଯୁଦ୍ଧରେ ଛାରଖାର ହୋଇଯାଇଛି ସିରିଆ । ଏହାରି ଭିତରେ ଆକ୍ସନକୁ ଆସିଛନ୍ତି ଭାରତ ସରକାର । ସିରିଆରୁ ଭାରତ ଫେରିଥିବା ୭୫ ଭାରତୀୟଙ୍କ ମଧ୍ୟରେ ୪୪ଜଣ ଜାମ୍ମକାଶ୍ମୀରର ହୋଇଥିବା ଜଣାପଡିଛି । ସିରିଆରୁ ୫୦ ବର୍ଷର ପରିବାରିକ ଅଲ ଅସଦ ଶାସନର ଅନ୍ତ ହୋଇଛି । ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ କବଜା କରିବା ପରେ ଦେଶର ରାଷ୍ଟ୍ରପତି ପଳାୟନ କରିଥିଲେ । ସ୍ଥିତି ଦିନକୁ ଦିନ ସାଘଂତିକ ହେଉଛି ।
ଅଶାନ୍ତ ସିରିଆରୁ ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଥିଲେ ଭାରତ ସରକାର । ସିରିଆରେ ଭାରତୀୟଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା କଥା କହିଥିଲେ ବୈଦେଶିକ ମନ୍ତ୍ରଣାଳୟ । କିପରି ଭାରତୀୟଙ୍କୁ ସୁରକ୍ଷିତ ଅଣାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୭୫ ଭାରତୀୟଙ୍କ ସୁରକ୍ଷିତ ଭାରତ ଅଣାଯାଇଛି । ପୂର୍ବରୁ ସିରିଆରେ ରହୁଥିବା ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଥିଲା । ଭାରତୀୟ ଦୂତବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଥିଲା । ଏ ନେଇ ହେଲ୍ପଲାଇନ ନମ୍ବର ଓ ଇମେଲ ଜାରି ହୋଇଥିଲା । ସିରିଆ ସ୍ଥିତି ଉପରେ ନଜର ରଖିଛନ୍ତି ଭାରତ ସରକାର ।