ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

UNHRC ବୈଠକରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ, କହିଲା "ଅସଫଳ ରାଷ୍ଟ୍ର କାହାକୁ ଲେକଚର୍ ଦେବା ଦରକାର ନାହିଁ"

Published By : Rasmita Pradhan | February 27, 2025 8:39 AM

ନୂଆଦିଲ୍ଲୀ, ୨୭/୦୨ : ଜେନିଭାରେ ଆୟୋଜିତ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ ବୈଠକରେ (UNHRC) ପାକିସ୍ତାନକୁ ଆଇନା ଦେଖାଇଲା ଭାରତ। ଏହି ବୈଠକରେ ଜମ୍ମୁ ଏବଂ କାଶ୍ମୀରରେ ଭାରତ ଲୋକତନ୍ତ୍ରକୁ ଚାପୁଥିବା ଏବଂ ମାନବାଧିକାରର ଉଲ୍ଲଙ୍ଘନ କରୁଥିବା ନେଇ ଅଭିଯୋଗ ଆଣିଥିଲା ପାକିସ୍ତାନ। ଯାହାକୁ ନେଇ ପାକିସ୍ତାନ ଉପରେ ବର୍ଷିଛି ଭାରତ। ଭାରତର ରାଷ୍ଟ୍ରଦୂତ କୃତିଜ ତ୍ୟାଗୀ କହିଛନ୍ତି ଯେ, ଏହା ଆଧାର ବିହୀନ ଦୁର୍ଭାବନାପୂର୍ଣ୍ଣ ଅଭିଯୋଗ। ପାକିସ୍ତାନ ନିଜେ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ରାଷ୍ଟ୍ର। ସେ ନିଜେ ଅନ୍ୟକୁ ଉପଦେଶ ଦେବା ସ୍ଥିତିରେ ନାହିଁ। ପାକିସ୍ତାନର ତଥାକଥିତ ନେତା ଏବଂ ପ୍ରତିନିଧି ତାଙ୍କ ଆତଙ୍କବାଦୀ ସୈନ୍ୟ ତନ୍ତ୍ର ଦ୍ଵାରା ଦିଆଯାଇଥିବା ମିଥ୍ୟା ତଥ୍ୟକୁ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି। 

(UNHRC)ବୈଠକରେ ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଆଜମ ନଜିର ତାରାର କହିଥିଲେ ଯେ, କାଶ୍ମୀର ଲୋକଙ୍କର ଆତ୍ମନିର୍ଣ୍ଣୟ ଅଧିକାର କ୍ଷୁର୍ଣ୍ଣ କରାଯାଉଛି। ମାନବାଧିକାରର ଉଲ୍ଲଙ୍ଘନ କରାଯାଉଛି। ଯାହାକି ସଂଯୁକ୍ତ ରାଷ୍ଟ୍ରର ଚାର୍ଟର ଏବଂ ପ୍ରସ୍ତାବ ତଥା ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରୁଛି। ତେଣୁ ଏହାକୁ ରୋକିବା ଜରୁରୀ ହୋଇପଡ଼ିଛି। ତେବେ ଏହାର ଉତ୍ତରରେ ଭାରତ ଜମ୍ମୁ କାଶ୍ମୀରରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ଦ୍ଵାହି ଦେଇ ପାକିସ୍ତାନକୁ ଆଇନା ଦେଖାଇଛି। ଭାରତ କହିଛି ଯେ, ଜମ୍ମୁ କାଶ୍ମୀର ଏବଂ ଲଦ୍ଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗତ କିଛି ବର୍ଷ ମଧ୍ୟରେ ଏଠାରେ ହୋଇଥିବା ଅଦ୍ଭୁତପୂର୍ବ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ବିକାଶ ଏହାର ଉଦାହରଣ। ସରକାରଙ୍କ ପ୍ରଚେଷ୍ଟା ଉପରେ ଲୋକଙ୍କ ବିଶ୍ଵାସ ରହିଛି। 

ଭାରତ ରାଷ୍ଟ୍ରଦୂତ କହିଛନ୍ତି ଯେ, ପାକିସ୍ତାନ ଭାରତ ଉପରେ କୁଦୃଷ୍ଟି ନରଖି ନିଜ ଲୋକମାନଙ୍କୁ ସୁଶାସନ ଏବଂ ନ୍ୟାୟ ଦେବାରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍। ଯେଉଁ ଦେଶ ମିଳିତ ଜାତିସଙ୍ଘ ଦ୍ଵାରା ପ୍ରତିବନ୍ଧକ ଲଗାଯାଉଥିବା ଆତଙ୍କବାଦୀଙ୍କୁ ଶରଣ ଦେଉଛି ସେହି ଦେଶକୁ ଅନ୍ୟକୁ ଉପଦେଶ ଦେବାର ଅଧିକାର ନାହିଁ। ଏହି ବୈଠକର ଗୁରୁତ୍ଵପୂର୍ଣ୍ଣ ସମୟକୁ ଏକ ଅସଫଳ ରାଷ୍ଟ୍ର ବରବାଦ୍ କରୁଛି। 

ଏହି ଖବରଟିକୁ ପଢନ୍ତୁ-Pakistan: ଶିବରାତ୍ରୀ ପାଳିବାକୁ ପାକିସ୍ତାନରେ ପହଞ୍ଚିଲେ ୧୦୦ରୁ ଅଧିକ ଭାରତୀୟ, ଜାଣନ୍ତୁ କ’ଣ ରହିଛି ପୁରା ଖବର...



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.