ମେଲବର୍ଣ୍ଣ: ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ୪ ୱିକେଟରେ ମ୍ୟାଚ୍ ଜିତିନେଇଛି । ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୧୩.୨ ଓଭରରେ ୬ ୱିକେଟ୍ ହରାଇ ୧୨୬ ରନ୍ ସହ ବିଜୟୀ ହୋଇଛି । ଟସ୍ ହାରିବା ପରେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଆରମ୍ଭ ଖରାପ ଥିଲା। ଶୁଭମନ ଗିଲ୍ (୫ ରନ୍), ସଞ୍ଜୁ ସାମସନ୍ (୨ ରନ୍), ତିଲକ ବର୍ମା (୦) ଏବଂ ସୂର୍ଯ୍ୟକୁମାର ଯାଦବ (୧ ରନ୍) ଆଉଟ୍ ହୋଇଥିଲେ।
ଅଭିଷେକ ଶର୍ମା, ହର୍ଷିତ ରାଣାଙ୍କ ସହ ମିଶି ଅର୍ଦ୍ଧଶତକୀୟ ଭାଗୀଦାରି କରି ଭାରତକୁ ୧୦୦ ଅତିକ୍ରମ କରାଇଥିଲେ। ଅଭିଷେକ ୩୭ ବଲ୍ରେ ୬୮ ରନ୍ କରିଥିଲେ। ସେ ଆଉଟ୍ ହେବା ପରେ, ଭାରତ ୧୮.୪ ଓଭରରେ ୧୨୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ୯ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଅଷ୍ଟ୍ରେଲିଆର ଜୋଶ୍ ହାଜେଲଉଡ୍ ତିନୋଟି ୱିକେଟ୍ ନେଇଥିଲେ। ଜାଭିୟର ବାର୍ଟଲେଟ୍ ଏବଂ ନାଥନ୍ ଏଲିସ୍ ପ୍ରତ୍ୟେକେ ଦୁଇଟି ୱିକେଟ୍ ନେଇଥିଲେ। ଷ୍ଟୋଇନିସ୍ ଗୋଟିଏ ୱିକେଟ୍ ନେଇଥିଲେ। ଦୁଇ ଜଣ ବ୍ୟାଟର ରନ୍ ଆଉଟ୍ ହୋଇଥିଲେ।
ଘରୋଇ ଦଳ ଆଗରେ ଖୁବ କମ ରନ (୧୨୬) ଟର୍ଗେଟ ଥିଲା । ତଥାପି ଭାରତୀୟ ବୋଲର କମାଲ ପ୍ରଦର୍ଶନ କରିଥିଲେ । ଏମିତି ଲାଗୁଥିଲା ଯେ, ଆଉ ୩୦-୪୦ ରନ୍ ହୋଇଥିଲେ ଅଷ୍ଟ୍ରେଲିଆ ବଜୟୀ ହେବା କଷ୍ଟକର ହୋଇପଡ଼ିଥାନ୍ତା । ଆଜି ବୁମରା, କୁଲଦୀପ ଏବଂ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେପଟେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ସିରିଜ୍ କବଜା କରିବାକୁ ହେଲେ ଭାରତୀୟ ଦଳକୁ ବାକି ୩ଟି ମ୍ୟାଚ୍ ଜିତିବାକୁ ପଡ଼ିବ ।