ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୁମ୍ବାଇ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଆକର୍ଷଣୀୟ ପ୍ରଦର୍ଶନ? ୧୪୩ ରନ୍‌ରେ ଅଗ୍ରଣୀ ନ୍ୟୁଜିଲାଣ୍ଡ

Published By : Soubhagya Ranjan | November 2, 2024 5:54 PM

ମୁମ୍ବାଇ,୦୨/୧୧: ମୁମ୍ବାଇ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି। ନ୍ୟୁଜିଲାଣ୍ଡର ସ୍କୋର ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୯ ଓ୍ବିକେଟ ବିନିମୟରେ ୧୭୧ ରନ୍‌ ରହିଛି। ଏହି ପରିପ୍ରେକ୍ଷିରେ କିଓ୍ବି ଦଳ ୧୪୩ ରନ୍‌ରେ ଅଗ୍ରଣୀ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ଏବଂ ଓ୍ବିଲିୟମ ଓରୁକ ଅପରାଜିତ ରହିଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼ାଜା ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ଜାଡେଜାଙ୍କୁ ୪ଟି ଓ୍ବିକେଟ ମିଳିଛି। ସେହିପରି ରବିଚନ୍ଦ୍ରନ୍‌ ଅଶ୍ବିନୀ କିଓ୍ବି ଦଳର ତିନିଜଣ ବ୍ୟାଟରଙ୍କୁ ଶିକାର କରିଥିଲେ। ଆକାଶଦୀପ ଏବଂ ଓ୍ବାଶିଂଟନ ସୁନ୍ଦର ୧-୧ ଓ୍ବିକେଟ ନିଜ ନାଁରେ କରିଥିଲେ। ଆଜି ଦ୍ବିତୀୟ ଦିନରେ ଉଭୟ ଦଳରୁ ୧୫ଜଣ ବ୍ୟାଟର ପାଭିଲିୟନ ଫେରିଥିଲେ। 

ଏହାପୂର୍ବରୁ ଭାରତ ଦ୍ୱିତୀୟ ଦିନରେ ୪ ୱିକେଟ୍‌ରେ ୮୪ ରନ୍‌ରୁ ଖେଳ ଆରମ୍ଭ କରିଥିଲା। ଶୁଭମାନ ଗିଲ ଏବଂ ଋଷଭ ପନ୍ତ ଭାରତ ପାଇଁ ୯୬ ରନର ଭାଗିଦାରୀ କରିଥିଲେ, କିନ୍ତୁ ଏହା ପରେ ଟିମ୍ ଇଣ୍ଡିଆର ବ୍ୟାଟରମାନେ ନିୟମିତ ବ୍ୟବଧାନରେ ପାଭିଲିୟନକୁ ଫେରିଥିଲେ। ଫଳସ୍ୱରୂପ ଭାରତୀୟ ଦଳ ୨୬୩ ରନକୁ ହ୍ରାସ ପାଇଥିଲା। ୫୯ ବଲରେ ୬୦ ରନ୍ ସ୍କୋର କରିବା ପରେ ଋଷଭ ପନ୍ତ ଆଉଟ୍ ହୋଇଥିଲେ। ସେ ତାଙ୍କ ଇନିଂସରେ ୮ଟଇ ଚୌକା ଓ ୨ଟି ଛକା ମାରିଥିଲେ। ଶୁଭମାନ ଗିଲ ୧୪୬ ବଲରେ ୯୦ ରନ୍ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୭ ଚୌକା ଓ ୧ ଛକା ମାରିଥିଲେ। ଏହା ପରେ କ୍ରମାଗତ ଭାବରେ ଭାରତୀୟ ବ୍ୟାଟରମାନେ  ପାଭିଲିୟନ ଫେରିଥିଲେ। ସରଫରାଜ ଖାନ କୌଣସି ରନ୍ କରିନଥିବା ବେଳେ ରବିନ୍ଦ୍ର ଜାଡେଜା ୧୪ ରନ୍ ସଂଗ୍ରହ କରିଥିଲେ। ଏହି ପରିପ୍ରେକ୍ଷିରେ ରବି ଅଶ୍ୱିନ୍ ୬ ରନ୍ କରିଥିଲେ। ଆକାଶଦୀପ ଶୂନ୍ୟରେ ଆଉଟ୍ ହୋଇଥିଲେ। ତେବେ ୱାଶିଂଟନ୍ ସୁନ୍ଦର ୩୮ ରନର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଅଜାଜ ପଟେଲ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଅଜାଜ ପଟେଲ ୫ ଜଣ ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ବ୍ୟତୀତ ମ୍ୟାଟ ହେନେରୀ, ଗ୍ଲେନ ଫିଲିପ୍ସ ଏବଂ ଇଶ ସୋଡି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.