ନୂଆଦିଲ୍ଲୀ,୩୦/୦୯: ଏସିଆ କପରେ ପରେ କ୍ରିକେଟ ଫ୍ୟାନ୍ସଙ୍କ ନଜର ଏବେ ଆଇସିସି ମହିଳା ବିଶ୍ୱକପ ଉପରେ ରହିଛି । ଯେଉଁଥିରେ ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ । ପୁଣି ଆଉ ଏକ ସନଣ୍ଡେରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏସିଆ କପରେ ୩ ଥର ଭାରତକୁ ଧୂଳି ଚଟାଇଛି ଭାରତ । ଲିଗ୍‌, ସୁପର ଫୋର ରାଉଣ୍ଡ ପରେ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ନବମ ଥର ଏସିଆ କପ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଏବେ ମହିଳା ବିଶ୍ୱକପରେ ଆସନ୍ତା ଅକ୍ଟୋବର ୫ରେ ଭାରତ-ପାକିସ୍ତାନ ମହାମୁକାବିଲା ଖେଳାଯିବ ।

ଆରମ୍ଭ ହୋଇଛି ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍‌ର ୧୩ତମ ସଂସ୍କରଣ । ଉଦ୍‌ଘାଟନୀ ମୁକାବିଲାରେ ଦୁଇ ଆୟୋଜକ ଦଳ ଭାରତ ଓ ଶ୍ରୀଲଙ୍କା ହେବେ ସାମ୍ନାସାମ୍ନି ହୋଇଛନ୍ତି । ଆସାମର ଏସିଏ ଷ୍ଟାଡ଼ିୟମ୍‌ରେ ଖେଳାଯାଇଛି । ପ୍ରଥମ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଆସନ୍ତା ୫ ଅକ୍ଟୋବରରେ ଭାରତ-ପାକିସ୍ତାନ ବିଶ୍ୱକପ ମୁକାବିଲା ଖେଳାଯିବ । ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ମ୍ୟାଚ । ଉଭୟ ଭାରତ ଓ ଶ୍ରୀଲଙ୍କା ବିଶ୍ୱକପ ଆୟୋଜକ ରହିଛନ୍ତି । ଏହି ମ୍ୟାଚକୁ ନେଇ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି ।

ଦେଖିବାକୁ ବାକି ରହିଲା କଣ ଭାରତୀୟ ପୁରୁଷ ଟିମ ପରି ମହିଳା ପାକିସ୍ତାନକୁ ଚକ୍‌ମା ଦେଉଛନ୍ତି ନା ନାହିଁ । ଅଷ୍ଟ୍ରେଲିଆ ସର୍ବାଧିକ ଥର ବିଶ୍ୱକପ ଜିତିଛି । ୭ ଥର ବିଶ୍ୱ ବିଜୟୀ ହୋଇଛି କଙ୍ଗାରୁ ଟିମ୍ । ୧୯୭୩ ଓ ୨୦୨୨ ମଧ୍ୟରେ ୧୨ ସିଜନରେ ଭାରତ କେବଳ ୨୦୧୩ ଓ ୨୦୧୭ରେ ଫାଇନାଲ ଖେଳିଛି । ଏଥର ଟ୍ରଫି ମରୁଡି ଶେଷ ହେବ ବୋଲି ଆଶା କରାଯାଉଛି ।