ନୂଆଦିଲ୍ଲୀ, ୧୪/୨ : ରବିବାର ଟି-୨୦ ବିଶ୍ବକପ ୨୦୨୬ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାଲଢ଼େଇ । ଏହି ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଛି । ତେବେ ପ୍ରଥମେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ମନା କରିଥିଲା । ଭାରତ ବିପକ୍ଷ ମ୍ୟାଚକୁ ବର୍ଜନ କରିଥିଲା ପାକିସ୍ତାନ । କିନ୍ତୁ ଏବେ ପୁଣି ୟୁଟର୍ଣ୍ଣ ମାରିଛି । ତେବେ ପାକିସ୍ତାନ ରାଜି ହେବା ପରେ ପୁଣି ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ଅନୁଷ୍ଠିତ ହେବା ପରେ କେବଳ ଆଇସିସି ନୁହେଁ ସମସ୍ତ ବୋର୍ଡ ପାଇଁ ମଧ୍ୟ ଲାଭଦାୟକ ହେବ ।

ଭାରତ-ପାକିସ୍ତାନ ମ୍ୟାଚ କଲୋମ୍ବୋରେ ଅନୁଷ୍ଠିତ ହେବ । ଯେଉଁ କାରଣରୁ ଶ୍ରୀଲଙ୍କାର ବହୁ ଲାଭ ମଧ୍ୟ ହୋଇଛି । ବିମାନ ଉଡ଼ାଣ ଏବଂ ହୋଟେଲ ବୁକିଂ ବଢ଼ି ଯାଇଛି । ଯାହାର ଫାଇଦା ଶ୍ରୀଲଙ୍କା ପାଇବ । ଏହାସହ ବିଜ୍ଞାପନ ଚାର୍ଜ ମଧ୍ୟ ବଢ଼ିଯାଇଛି । ଭାରତ-ପାକିସ୍ତାନ ମ୍ୟାଚ ସମୟରେ ବିଜ୍ଞାପନ ୧୦ ସେକେଣ୍ଡକୁ ୭୦ ଲକ୍ଷ ଟଙ୍କା ହୋଇଛି । ଯାହାକି ସମ୍ପୂର୍ଣ୍ଣ ବିଜ୍ଞାପନ ଜଗତକୁ ଚକିତ ମଧ୍ୟ କରିଛି । ୨୦୨୪ ଟି-୨୦ ବିଶ୍ବକପ ସମୟରେ ଯାହା ବିଜ୍ଞାପନ ଚାର୍ଜ ଥିଲା ଏବେ ୭୫ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବ ଅପେକ୍ଷା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ଅଧିକ ଲାଭ ମିଳିବାକୁ ଯାଉଛି । ଯଦି ଏହି ମ୍ୟାଚ ବାତିଲ୍ ହୋଇଥାନ୍ତା ତାହେଲେ ବହୁ କ୍ଷତି ସହିବାକୁ ପଡ଼ିଥାନ୍ତା ।

ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଭାବେ ଜଣାଶୁଣା ଆଇପିଏଲରେ ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ୨୦ ଲକ୍ଷ ଟଙ୍କା ଚାର୍ଜ କରାଯାଇଥାଏ । ଚଳିତ ବିଶ୍ବକପରେ ୨ହଜାର କୋଟି ଟଙ୍କା ଆୟ ହେବ । ମାତ୍ର ୨୦୨୪ ବିଶ୍ବକପରେ ୧୨ ଶହ କୋଟି ଟଙ୍କା ଆୟ କରିଥିଲା । ଏହାସହ ଟିଭି ଏବଂ ଓଟିଟିରେ ଷ୍ଟ୍ରମିଂ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଦେୟ ଦିଆଯାଏ । ଗତ ବିଶ୍ବକପରେ ଭାରତ ପାକିସ୍ତାନ ମ୍ୟାଚ ସମୟରେ ଅଧିକ ସମୟ ୟୁଜର୍ସମାନେ ଦେଖିଥିବାରୁ ରେକର୍ଡ ହୋଇଥିଲା । ଏଥରକ ସବୁଠାରୁ ଅଧିକ ଦର୍ଶକ ଦେଖିବା ସହ ଭଲ ରୋଜଗାର ହେବାକୁ ଯାଉଛି ।

​​​​​​​ଏହାସହ ପଢ଼ନ୍ତୁ : ୧୯ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ, ୨୩ ରନରେ ହରାଇଲା ଜିମ୍ବାଓ୍ବେ