ନୂଆଦିଲ୍ଲୀ, ୧୩/୨ : ଟି-୨୦ ବିଶ୍ବକପ ୨୦୨୬, ଅଷ୍ଟ୍ରେଲିଆର ଶୋଚନୀୟ ପରାଜୟ । ଜିମ୍ବାଓ୍ବେ ଠାରୁ ୨୩ ରନରେ ହାରିଲା । ଅଷ୍ଟ୍ରେଲିଆ ୨୭୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ମାତ୍ର ୧୪୬ ରନରେ ଅଲଆଉଟ୍ ହୋଇଛି ଏହି ଶକ୍ତିଶାଳି ଦଳ । ମାତ୍ର ୩ ଜଣ ଖେଳାଳିଙ୍କୁ ଛାଡ଼ିଦୋଲେ ଦଳର ସମସ୍ତ ଖେଳାଳି ଏହି ମ୍ୟାଚରେ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।
ଅଷ୍ଟ୍ରେଲିଆଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂକରି ଜିମ୍ବାଓ୍ୱେ ଜବରଦସ୍ତ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ବ୍ରାଏନ ବେନେଟ୍ ଅପରାଜିତ ୬୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟି ମାରୁମାନି ୩୫ ରନ୍ କରିଥିଲେ । ସେହିପରି ସିକନ୍ଦର ରାଜା ୨୫ ରନ୍ ର ଇନିଂସ ଖେଳିଥିଲେ । ଫଳରେ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ୍ ହରାଇ ୧୬୯ ରନ୍ କରିଥିଲା ।
୨୭୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୪୬ ରନରେ ଅଲଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ ।ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ମ୍ୟାଟ୍ ରେନସ ଏବଂ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଟର ଜିମ୍ବାଓ୍ୱେ ବୋଲରଙ୍କ ମୁକାବିଲା କରିପାରିନଥିଲେ । ମ୍ୟାଟ୍ ୬୫ ରନ୍ କରିଥିବା ବେଳେ ମ୍ୟାକ୍ସଓ୍ୱେଲ ୩୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ୍ ହେଡ୍ ୧୭ ରନ୍ କରିଥିଲେ । ଜିମ୍ବାଓ୍ୱେ ପକ୍ଷରୁ ବି ମୁଜାରବନି ୪ଟି ଓ୍ୱିକେଟ୍ ନେଇଥିବା ବେଳେ ବି ଏଭାନ୍ସ ତିନୋଟି ଶିକାର କରିଥିଲେ ।