ନୂଆଦିଲ୍ଲୀ,୨୨/୦୨: ଚାମ୍ପିୟନ ଟ୍ରଫି ୨୦୨୫ରେ ଭାରତୀୟ ଦଳ ଆକର୍ଷଣୀୟ ଆରମ୍ଭ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ବାଂଲାଦେଶକୁ ୪ ଓ୍ବିକେଟରେ ହରାଇଛି। ତେବେ ବର୍ତ୍ତମାନ ଭାରତୀୟ ସହିତ ପାକିସ୍ତାନର ମୁକାବିଲା ହେବାକୁ ଯାଉଛି। ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। କହରଖୁଛୁ ଯେ, ପୂର୍ବରୁ ଭାରତ ଓ ପାକିସ୍ତାନ ମ୍ୟାଚ୍‌ରେ ପୂର୍ବରୁ ଅନେକ ଗୁଡ଼ିଏ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଆଜି ଆମେ ନଜର ପକାଇବା ସେହି ୫ଟି ଗୁୁରୁତ୍ବପୂର୍ଣ୍ଣ ଘଟଣା ଉପରେ, ଯାହାକି ସବୁଦିନ ପାଇଁ ପ୍ରଶଂସକଙ୍କ ନଜରରେ ରହିଛି ଆଉ ରହିଥିବ।

କଙ୍ଗାରୁ ଭଳି ଡେଇଁଥିଲେ ଜାଭେଦ ମିଆନ୍ଦାଦ:

୧୯୯୨ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥିଲେ। ଜାଭେଦ୍ ମିଆନ୍ଦାଦ୍ ପାକିସ୍ତାନ ପାଇଁ ବ୍ୟାଟିଂ କରୁଥିଲେ। ଏତିକିବେଳେ ଭାରତୀୟ ଉଇକେଟକିପର କିରଣ ମୋରେଙ୍କ ସହ ଜାଭେଦ ମିଆନ୍ଦାଦଙ୍କ ଯୁକ୍ତିତର୍କ ହୋଇଥିଲା, କିନ୍ତୁ ଏହା ପରେ ହଠାତ୍ ଜାଭେଦ୍ ମିଆନ୍ଦାଦ୍ କଙ୍ଗାରୁ ପରି ଡେଇଁବାକୁ ଆରମ୍ଭ କଲେ। ଜାଭେଦ୍ ମିଆନ୍ଦାଦଙ୍କ ଏପରି କର୍ତୃତ୍ବକୁ ଦେଖି କ୍ରିକେଟ୍ ପ୍ରଶଂସକମାନେ ନାପସନ୍ଦ କରିଥିଲେ।

ଆମୀର ସୋହେଲଙ୍କ ଠାରୁ ପ୍ରତିଶୋଧ ନେଇଥିଲେ ଭେଙ୍କଟେସ ପ୍ରସାଦ:

ବିଶ୍ୱକପ ୧୯୯୬ ରେ ବାଙ୍ଗାଲୋରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା। ପାକିସ୍ତାନ ଦଳ ରନ୍ ପଛରେ ଗୋଡ଼ାଉଥିଲା। ଆମୀର ସୋହେଲ ଭଲ ବ୍ୟାଟିଂ କରୁଥିଲେ। ଭେଙ୍କଟେଶ ପ୍ରସାଦଙ୍କ ବଲରେ ଆମୀର ସୋହେଲ ଚାରିଟି ଛକା ମାରିଥିଲେ, ତା’ପରେ ସେ ଭେଙ୍କଟେଶ ପ୍ରସାଦଙ୍କୁ ବଲ୍‌ଆଡ଼କୁ ଇଙ୍ଗିତ କରି ଥଟ୍ଟା କରିଥିଲେ, କିନ୍ତୁ ଭେଙ୍କଟେଶ ପ୍ରସାଦ ମଧ୍ୟ ଚୁପ୍ ନରହି ପରବର୍ତ୍ତୀ ବଲରେ ସେ ଆମୀର ସୋହେଲଙ୍କୁ ବୋଲ୍ଡ ଆଉଟ୍‌ କରିଥିଲେ। ଏହା ପରେ ଭେଙ୍କଟେଶ ପ୍ରସାଦଙ୍କ ସେଲିବ୍ରେସନ ସାରା ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦେଖିବାକୁ ଲାଗିଥିଲା।

ଆହୁରି ପଢ଼ନ୍ତୁ: IPL 2025: ନୂଆ ଜର୍ସି ଲଞ୍ଚ କଲା ମୁମ୍ବାଇ ଇଣ୍ଡିଆନ୍ସ, ପ୍ରଶଂସକଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଲେ ପାଣ୍ଡ୍ୟା

ଷ୍ଟାଡିୟମରେ ପ୍ରଶଂସକଙ୍କୁ ଧକ୍କା ମାରିଥିଲେ ଇଞ୍ଜାମାମ୍‌ ଉଲ ହକ୍‌:

୧୯୯୭ର କ‌ଥା...ଟରୋଣ୍ଟୋରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ଦଳ ଫିଲ୍ଡିଂ କରୁଥିଲେ। ସେତିକି ବେଳେ ଜଣେ ପ୍ରଶଂସକ ଷ୍ଟାଣ୍ଡ ଉପରେ ଠିଆ ହୋଇ ଇଞ୍ଜାମାମ ଉଲ୍‌ ହକ୍‌ଙ୍କୁ ଆଳୁ ଆଳୁ କହି ଚିଡ଼ାଉଥିଲେ। ଏହା ପରେ ଇଞ୍ଜାମାମ ଉଲ୍‌ ହକ୍‌ ଏମିତି କିଛି କରିଥିଲେ, ଯାହାକି ସମସ୍ତଙ୍କ କଳ୍ପନାର ବାହାରେ ଥିଲା। ଇଞ୍ଜାମାମ ଉଲ୍‌ ହକ୍‌ ଷ୍ଟାଣ୍ଡ ଭିତରକୁ ପଶି ପ୍ରଶଂସକଙ୍କୁ ବ୍ୟାଟ୍‌ରେ ପିଟିଥିଲେ।

ଗୌତମ ଗମ୍ଭୀର ଓ ସାହିଦ ଆଫ୍ରିଦୀଙ୍କ ମଧ୍ୟରେ ହୋଇଥିଲା ଗାଳିଗୁଲଜ:

୨୦୦୭ ମସିହାରେ ପାକିସ୍ତାନ ଦଳ ଭାରତ ଗସ୍ତ କରିବାକୁ ଆସିଥିଲେ। ଏହି ସମୟରେ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଏବଂ ପାକିସ୍ତାନୀ ଅଲରାଉଣ୍ଡର ସାହିଦ ଆଫ୍ରିଦି ଦିନିକିଆ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ମାମଲା ଏତେ ବଢ଼ିଗଲା ଯେ ଅମ୍ପାୟାର ଏବଂ ଖେଳାଳିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ି‌ଥିଲା।

ଶୋଏବ୍‌ ଅଖତର୍‌ଙ୍କ ବଲ୍‌ରେ ଧୁଆଁଧାର ଛକା ପିଟିଥିଲେ ହରବଜନ ସିଂହ: 

ଏସିଆ କପ୍ ୨୦୧୦ ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥିଲେ। ହରଭଜନ ସିଂ ଭାରତ ପାଇଁ କ୍ରିଜରେ ଥିଲେ। ଡଟ୍ ବଲ୍ ପରେ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତର ଭାଜୀଙ୍କୁ କିଛି କହିଛନ୍ତି। ଏହି ସମୟରେ ଦୁଇ ଖେଳାଳିଙ୍କ ମଧ୍ୟରେ ବିବାଦ ଲାଗିଥିଲା। କିନ୍ତୁ ଏହା ପରେ ହରଭଜନ ସିଂ ଶୋଏବ ଅଖତରଙ୍କ ବଲ୍‌ରେ ୨ଟି ଛକା ମାରି ଭାରତୀୟ ଦଳକୁ ବିଜୟ ଭେଟି ଦେଇଥିଲେ।

You can also read: ଗୁଜବ ହେଲା ସତ, ବିବାହର ୪ ବର୍ଷ ପରେ ଅଲଗା ହେଲେ ଚହଲ-ଧନଶ୍ରୀ