ନୂଆଦିଲ୍ଲୀ,୧୯।୩: ଯେତେବେଳେ ବି ଆମେ ଭାରତର ଧନୀ ମହିଳାଙ୍କ ବିଷୟରେ କଥା ହେଉ ମୁଣ୍ଡରେ ଆସେ ନୀତା ଅମ୍ବାନୀ ହୋଇଥିବେ। କାରଣ ଦେଶର ସବୁଠାରୁ ଧନ୍ୟ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସେ ହେଉଛନ୍ତି ପତ୍ନୀ। ତାଙ୍କ ପାଖରେ ସର୍ବାଧିକ ଧନ-ସମ୍ପତ୍ତି ରହିଥିବ। ହେଲେ ବାସ୍ତବରେ ତାହା ନୁହେଁ। ଭାରତର ସବୁଠାରୁ ଧନୀ ମହିଳା ହେଉଛନ୍ତି ରୋଶନୀ ନାଦର ମାଲହୋତ୍ରା। ଏଚସିଏଲ ଟେକ୍ନୋଲୋଜିର ସଂସ୍ଥାପକ ଶିବ ନାଦର ନିଜ ଝିଅକୁ କମ୍ପାନୀରେ ଅଧିକ ସେୟାର ଉପହାରରେ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ରୋଶନୀ ଏଚ୍‌ସିଏଲ କର୍ପୋରେସନ୍‌ର ସବୁଠାରୁ ବଡ଼ ସେୟାର ହୋଲ୍ଡର ହୋଇଯାଇଛନ୍ତି।

ଶିବ ନାଦର ନିଜର ୪୭% ସେୟାର ରୋଶନୀଙ୍କୁ ଟ୍ରାନ୍ସଫର କରିଦେଇଛନ୍ତି, ଯେଉଁଥିରେ ୪୪.୧୭% ସେୟାର ଭାମା ଦିଲ୍ଲୀ ଓ ୦.୧୭% ସେୟାର ଏଚ୍‌ସିଏଲ  କର୍ପରୁ ମିଳିଛି। ଏହାପରେ ରୋଶନୀ ନାଦର ଭାରତର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ତାଙ୍କର ସମ୍ପତ୍ତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ପରେ ଭାରତରେ ତୃତୀୟ ସ୍ଥାନରେ ରହିଛି। ରୋଶନୀଙ୍କ  ମୋଟ ସମ୍ପତ୍ତି ୩୫୯୦ କୋଟିରୁ ଅଧିକ।

ରୋଶନୀ ନାଦରଙ୍କ ଜନ୍ମ ୧୯୮୨ ରେ ହୋଇଥିଲା। ସେ ନର୍ଥଓ୍ବେଷ୍ଟର୍ଣ୍ଣ ୟୁନିଭର୍ସିଟିରୁ କମ୍ୟୁନିକେସନ୍‌ କରିଛନ୍ତି। ଦିଲ୍ଲୀରେ ସ୍କୁଲ ଶିଧା ପୁରା କରିବା ପରେ ସେ କେଲଙ୍ଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଏମ୍‌ବିଏ କରିଛନ୍ତି। ରୋଶନୀ କେବଳ ଜଣେ ବିଜନେସ୍ ଓ୍ବିମେନ୍ ନୁହେଁ, ବଂର ଶିକ୍ଷା ଓ ପରିବେଶ ପାଇଁ ମଧ୍ୟ କାମ କରୁଛନ୍ତି। ସେ ଶିବ ନାଦର ଫାଉଣ୍ଡେସନ୍‌ ଜରିଆରେ ବହୁ ସାମାଜିକ କାର୍ଯ୍ୟ ସହ ଜଡିତ। ଏହା ସହ ସେ ଏମ୍‌ଆଇଠି ସ୍କୁଲ ଅଫ୍ ଇଞ୍ଜିନିୟରିଂର  ଡିନ୍ ଆଡଭାଇଜରୀ କାଉନସିଲ୍‌ ଓ ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍‌ ଫୋରମ୍‌ର ବୋର୍ଡ ମେମ୍ବର ମଧ୍ୟ ଥିଲେ। ସେ ଶିଖର ମାଲହୋତ୍ରାଙ୍କ ବିବାହ କରଛନ୍ତି, ଯିଏକି ଏଚ୍‌ସିଏଲର ଭାଇସ୍‌ ଚେୟାରମ୍ୟାନ୍ ଥିଲେ। 

ଭରେତର  ସବୁଠାରୁ ଧନୀ ମହିଳାଙ୍କ ଲିଷ୍ଟରେ ସାବିତ୍ରୀ ଜିନ୍ଦଲଙ୍କ ମଧ୍ୟ ପ୍ରମୁଖ ନାଁ ରହିଛି। ଓପି ଜିନ୍ଦଲ ଗ୍ରୁପ୍‌ର ମୁଖ୍ୟ ସାବିତ୍ରୀ ୨୦୦୫ ରେ ନିଜ ସ୍ବାମୀ ଓମ୍‌ ପ୍ରକାଶ ଜିନ୍ଦଲଙ୍କ ମୃତ୍ୟୁ ପରେ କମ୍ପାନୀର ଦାୟିତ୍ବ ନେଇଥିଲେ। ତାଙ୍କ ଗ୍ରୁପ୍ ଷ୍ଟିଲ୍, ପାଓ୍ବାର, ମାଇନିଂ ଓ ଇଣ୍ଡଷ୍ଟ୍ରିଆଲ ଗ୍ୟାସ୍ କ୍ଷେତ୍ରରେ କାମ କରେ।   ସେଭଳି ନୀତା ଅମ୍ବାନୀ ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ପତ୍ନୀ। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩୦୯ ବିଲିୟନ ଡଲାର। ୨୦୨୪ ରେ ହୁରୁନ ଇଣ୍ଡିଆ ରିପୋର୍ଟ ଅନୁସାରେ, ରିଲାୟନ୍ସ ଇଣ୍ଡଷ୍ଟ୍ରୀଜର ଭାରତର ଜିଡିପିର ୧୦% ସେୟାର ଯୋଗଦାନ ରହିଛି। ଡିଏନ୍‌ଏ ଇଣ୍ଡିଆର ରିପୋର୍ଟ ଅନୁସାରେ, ନୀତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ୨,୩୪୦ ରୁ ୨୫୧୦ କୋଟି ମଧ୍ୟରେ ରହିଛି।