ନୂଆଦିଲ୍ଲୀ,୮।୨: ଆମେରିକା ସହ ଟାରିଫ୍ କାଟ୍ ବଦଳରେ ହୋଇଥିବା ଚୁକ୍ତି ଅନୁସାରେ,ଭାରତ ଏବେ ରୁଷରୁ ଅଶୋଧିତ ତୈଳ କିଣିବାରେ ଧିରେ ଧିରେ କମ୍ କରିବାର ସମ୍ବାବନା ରହିଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ନାୟରା ଏନର୍ଜି ଭଳି ତୈଳ ବିଶୋଧନାଗାର ନିକଟରେ ସୀମିତ ବିକଳ୍ପ ଥିବା କାରଣରୁ ଆମଦାନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବନି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶୁକ୍ରବାର ଭାରତରେ ହେବାକୁ ଥିବା ସବୁ ଆମଦାନୀ ଉପରେ ୨୫% ଦଣ୍ଡାତ୍ମକ ଶୁଳ୍କକୁ ରଦ୍ଦ କରିବାର କାର୍ଯ୍ୟକାରୀ ନିର୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି। ସେ କହିଛନ୍ତି, ଏହି ପଦକ୍ଷେପ ନୂଆଦିଲ୍ଲୀର ସେହି ପ୍ରତିଶୃତି ପରେ ଉଠାଯାଇଛି। ଯେଉଁଥିରେ ରୁଷରୁ ତୈଳ ଆମଦାନୀ ରୋକିବା ପାଇଁ କୁହାଯାଇଛି।
ମାମଲା ସମ୍ପର୍କିତ ସୂଚନା ରଖିଥିବା ତିନୋଟି ସୁତ୍ରର ସୂଚନା ଅନୁସାରେ,ଅଏଲ ରିଫାଏନାରୀକୁ ରୁଷରୁ କିଣିବାକୁ ରୋକିବାର କୌଣସି ଔପଚାରିକ ନିର୍ଦେଶ ମିଳିନି। କିନ୍ତୁ ତାଙ୍କୁ ଅନୌପଚାରିକ ରୂପରେ ମସ୍କୋରୁ କିଣିବା କମ୍ କରିବାର ପରାମର୍ଶ ଦେଇଛି। ସୁତ୍ର ଅନୁସାରେ, ଅଧିକାଂଶ ଅଏଲ ରିଫାଇନାରୀ ଏହି ଘୋଷଣାର ପୂର୍ବରୁ କିଣିକିଣି ଉପରେ କଟକଣା(୬-୮ ସପ୍ତାହ ପୂର୍ବରୁ ଦିଆଯାଇଥିବା ଅର୍ଡର)ର ସମ୍ମାନ କରିବ, କିନ୍ତୁ ଏହାପରେ ନୂଆ ଅର୍ଡର ଦିଆଯିବନି।
ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସ୍ ଲିମିଟେଡ୍ (ଏଚ୍ପିସିଏଲ),ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ୍ (ଏମ୍ଆରପିଏଲ)ଓ ଏଚ୍ପିସିଏଲ-ମିତ୍ତଲ ଏନର୍ଜି ଲିମିଟେଡ୍ ଗତ ବର୍ଷ ଆମେରିକା ଦ୍ବାରା ରୁଷର ପ୍ରମୁଖ ଆମଦାନୀ ଉପରେ କଟକଣା ଲଗାଯିବାର ତୁରନ୍ତ ପରେ ସେଠାରୁ ତେଲ କିଣିବା ବନ୍ଦ କରିଦେଇଥିଲେ। ଏବେ ଇଣ୍ଡିଆନ୍ ଅଏଲ କର୍ପୋରେସନ (ଆଇଓସି) ଓ ଭାରତ ପେଟ୍ରୋଲିମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍)ମଧ୍ୟ ନିଜର କିଣାକିଣି ଧିରେ ଧିରେ ବନ୍ଦ କରିବ। ଭାରତର ସବୁଠାରୁ ଅଧିକ କ୍ରୟ କରୁଥିବା କମ୍ପାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ମଧ୍ୟ ଆଗାମୀ କିଛି ସପ୍ତାହରେ ୧,୫୦,୦୦ବ୍ୟାରେଲ୍ ତୈଳ ଆଣିବା ପରେ କିଣିବା ବନ୍ଦ କରିଦେଇପାରେ। ତେବେ ଏନେଇ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।