ନୂଆଦିଲ୍ଲୀ,୧୪/୧୨: ବଢିବ ବାୟୁସେନା ବଳ । ଶକ୍ତିଶାଳୀ ହେବେ ବାୟୁବୀର । ପାନେ ପାଇବେ ଶତ୍ରୁ । ଥରିବ ଶତ୍ରୁଦେଶ ଚୀନ ଆଉ ପାକିସ୍ତାନ । କାରଣ ବାୟୁସେନାକୁ ୧୨ଟି ସୁପର ସୁଖୋଇ ମିଳିବାକୁ ଯାଉଛି । ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ଥାନ ଏୟରୋନେଟିକ୍ସ ଲିମିଟେଡ (ହାଲ) ସହିତ ୧୩,୫୦୦ କୋଟି ଟଙ୍କାର ଡିଲ କରିଛି । ସ୍ବଦେଶୀ ଟେକନିକରେ ତିଆରି ହେବ ଏହି ଆଡଭାନ୍ସଡ ୧୨ ସୁପର ସୁଖୋଇ 30MKI ଯୁଦ୍ଧ ବିମାନ ।
ବାୟୁସେନାକୁ ମିଳିବାକୁ ଯାଉଥିବା ସ୍ବଦେଶୀ ନିର୍ମିତ ୧୨ ସୁଖୋଇ 30MKI ଯୁଦ୍ଧ ବିମାନରେ ଖତରନାଖ ଷ୍ଟେଲ୍ଥ, ଟେକ୍ନୋଲୋଜି, ଏଇଏସଏ ରାଡାର, ମିଶନ କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ୱାରଫେୟର ରହିଛି । ଏହି ନୂଆ ଫାଇଟର ଜେଟରେ ୬୨% ପ୍ରତିଶତ ସ୍ବଦେଶୀ ଯନ୍ତ୍ର ରହିଛି । ଯାହା ଦେଶୀ ରକ୍ଷା ଉଦ୍ୟୋଗକୁ ବୃଦ୍ଧି କରିବ । ହାଲର ନାସିକ ପ୍ଳାଣ୍ଟ ଏହାର ନିର୍ମାଣ କାର୍ଯ୍ୟ କରିବ । ଭାରତୀୟ ବାୟୁସେନାର ୮୪ Su-30MKI ସୁପର ସୁଖୋଇ ତିଆରି କରିବାର ଏହା ପ୍ରଥମ ପର୍ଯ୍ୟାୟ । ଶତ୍ରୁ ଦେଶକୁ ଚକମା ଦେବ ସୁଖୋଇ 30MKI ।
ନୂଆ ଅପଗ୍ରେଡ ସୁ-30MKIରେ ଆଡଭାନ୍ସ ଟେକ୍ନିକ ଇଲେକ୍ଟୋନିକ ରକେଟ ରାଡାର ଲଗାଯିବ । ଯାହାର ଡିଟେକ୍ସନ ରେଞ୍ଜ ଅଧିକ ରହିବ । ଶତ୍ରୁକୁ ଦୂରରୁ ଖୋଜିପାରିବ । ଶୁତ୍ରୁ ଯେତେ ଦୂରରେ ଥିଲେ ତାର ପତ୍ତା ଲଗାଇପାରିବ । ଇଲେକ୍ଟ୍ରୋନିକ ୱାରଫେୟର କ୍ଷମତା ବଢିବ । ଫଳରେ ଯୁଦ୍ଧ ସମୟରେ ବିମାନ ସ୍ଥିତି ଜଣାପଡିବ । ଏହା ସହିତ ଅଘଟଣକୁ ଟାଳିପାରିବ । ସୁଖୋଇର ଲମ୍ବ ୭୨ ଫୁଟ । ୱିଙ୍ଗସ୍ପେସ ୪୮.୩ ଫିଟ୍ ଓ ଉଚ୍ଚତା ୨୦.୧୦ ଫୁଟ ରହିଛି । ଏହାର ଓଜନ ୧୮,୪୦୦ କେଜି । ଏଥିରେ ଖତରନାଖ ଅସ୍ତ୍ରଶସ୍ତ୍ର ମଧ୍ୟ ରହିପାରିବ । ମୋଟ ୮୧୩୦ କେଜି ଅସ୍ତ୍ରଶସ୍ତ୍ର ଉଠାଇପାରିବ । ଏହି ଫାଇଟର ଜେଟ୍ ଘଣ୍ଟାପ୍ରତି ୨୧୨୦ କିମି ଗତିରେ ଉଡି ପାରିବ । ୫୭ ଫୁଟ ଉଚ୍ଚତା ଯାଏ ଉଡିପାରିବ । ଏଥିରେ ବ୍ରହ୍ମୋସ ମିଶାଇଲ ରହିପାରିବ । ଭାରତରେ ସୁ-30MKIକୁ ହାଲ ତିଆରି କରୁଛି । ୧୯୯୭ରେ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ଏହାର ଲାଇସେନ୍ସ ପାଇଛି ।