ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଟ୍ରେନ୍ ହାଇଜ୍ୟାକ୍ ନେଇ ଅଙ୍ଗୁଳି ଉଠାଉଥିଲା ପାକିସ୍ତାନ, କଡା ଜବାବ୍ ଦେଲା ଭାରତ

Published By : Ankita S | March 14, 2025 1:06 PM

ନୂଆଦିଲ୍ଲୀ,୧୪/୦୩: ବେଲୁଚିସ୍ତାନରେ ଟ୍ରେନ ଅପହରଣ ମାମଲାରେ ପାକିସ୍ତାନକୁ କଡା ଜାବବ୍ ଦେଇଛି ଭାରତ । ଟ୍ରେନ୍ ହାଇଜ୍ୟାକ୍ ନେଇ ଭାରତର ହାତ ଥିବା କହି ଅଙ୍ଗୁଳି ଉଠାଉଥିଲା ପାକିସ୍ତାନ । ଏହାକୁ ନେଇ ପାକକୁ ଜବାବ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ପାକିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପାକିସ୍ତାନ ତାର ଆଭ୍ୟନ୍ତରୀଣ ମାମଲା ତା ପାଖରେ ରଖୁ ବୋଲି କହିଛି ଭାରତ ।

କଡା ଜବାବ ଦେଲା ଭାରତ- ପାକିସ୍ତାନର ଶାହବାଜ ସରକାର ଟ୍ରେନ ହାଇଜ୍ୟାକକୁ ନେଇ ଭାରତ ଉପରେ ଆରୋପ ଲଗାଇଥିଲା । ଏହାକୁ ନେଇ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ପାକିସ୍ତାନ କରିଥିବା ଅଭିଯୋଗକୁ ନେଇ ଭାରତ ବୈଦେଶିକ ମନ୍ତ୍ରଣାଳୟ ମୁଖ୍ୟ ସଚିବ ରଣଧୀର ଜୟସୱାଲ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ''ପାକିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରୁଛୁ । ସମଗ୍ର ଦୁନିଆ ଜାଣିଛି ପାକିସ୍ତାନକୁ ଗ୍ଲୋବାଲ ଆତଙ୍କବାଦର କେନ୍ଦ୍ରସ୍ଥଳ କୁହାଯାଏ । ପାକିସ୍ତାନ ତାର ବିଫଳତାକୁ ଲୁଚାଇବାକୁ ଅନ୍ୟ ଉପରେ ଅଙ୍ଗୁଳି ଉଠାଉଛି । ଅନ୍ୟକୁ କହିବା ଅପେକ୍ଷା ସେ ତାର ଆଭ୍ୟନ୍ତରୀଣ ମାମଲା ତା ପାଖରେ ରଖୁ ।''

ଗୁରୁବାର ବେଲୁଚିସ୍ତାନ ଗସ୍ତ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ ।  ସେଠାରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହ ଜାଫର୍ ଟ୍ରେନ ଅପହରଣ ଘଟଣାର ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ସହ ଉପପ୍ରଧାନମନ୍ତ୍ରୀ ମହମ୍ମଦ ଇଶକ୍ ଦାରଙ୍କ ସମେତ ଅନ୍ୟ ନେତା ଉପସ୍ଥିତ ଥିଲେ ।

ଘେରିଲା ଆଫଗାନିସ୍ତାନ- ବେଲୁଚିସ୍ତାନରେ ଟ୍ରେନ ଅପହରଣ ଘଟଣାରେ ପାକିସ୍ତାନକୁ ଘେରିଛି ଆଫଗାନିସ୍ତାନ । ପାକିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କିରବା ସହ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଛି । ଏଥିରେ ଆଫଗାନିସ୍ତାନର କୌଣସି ଲିଙ୍କ୍ ନାହିଁ । ପାକିସ୍ତାନ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେବା ବଦଳରେ ନିଜ ସୁରକ୍ଷା ବ୍ୟବସ୍ଥା ଠିକ୍ କରୁ । ଆଭ୍ୟନ୍ତରୀଣ ମାମଲାର ସମାଧନ କରୁ ବୋଲି କହିଛନ୍ତି ତାଲିବାନ ନେତା ତଥା ଆଫଗାନିସ୍ତାନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅବଦୁଲ କହାର ବଲଖି ।

ଅଧିକ ପଢନ୍ତୁ...ପାକିସ୍ତାନରେ ଟ୍ରେନ୍‌ ହାଇଜାକ୍‌ ପରେ ଆତ୍ମଘାତୀ ହମଲା , ୧୦ ଆତଙ୍କୀ ନିପାତ ; ଆକ୍ରମଣକାରୀ ନିଜକୁ ଉଡ଼ାଇ ଦେଲା

ମାର୍ଚ୍ଚ ୧୧ରେ ହୋଇଥିଲା ହାଇଜ୍ୟାକ- ପାକିସ୍ତାନରେ ମାର୍ଚ୍ଚ ୧୧ ତାରିଖରେ ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ହୋଇଥିଲା । ଟ୍ରେନରେ ୪୫୦ ଯାତ୍ରୀ ଥିଲେ । ଯେଉଁଥିରୁ ୫୮ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୨୧ ଯାତ୍ରୀ, ୪ ଜଣ ସେନା ଓ ବିଏଲଏର ୩୩ଜଣ ଆତଙ୍କୀ ରହିଛନ୍ତି । ଏହି ହାଇଜ୍ୟାକ ହେବା ପରେ ପାକିସ୍ତାନ ନାଁ ନ ନେଇ ଭାରତ ଉପରେ ଅଭିଯୋଗ ଆଣିଥିଲା । ନିଜର ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରି ଭାରତ ଉପରେ ଦୋଷ ଲଦିଥିଲା । ବେଲୁଚିସ୍ତାନରେ ବାରମ୍ବାର ଅଶାନ୍ତି ସୃଷ୍ଟି ହେଉଥିବା ନେଇ ବିଏଲଏ ପରି ସଂଗଠନକୁ ଭାରତ ସମର୍ଥନ କରୁଥିବା ପାକିସ୍ତାନ ଅଭିଯୋଗ କରିଥିଲା । ଏହାକୁ ଭାରତ ଖଣ୍ଡନ କରି କଡା ଜବାବ୍ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.