ନୂଆଦିଲ୍ଲୀ,୨୦/୧୨: କାହାକୁ ମିଳିବ ସୁଯୋଗ ? କାହାର କଟିବ ପତ୍ତା ? ଦ.ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସୂର୍ଯ୍ୟକୁମାରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଖସି ଯିବ କି କ୍ୟାପ୍ଟେନ୍ସି ? ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । ଅପରାହ୍ନ ୧ଟାରେ ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦଳ ଘୋଷଣା କରିବେ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । କେଉଁ ପ୍ଲେୟାରଙ୍କୁ ସ୍କ୍ୱାଡରେ ସୁଯୋଗ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଫେବୃଆରୀ ୭ରୁ ଆରମ୍ଭ ହେବ ବିଶ୍ବକପ ମୁକାବିଲା ।
ସୂର୍ଯ୍ୟକୁମାରଙ୍କ ହାତରୁ ଖସି ଯିବ କି କ୍ୟାପ୍ଟେନ୍ସି ? ଭାରତ ଓ ଶ୍ରୀଲଙ୍କରେ ହେବାକୁ ଥିବା ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । ମୁମ୍ବାଇରେ ମୁଖ୍ୟଚନୟକର୍ତ୍ତାଙ୍କ ଅଧକ୍ଷ୍ୟତାରେ ଚୟନ କମିଟିର ଏକ ମିଟିଂ ହେବ । ଯେଉଁଥିରେ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ସ୍କ୍ୱାଡ ଚୟନ ହେବ । ଗତ କିଛି ମାସରେ ଟିମ୍ ଅଣ୍ଡିଆର ସ୍କ୍ୱାଡକୁ ଦେଖିଲେ ଚୟନ ଏତେ କଠିନ ହେବ ନାହିଁ ବୋଲି ଆଶା କରାଯାଉଛି । ହେଲେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ଫର୍ମ ଚିନ୍ତାଜନକ ରହିଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଦ.ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜକୁ ୩-୧ରେ ଜିତିଥିଲେ ବି ତାଙ୍କର ଫ୍ଲପ ଶୋ ଦେଖିବାକୁ ମିଳିଥିଲା । ଚର୍ଚ୍ଚା ହେଉଛି କି ହୁଏତ ତାଙ୍କଠୁ କ୍ୟାପ୍ଟେନ୍ସି ଛଡାଇ ନିଆଯାଇପାରେ ।
କାହାର କଟିବ ପତ୍ତା ? ସୂର୍ଯ୍ୟଙ୍କ ଭଳି ଅନ୍ୟଙ୍କ ବିଷୟରେ କହିବାକୁ ଗଲେ, ଦଳର ଉପ-ଅଧିନାୟକ ଶୁଭମନ ଗିଲ ମଧ୍ୟ ନଜରରେ ଅଛନ୍ତି । ସେ ମଧ୍ୟ ଏହି ବର୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରି ନାହାଁନ୍ତି । ତାଙ୍କ ଅନୁପସ୍ଥିତିରେ ସଞ୍ଜୁ ସାମସନଙ୍କୁ ଶେଷ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚରେ ପ୍ଲେଇଙ୍ଗ ଇଲେଭେନରେ ସାମିଲ କରାଯାଇଥିଲା । ଯଶସ୍ୱୀ ଜୟସ୍ୱାଲ ଦଳରେ ସ୍ଥାନ ସୁରକ୍ଷିତ କରିପାରି ନାହାଁନ୍ତି । ତଥାପି, ଗିଲଙ୍କ ବାଦ ପଡ଼ିବା ଅସମ୍ଭବ ମନେ ହେଉଛି । ସେହିପରି, ନୀତିଶ କୁମାର ରେଡ୍ଡୀ, ରିଙ୍କୁ ସିଂହ ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ରିଜର୍ଭରେ ରଖାଯାଇପାରେ ।
ସମ୍ଭାବ୍ୟ ଟିମ୍ ଇଣ୍ଡିଆ ସ୍କ୍ୱାଡ୍- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା (ୱିକେଟ୍ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ।