ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପ୍ରଥମ ଥର ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଶାଇଲର ସଫଳ ପରୀକ୍ଷଣ କଲା DRDO ; ଚୀନ ଠାରୁ ପାକିସ୍ତାନ ଯାଏ କରି ପାରିବ ଟାର୍ଗେଟ୍

Published By : Prameya | November 12, 2024 11:33 PM

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମଙ୍ଗଳବାର ଏକ ବଡ଼ ସଫଳତା ହାସଲ କରିଛି। ଏହା ପ୍ରଥମ ଥର ମୋବାଇଲ୍ ଆର୍ଟିକୁଲେଟେଡ୍ ଲଞ୍ଚରରୁ ଲଙ୍ଗ୍ ରେଞ୍ଜ ଆଟାକ୍ କ୍ରୁଜ୍ ମିସାଇଲ୍ (LRLACM)ର ସଫଳ ଉଡା଼ଣ ପରୀକ୍ଷଣ କରିଛି। ଏହି ପରିକ୍ଷଣ ଓଡ଼ିଶାର ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରରୁ କରାଯାଇଛି। 

କ୍ରୁଜ ମିସାଇଲ ପରୀକ୍ଷଣ ସମୟରେ ସବୁ ଉପ-ପ୍ରଣାଳୀଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିଛି ଏବଂ ମିସାଇଲ୍ ନିଜ ଲକ୍ଷ୍ୟକୁ ଭେଦ କରିବାରେ ସଫଳ ହୋଇଛି। LRLACMକୁ ଦୀର୍ଘ ଦୂରରେ ଭୂମିରେ ଥିବା ଲକ୍ଷ୍ୟକୁ ଭେଦ କରିବା କ୍ଷମତା ସହ ଡିଜାଇନ୍ କରାଯାଇଛି ।


ମିସାଇଲ୍ ପରୀକ୍ଷଣକୁ ରଡାର, ଇଲେକ୍ଟ୍ରୋ-ଆପ୍ଟିକଲ ଟ୍ରାକିଂ ସିଷ୍ଟମ ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ମତୟନ ଥିବା ଟେଲିମେଟ୍ରି ପରି ଅନେକ ରେଞ୍ଜ ସେନସର ଦ୍ୱାରା ନରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ଶକ୍ତିକୁ ବଢାଇବା ପାଇଁ ଡଜାଇନ କରାଯାଇଥିବା ସ୍ୱଦେଶୀ ମିସାଇଲ ପ୍ରଣାଳୀର ବିକାଶ ପାଇଁ ଏକ ମାଇଲ୍ ଖୁଣ୍ଟ ।  

ସୂତ୍ର ଅନୁସାରେ ଆଣ୍ଟି ଶିପ୍ ବାଲିଷ୍ଟିକ୍ କ୍ରୁଜ ମିସାଇଲର ରେଞ୍ଜ ୧୦୦୦ କିଲୋମିଟର । ଅର୍ଥାତ୍ ଏହି ମିସାଇଲ୍ ୧୦୦୦ କିଲୋମିଟରରୁ ଅଧିକ ଦୂରରେ ଚାଲୁଥିବା ଯୁଦ୍ଧପୋତ ଏବଂ ବିମାନ ବାହାକକୁ ନଷ୍ଟ କରିବାରେ ସକ୍ଷମ ।  ଏହି ମିସାଇଲ୍ ଭାରତ ମହାସାଗରୁ ଆରବ ସାଗର ଯାଏ ଏବଂ ଚୀନରୁ ପାକିସ୍ତାନ ଯାଏ ଟାର୍ଗେଟ୍ କରିପାରିବ । ଏହି ମିସାଇଲକୁ ଯୋଦ୍ଧପୋତ ଏବଂ ଉପକୂଳ ଉଭୟ ସ୍ଥାନରୁ ପ୍ରକ୍ଷେପଣ କରାଯାଇ ପାରିବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.