ନୂଆଦିଲ୍ଲୀ,୧୪।୧: ଇରାନରେ ବିରୋଧ ପ୍ରଦର୍ଶନ ଦିନକୁ ଦିନ ନିୟନ୍ତ୍ରଣ ହରାଉଛି। ଏପର୍ଯ୍ୟନ୍ତ ଏହି ପ୍ରଦର୍ଶନରେ ଅଢେଇ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି। ଖରାପ ସ୍ଥିତି ଭିତରେ ଇରାନରେ ଥିବା ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ କହିଛନ୍ତି ଭାରତ ସରକାର। ଇରାନ ସ୍ଥିତ ଭାରତୀୟ ଦୂତାବାସର ସବୁ ଭାରତୀ ନାଗରିକ-ଟୁରିଷ୍ଟ, ବିଜନେସମ୍ୟାନ୍ ଏବଂ ଛାତ୍ରଙ୍କୁ ଦେଶ ଛାଡିବାକୁ କହିଛନ୍ତି। ଦୂତାବାସ କହିଛି ଯେ,ସେ କମର୍ସିଆଲ ଫ୍ଲାଇଟ ସହିତ ଉପଲବ୍ଧ ଟ୍ରାନ୍ସପୋର୍ଟ ସାଧନର ବ୍ୟବହାର କରି ଇରାନ ଛାଡି ଦିଅନ୍ତୁ। ଏହି ନିଷ୍ପତ୍ତି ବଦଳୁଥିବା ସ୍ଥିତିକୁ ଦେଖି ନିଆଯାଇଛି।
ଦୂତାବାସ ଇରାନରେ ଥିବା ସବୁ ଭାରତୀୟ ନାଗରିକ ଓ ପିଆଇଓଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କୁ ସେହି ଅଞ୍ଚଳଠାରୁ ଦୂରେଇ ରହିବାକୁ କୁହାଯାଇଛି ଯେଉଁଠି ବିରୋଧ ପ୍ରଦର୍ଶନ କିମ୍ବା ଧାରଣା ଦିଆଯାଉଛି। ନାଗରିକଙ୍କୁ କୁହାଯାଇଛି ଇରାନରେ ଭାରତୀୟ ଦୂତାବାସ ସହ ସମ୍ପର୍କରେ ରୁହନ୍ତୁ। କୌଣସି ନୂଆ ସୂଚନା ପାଇଁ ସ୍ଥାନୀୟ ମିଡିଆ ରିପୋର୍ଟ ଉପରେ ନଜର ରଖନ୍ତୁ।
ଦୂତାବାସ ଭାରତୀୟ ନାଗରିକଙ୍କୁ ନିଜର ଇମିଗ୍ରେସନ୍ ଡକ୍ୟୁମେଣ୍ଟ ତିଆରି କରିବାକୁ କହିଛନ୍ତି। ଆଡଭାଇଜରୀରେ କୁହାଯାଇଛି ଯେ, ଇରାନରେ ସବୁ ଭାରତୀୟ ନାଗରିକଙ୍କୁ ଅନୁରୋଧ ସେମାନେ ନିଜର ଯାତ୍ରା ଓ ଇମିଗ୍ରେସନ୍ ଡକ୍ୟୁମେଣ୍ଟ,ଯେଉଁଥିରେ ପାସପୋର୍ଟ ଓ ଆଇଡି ରହିଛି। ଏସବୁକୁ ନିଜ ପାଖରେ ରଖନ୍ତୁ। ଏ ସମ୍ପର୍କରେ କୌଣସି ସହାୟତା ପାଇଁ ଭାରତୀୟ ଦୂତାବାସ ସହ ସମ୍ପର୍କ କରିବାକୁ ଅନୁରୋଧ କରାଯାଉଛି ବୋଲି ଭାରତ ସରକାର କହିଛନ୍ତି। ଇରାନରେ ମୃତକଙ୍କ ସଂଖ୍ୟା ବଢିକି ୨,୫୭୧ ହୋଇଯାଇଛି। ଆମେରିକାର ଏକ ମାନବାଧିକାର ସଂସ୍ଥା ବୁଧବାର ଏହି ସୂଚନା ଦେଇଛି।