ପ୍ରମୂଖ ଖବର
  • ବ୍ରହ୍ମପୁର : ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଜଣେ ମୃତ
  • ||
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଗିଲ୍ ନା ବୁମରା ? କିଏ ହେବ ରେଡ଼ ବଲ କ୍ରିକେଟର ନୂଆ ଦଳପତି; ଏହି ସମୟରେ ବିସିସିଆଇ କରିବ ଘୋଷଣା

Published By : Ankita S | May 24, 2025 11:01 AM

ନୂଆଦିଲ୍ଲୀ,୨୪/୦୫:  କିଏ ହେବ ରେଡ଼ ବଲ କ୍ରିକେଟର ନୂଆ ଦଳପତି ? କିଏ ନେବ ରୋହିତ ଶର୍ମାଙ୍କ ସ୍ଥାନ ? ଶୁଭମନ ଗିଲ ନା ଯଶପ୍ରୀତ ବୁମରା ? ସବୁ କଳ୍ପନାଜଳ୍ପନାର ହେବ ଅନ୍ତ । ଆଉ କିଛି ସମୟ ପରେ ଆନୁଷ୍ଠାନିକ ଭାବେ ହେବ ଘୋଷଣା । ଭାରତକୁ ଟେଷ୍ଟ କ୍ରିକେଟର ନୂଆ ଅଧିନାକ ମିଳିଯିବ । ଅପରାହ୍ନ ୧ଟା ୩୦ରେ ପ୍ରେସ୍‌ମିଟ୍‌ କରି ନିଷ୍ପତ୍ତି ଶୁଣାଇବ ବିସିସିଆଇ ।

ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଆସନ୍ତାକାଲି ଭାରତୀୟ ଟେଷ୍ଟ ଦଳ ଘୋଷଣା କରାଯିବ । ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଓ ମୁଖ୍ୟ କୋଚ ଗୌତମ ଗମ୍ଭୀର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ନୂଆ ଟେଷ୍ଟ ଅଧିନାୟକ ସମେତ ଦଳ ଘୋଷଣା କରିବେ । ଜୁନ ୨୦ରୁ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଅଗରକରଙ୍କ ଅଧ୍ୟକ୍ଷତାରେ ଦଳ ଚୟନ ସରିଛି । କେବଳ ଘୋଷଣା ବାକି ରହିଥିବା ଜଣାପଡ଼ିଛି । ରୋହିତ ଶର୍ମାଙ୍କ ଅବସର ପରେ ଶୁଭମନ ଗିଲ୍‌ ନୂଆ ଟେଷ୍ଟ ଅଧିନାୟକ ନିଯୁକ୍ତ ହେବାର ସମ୍ଭାବନା ଅଧିକ ରହିଛି । କାରଣ ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କ କାର୍ଯ୍ୟଭାର ଉପରେ ଗୁରୁତ୍ୱ ଦିଆଯିବ । ସେ ଏହି ସିରିଜରେ ଅତି ବେଶୀରେ ୩ଟି ଟେଷ୍ଟ ଖେଳିବା ଅନୁମାନ କରାଯାଉଛି । ଭାରତ ଏବେଠୁ ସ୍ଥାୟୀ ଅଧିନାୟକ ଚାହୁଁଛି । ତେଣୁ ଗିଲ୍‌ ଅଧିନାୟକ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ।

ବିରାଟ କୋହଲିଙ୍କ ଅବସର ପରେ ବ୍ୟାଟିଂ କ୍ରମର ୪ନଂ ସ୍ଥାନ ଖାଲି ପଡ଼ିଛି । ଆଗାମୀ ଦିନରେ ଗିଲ୍‌ ଏହି ସ୍ଥାନରେ ବ୍ୟାଟିଂ କରିବେ । ଯଶସ୍ୱୀ ଜୈସ୍ୱାଲ୍‌ ଓ କେଏଲ ରାହୁଲ ଓପନ କରିବେ । ୩ନଂ ସ୍ଥାନରେ ସାଇ ସୁଦର୍ଶନଙ୍କୁ ଖେଳାଇବାକୁ ଯୋଜନା କରାଯାଉଛି । ସେ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ଲମ୍ବା ଫର୍ମାଟ୍‌ ଖେଳିବା ପାଇଁ ସମସ୍ତ ଟେକ୍‌ନିକ୍‌ ତାଙ୍କ ନିକଟରେ ରହିଛି । ଉନ୍ନତ ଫର୍ମରେ ଥିବା ସତ୍ତେ୍ୱ ଶ୍ରେୟାସ ଆୟରଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିବା ସମ୍ଭାବନା ନଥିବା ଆଲୋଚନା ହେଉଛି । ସେ ଗତ ସିଜନରୁ ସମସ୍ତ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । 

ସେହିପରି ଫିଟ୍‌ ହୋଇ ଫେରିଥିବା ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ପାଇବା ସମ୍ଭାବନା ନଥିବା ଜଣାପଡ଼ିଛି । ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି ତଥାପି ଇଂଲଣ୍ଡରେ ଲମ୍ବା ସ୍ପେଲ ପକାଇବା ଭଳି ଫିଟ୍‌ନେସ ଓ ଲୟକୁ ସେ ଫେରିନଥିବା ଚୟନ କମିଟି ଅନୁଭବ କରିଛି । ସାମି ଟେଷ୍ଟ ଦଳରେ ସ୍ଥାନ ନପାଇଲେ ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂହ, ମୁକେଶ କୁମାର, ୟଶ ଦୟାଲ, ଅଂଶୁଲ କାମ୍ବୋଜ, ଖଲିଲ ଅହମ୍ମଦ ଓ ହର୍ଷିତ ରାଣାଙ୍କ ମଧ୍ୟରୁ ଅନ୍ୟ ପେସ୍‌ ବୋଲରଙ୍କୁ ଚୟନ କରାଯିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.