ଗୋଆ,୦୨/୦୬: ସାଫ ମହିଳା ଚାମ୍ପିଅନସିପ୍ରେ ଭାରତର ପ୍ରଦର୍ଶନ ବେଶ ଉନ୍ନତ ରହିଛି । ଗ୍ରୁପ ବି’ରେ ଟପ୍ପର ହୋଇ ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୩ ତାରିଖରେ ପ୍ରଥମ ସେମି ଫାଇନାଲରେ ନେପାଳ-ବାଂଲାଦେଶ ଏବଂ ଦ୍ୱିତୀୟ ସେମି ଭାରତ-ଭୁଟାନ ମଧ୍ୟରେ ଖେଳାଯିବ।
ଭାରତ ଗ୍ରୁପ୍ର ଅନ୍ତିମ ମ୍ୟାଚ୍ରେ ଦଳ ବାଂଲାଦେଶକୁ ଭେଟିଥିଲା । ଏଥିରେ ଭାରତ ଏକତରଫା ଭାବେ ୩-୦ ଗୋଲରେ ବିଜୟୀ ହୋଇଥିଲା । ଭାରତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରି ଖେଳିଥିଲା । ୩୫ ମିନିଟ ପର୍ଯ୍ୟନ୍ତ ଖେଳ ଗୋଲଶୂନ୍ୟ ରହିଥିଲା । ଓଡ଼ିଆ ଫରୱାର୍ଡ ପ୍ୟାରୀ ଖାଖା ୩୬ ମିନିଟରେ ଦଳ ଗୋଲ ଖାତା ଖୋଲିଥିଲେ । ଦ୍ୱିତୀୟାର୍ଦ୍ଧରେ ଦଳ ଆଉ ୨ଟି ଗୋଲ୍ ଦେଇଥିଲା । ୭୮ ମିନିଟରେ ଲିଣ୍ଡା କୋମ ଓ ୯୦+୧ ମିନିଟରେ ମାଳବିକା ପ୍ରସାଦ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ଜିତାଇଥିଲେ । ଶେଷ ପର୍ଯ୍ୟନ୍ତ ବାଂଲାଦେଶ ଗୋଲ ଖାତା ଖୋଲିପାରି ନଥିଲା ।
ଅଧିକ ପଢ଼ନ୍ତୁ :- FIFA World Cup 2026: ଫିଫା ବିଶ୍ୱକପରେ ଦେଖିବାକୁ ମିଳିବ ଭାରତର ରଙ୍ଗ; ଟିମ୍ ଇଣ୍ଡିଆ ନାହିଁ, ଚମକିବେ ଭାରତୀୟ ବଂଶୋଦ୍ଭବ