ନୂଆଦିଲ୍ଲୀ : ଭାରତର ପଡ଼ୋଶୀ ଦେଶ ପାକିସ୍ତାନ । ତଥାପି ପଡ଼ୋଶୀ ଦେଶକୁ ଯିବାକୁ ହେଲେ ବହୁ ଖର୍ଚ୍ଚ କରିବାକୁ ପଡ଼େ । ଆପଣ କେବେ ଭାବିଛନ୍ତି କି, ପଡ଼ୋଶୀ ଦେଶକୁ ଯିବାକୁ ହେଲେ କ’ଣସବୁ ରହିଛି ଗାଇଡଲାଇନ୍ । ତେବେ ଆମର ପଡ଼ୋଶୀ ଦେଶକୁ ସିଧାସଳଖ ଆପଣ ବିମାନ ଯାତ୍ରା କରିପାରିବେ ନାହିଁ । ପହଲଗାମ ଆକ୍ରମଣଠାରୁ ଦୁଇ ଦୋ ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ଉପରେ ରୋକ ଲାଗିଛି ।

ଏବେ ଆପଣ ଯଦି ପାକିସ୍ତାନକୁ ଯିବା ପାଇଁ ଚାହିଁବେ ତାହେଲେ ଅଲଗା ଦେଶ ଦେଇ ଯାଇପାରିବେ । ଯେଉଁ ଯାତ୍ରାରେ ଆପଣଙ୍କୁ ବହୁ ଖର୍ଚ୍ଚ କରିବାକୁ ପଡ଼ିବ । ଆପଣଙ୍କ କେବଳ ଯିବା ପାଇଁ ୨୩ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ବିମାନ ଅପେକ୍ଷା ସ୍ଥଳଭାଗରେ ଯିବା ସହଜ ଏବଂ ସୁଗମ ହେବ । ଅମୃତସରରେ ପହଞ୍ଚିବା ପରେ ଓ୍ବାଘା ବର୍ଡର ଦେଇ ଯାଇପାରିବେ । ଲାହୋରରେ ପହଞ୍ଚିବା ପାଇଁ ୩ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ତେବେ ଆପଣ ପାକିସ୍ତାନ ଯାତ୍ରା କରିବା ପାଇଁ ଏକ ବୈଧପାସପୋର୍ଟ ଏବଂ ଭିସା ଅତ୍ୟନ୍ତ ଜରୁରୀଯାହା ବିନା ଯାତ୍ରା ଅସମ୍ଭବ। ଏହା ସହିତ, କୌଣସି ସମସ୍ୟା ଏଡାଇବା ପାଇଁ ଆପଣଙ୍କର ଟୀକାକରଣ ରେକର୍ଡ ଏବଂ ଡଲାର କିମ୍ବା ପାକିସ୍ତାନୀ ଟଙ୍କା ଭଳି ବିଦେଶୀ ମୁଦ୍ରା ସାଙ୍ଗରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବର୍ତ୍ତମାନ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ, ସାଧାରଣ ନାଗରିକଙ୍କ ପାଇଁ ଭିସା ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପହଲଗାମ ଆକ୍ରମଣ ପରେ, ଭାରତ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ, ଯାହା ଫଳରେ ପାକିସ୍ତାନ ନିଜସ୍ୱ ପ୍ରତିବନ୍ଧକ ଲଗାଇ ପ୍ରତିଶୋଧ ନେଇଥିଲା।

​​​​​​​ଏହାସହ ପଢ଼ନ୍ତୁ : ଲକ୍ଷ୍ନୌ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ