ନୂଆଦିଲ୍ଲୀ: କାମ ଦେଲେନି ରାଜସ୍ଥାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ । ଲକ୍ଷ୍ନୌ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ । ୬ ଓ୍ବିକେଟ ବିନିମୟରେ ୧୫୯ ରନ କରିବାରେ ସକ୍ଷମ ହୋଇଛି ପରାଗ ବାହିନୀ । ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ଅପରାଜିତ ୪୩ ରନ୍ କରିଛନ୍ତି । ସେପଟେ ଲକ୍ଷ୍ନୌ ପକ୍ଷରୁ ମହମ୍ମଦ ସାମି, ପ୍ରୀନ୍ସ ଯାଦବ ଏବଂ ମୋହସିନ୍ ଖାନ ୨ଟି ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ବାକି ବୋଲର ଓ୍ବିକେଟ ଲେସ୍ ରହିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଆଜିର ମ୍ୟାଚରେ ଦଳର ଦୁଇ ଓପନର ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ଜୟସ୍ବାଲ ୨୨ ରନ୍ କରିଥିବାବେଳେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୬ ରନ କରିବାରେ ସକ୍ଷମ ହୋଇଥିଲେ । ପରେ ଧ୍ରୁବ ଜୁରେଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରାଗ ୨୦, ହେଟମାୟାର ୨୨ ଏବଂ ଡେଭନ ଫେରିରିଆ ୨୦ ରନ କରିଥିଲେ । ଏହାସହ ଶେଷ ସମୟରେ ଶିଭମ ଦୁବେ ୧୧ ବଲରୁ ୧୯ ରନ୍ କରିପାରିଥିଲେ । ସେ ଜାଡେଜାଙ୍କ ସାଥ୍ ଦେଇଥିବାବେଳେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ।

ଏହାସହ ପଢ଼ନ୍ତୁ : ଶାଢ଼ୀ ଛାଡ଼ି ସ୍ତ୍ରୀ ପିନ୍ଧୁଥିଲେ ନାଇଟ୍, ରାଗରେ ଜାଳିଦେଲେ ସ୍ବାମୀ