ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

RBI ରିପୋର୍ଟ: ଅସ୍ଥିରତା ସତ୍ତ୍ୱେ ଜାରି ରହିବ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା, ଆଜି ଆସିବ ଜିଡିପି ଅଭିବୃଦ୍ଧି ଫଳାଫଳ

Published By : Prameya | May 30, 2025 9:03 AM

ନୂଆଦିଲ୍ଲୀ,୩୦/୦୫: ବିଶ୍ୱ ବଜାରରେ ବିଭିନ୍ନ ପ୍ରକାର ଅନିଶ୍ଚିତତା ସତ୍ତ୍ୱେ ଭାରତ ୨୦୨୫-୨୬ରେ ଏହାର  ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା  ବଜାୟ ରଖିବ । ନିଜର ଉନ୍ନତ ମାକ୍ରୋ- ଅର୍ଥନୈତିକ ମାପଦଣ୍ଡ, ମଜଭୁତ ଆର୍ଥିକ  କ୍ଷେତ୍ର ଏବଂ ନିରନ୍ତର ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ଯୋଗୁ ଏହା ସମ୍ଭବ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)  ଏହାର ବାର୍ଷିକ ରିପୋର୍ଟରେ ଏଭଳି ପ୍ରକାଶ  କରିଛି । ବିଶ୍ୱ ଆର୍ଥିକ ବଜାରରେ ଉତ୍‌ଥାନ  ପତନ, ଭୁ-ରାଜନୈତିକ ଅସ୍ଥିରତା, ବାଣିଜ୍ୟ  ଯୁଦ୍ଧ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ  ଜଳବାୟୁଜନିତ ଅନିଶ୍ଚିତତା ମଧ୍ୟରେ ଏହି  ରିପୋର୍ଟ ପ୍ରକାଶ ପାଇଛି ।  

ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଏସବୁ  ସମସ୍ୟାଗୁଡ଼ିକର ଡାଉନ୍‌ସାଇଡ୍‌ ରିସ୍କ ରହିଛି  ଏବଂ ମୁଦ୍ରାସ୍ଫୀତିକୁ ଅପ୍‌ସାଇଡ୍‌ ବିପଦ ଅଛି ।  ଭାରତୀୟ ଅର୍ଥନୀତିର ମୂଳଦୁଆ ମଜଭୁତ  ରହିଛି, ଯାହାଫଳରେ ଭାରତ ଏହାର ଦୃଢ଼  ମୁକାବିଲା କରିପାରିବ ବୋଲି ଆର୍‌ବିଆଇ  ପ୍ରକାଶ କରିଛି । ୨୦୨୪-୨୫ରେ ଭାରତର  ଜିଡିପି ଅଭିବୃଦ୍ଧି ୬.୫% ରହିଥିଲା । ଏଥିସହିତ  ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଥିଲା । 

ଶୁକ୍ରବାର ସରକାର ୨୦୨୪-୨୫ ଆର୍ଥିକବର୍ଷ  ଏବଂ ଏହି ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସିକ  ରିପୋର୍ଟ ଜାରି କରିବେ । ଭାରତର ପ୍ରଦର୍ଶନ ଭଲ ରହିବ ଏବଂ ଏହା ବିଶ୍ୱର ସବୁଠୁ ଦ୍ରୁତ  ଅଭିବୃଦ୍ଧିଶୀଳ ଅର୍ଥନୀତିର ମୁକୁଟ ପୁଣି ପିନ୍ଧିବ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ, ବିନିଯୋଗ  ଚାହିଦାରେ ବୃଦ୍ଧି, ସେବା କ୍ଷେତ୍ରରେ ସୁଧାର  ଓ କୃଷି ଉତ୍ପାଦନ ବୃଦ୍ଧି ସହିତ ଭାରତର  ଅର୍ଥନୈତିକ ଗତିବିଧି ବଢ଼ିଛି । ୨୦୨୫- ୨୬ରେ ଭାରତୀୟ ଅର୍ଥନୀତିର ଦୃଶ୍ୟପଟ  ଭଲ ରହିଛି । ସରକାରୀ ବ୍ୟୟ ବୃଦ୍ଧି ଏବଂ  ବିନିଯୋଗ ଚାହିଦାରେ ସୁଧାର ଯୋଗୁ ଏହା  ସମ୍ଭବ ହୋଇଛି । 

ଅର୍ଥନୀତିକୁ ନେଇ ଉପଭୋକ୍ତା ଏବଂ  ବ୍ୟବସାୟ ଜଗତ ଆଶାବାଦୀ ରହିଛନ୍ତି ।  ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି ଯେ, ୨୦୨୫- ୨୬ ବଜେଟ୍‌ରେ ଘୋଷଣା ହୋଇଥିବା  ଜାତୀୟ ବିନିର୍ମାଣ ମିଶନ୍‌ ‘ମେକ୍‌ ଇନ୍‌  ଇଣ୍ଡିଆ’ ଅଭିଯାନକୁ ଆହୁରି ବ୍ୟାପକ  କରିବ । ବିନିର୍ମାଣ କ୍ଷେତ୍ର ବଢ଼ିବା ସହ  ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ବିଶ୍ୱ  ବାଣିଜ୍ୟରେ ଭାରତର ଭାଗିଦାରୀ ବଢୁଥିବା  ଆର୍‌ବିଆଇ ପ୍ରକାଶ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.