ନୂଆଦିଲ୍ଲୀ,୦୬/୦୬: ଶୁବମନଙ୍କ ସହ ଶୁଭାରମ୍ଭ ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଷ୍ଟାର ଖେଳାଳି ଶୁବମନ ଗିଳଙ୍କ ନେତୃତ୍ବରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏ ନେଇ ମୁମ୍ବାଇ ଏୟାପୋର୍ଟରୁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ବାହାରିଛି । ଆସନ୍ତା ଜୁନ ୨୦ରୁ ହେଡିଂଲରେ ପ୍ରଥମ ମ୍ୟାଚ ଆରମ୍ଭ ହେବ ।
ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଶୁବମନ ଗିଲ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫-୨୭ ଚକ୍ରରେ ଇଂଲଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡରେ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଆସନ୍ତା ୨୦ ତାରିଖରୁ ହେଡିଂଲେରେ ପ୍ରଥମ ମ୍ୟାଚ୍ ଆରମ୍ଭ ହେବ । ବିରାଟ କୋହଲି, ରୋହିତ ଶର୍ମା ଏହି ଗସ୍ତରେ ନାହାନ୍ତି । ଦଳ ଘୋଷଣା ପୂର୍ବରୁ ସେମାନେ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ରୋ-କୋଙ୍କ ବିନା ଇଂଲଣ୍ଡ ବିପକ୍ଷରେ ଲଢେଇ କରିବ ଶୁବମନ ସେନା ।
England-bound & 𝗥𝗘𝗔𝗗𝗬! 👌👌#TeamIndia | #ENGvIND pic.twitter.com/b3KBfHq9I4
— BCCI (@BCCI) June 5, 2025
ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଗିଲ୍ ଯୋଡ଼ି ଭାରତୀୟ ଟେଷ୍ଟରେ ନୂଆ ଯୁଗ ଆରମ୍ଭ କରିବାକୁ ଯାଉଛି । ଭାରତୀୟ ଦଳ ମୁମ୍ବାଇରୁ ଲଣ୍ଡନ ଯାତ୍ରା କରିଛନ୍ତି । କେଏଲ ରାହୁଲଙ୍କ ସମେତ ଅନ୍ୟ ଖେଳାଳି ପୂର୍ବରୁ ଇଂଲଣ୍ଡରେ ରହିଛନ୍ତି । ଗତବର୍ଷ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆରେ ବି ହାରିଥିଲା । ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ପୂର୍ବ ପ୍ରଦର୍ଶନ ଭଲ ନଥିଲା । ଏବେ କିଛି ଯୁବ ପ୍ଲେୟାର ଇଂଲଣ୍ଡ ବିପକ୍ଷରେ ଖେଳିବେ । ଅଧିନାକ ଶୁବମନ ଗିଲଙ୍କ ପାଇଁ ଏହା ଚ୍ୟାଲେଞ୍ଜ ହେବ । ତେଣୁ ଇଂଲଣ୍ଡ ଗସ୍ତ ପୂର୍ବରୁ ପ୍ରେସ୍ମିଟରେ ଶୁବମନ ଆତ୍ମବିଶ୍ୱାସ ଭରା ଥିବା ଦେଖିବାକୁ ମିଳିଥିଲା ।
ଭାରତୀୟ ସ୍କ୍ୱାଡ - ଶୁବମନ ଗିଲ (ଅଧିନାୟକ), ଋଷବ ପନ୍ତ (ଉପଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, କଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଦ୍ରୁବ ଜୁଏଲ (ୱିକେଟକିପର), ୱାସିଂଟନ ସୁନ୍ଦର, ସାର୍ଦୁଳ ଠାକୁର,ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂହ ଓ କୁଳଦୀପ ଯାଦବ ।