ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

୨୪ରେ ଭାରତ-ବ୍ରିଟେନ ଏଫ୍‌ଟିଏକୁ ମୋହର : ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା

Published By : Rasmita Pradhan | July 23, 2025 1:10 PM

image source : News Arena

ନୂଆଦିଲ୍ଲୀ, ୨୩/୦୭ : ଭାରତ ଏବଂ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ୨୪ ଜୁଲାଇରେ ଲଣ୍ଡନରେ ସ୍ୱାକ୍ଷରିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଉପସ୍ଥିତ ରହିବେ। ଏହି ଚୁକ୍ତି ପରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୨୫.୫ ବିଲିୟନ ପାଉଣ୍ଡ (୨.୯୭ ଲକ୍ଷ କୋଟି) ଛୁଇଁବ ବୋଲି ଦିଲ୍ଲୀ ସ୍ଥିତି ବ୍ରିଟେନ ହାଇକମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉଭୟ ଦେଶ ୬ ମେ’ରେ ଏଫ୍‌ଟିଏ ନେଇ ଆଲୋଚନା ସମ୍ପୂର୍ଣ୍ଣ ହୋଇଥିବା ଘୋଷଣା କରିଥିଲେ। ଏଥିରେ ଚମଡ଼ା ସାମଗ୍ରୀ, ଜୋତା ଏବଂ କପଡ଼ା ଶିଳ୍ପର ରପ୍ତାନି ଉପରେ ଟିକସ ହଟାଇବା ନେଇ ସହମତି ହୋଇଛି । ସେହିଭଳି ବ୍ରିଟେନର ହ୍ୱିସ୍କି ଏବଂ କାର ଆମଦାନି କ୍ଷେତ୍ରରେ ଭାରତ ଟିକସ କମାଇବ । ଫଳରେ ଏହି ସାମଗ୍ରୀ ଗୁଡ଼ିକ ଭାରତରେ ଶସ୍ତା ହେବ। ୨୦୩୦ ବେଳକୁ ଉଭୟ ଦେଶ ଦ୍ୱିପାକ୍ଷିକ କାରବାରକୁ ୧୨୦ ବିଲିୟନ ଡଲାର ପହଞ୍ଚାଇବାକୁ ଯୋଜନା ରଖିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଠାରୁ ୪ ଦିନିଆ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତ କରୁଛନ୍ତି। ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ କରିବା ଦିଗରେ ଦେଶ ଏବେ ଫୋକସ କରୁଛି । ଏଫ୍‌ଟିଏରେ ହସ୍ତାକ୍ଷର ପରେ ଏହାକୁ ବ୍ରିଟେନର ସଂସଦ ମଞ୍ଜୁରିର ଆବଶ୍ୟକତା ରହିଛି । ଚୁକ୍ତି ପରେ ଏହାକୁ କାର୍ଯ୍ୟକାରୀ କରାଇବାକୁ ପ୍ରାୟ ୧ ବର୍ଷ ସମୟ ଲାଗିବ । ଭାରତର କ୍ୟାବିନେଟ ଏହି ଚୁକ୍ତିକୁ ମଞ୍ଜୁରି ମିଳିପାରେ । ଦିଲ୍ଲୀ ସ୍ଥିତ ବ୍ରିଟିଶ ହାଇକମିଶନର କାର୍ଯ୍ୟାଳୟର ଦକ୍ଷିଣ ଏସିଆ ଲାଗି ଉପ ବ୍ୟାପାର ଆୟୁକ୍ତ ଉନା ସଟ୍‌ବୋଲ୍ଟ କହିଛନ୍ତି, ଏଫ୍‌ଟିଏ ଦ୍ୱାରା ଦ୍ୱିପାକ୍ଷିକ କାରବାରକୁ ୨୫.୫ ବିଲିୟନ ଡଲାର ଛୁଆଁଇବାକୁ ଯୋଜନା ରଖାଯାଇଛି। ଉଭୟ ଦେଶର ୯୦% ସାମଗ୍ରୀ ଉପରେ ଟିକସ ହ୍ରାସ ହେବ । ଏହା ଦ୍ୱାରା ଶିଳ୍ପ କ୍ଷେତ୍ରକୁ ଲାଭ ମିଳିବ । ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ କାମ କରୁଥିବା କମ୍ପାନି ଗୁଡ଼ିକୁ କର୍ପୋରେଟ ସୁରକ୍ଷା ମିଳିବା ଯୋଗୁ ସେବା କ୍ଷେତ୍ର ଲାଭବାନ ହେବ । ଉଭୟ ପକ୍ଷ ଶ୍ରମିକଙ୍କୁ ଲାଭ ମଳିବ । ଫଳରେ ପାରଦର୍ଶିତା ଏବଂ ନିଶ୍ଚିତତା ଆସିବ । ଭାରତ ବିଶ୍ୱ ରପ୍ତାନି କ୍ଷେତ୍ରରେ ଉପସ୍ଥିତିକୁ ଦୃଢ଼ କରିବା ଲାଗି ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ଏହି କ୍ରମରେ ଅଧିକ ଦେଶ ସହ ଚୁକ୍ତି କରିବା ଉପରେ ଦେଶ ଫୋକସ କରୁଛି  । ପ୍ରାୟ ୧୨ ଦେଶ ସହ ଏଫ୍‌ଟିଏ କରିବା ଲାଗି ଦେଶ ଅଗ୍ରସର ହେଉଛି । ଏହା ହେଲେ ଦେଶର ରପ୍ତାନି ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦୁଇ ଦିନିଆ ବ୍ରିଟେନ ଗସ୍ତରେ ଯିବେ । ଏହା ତାଙ୍କର ଚତୁର୍ଥ ବ୍ରିଟେନ ଗସ୍ତ ହେବ । ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ନିମନ୍ତ୍ରଣକ୍ରମେ ମୋଦି ସେଠାକୁ ଯାଉଛନ୍ତି । ମୋଦି ବ୍ରିଟିଶ ରାଜା କିଙ୍ଗ ଚାର୍ଲସଙ୍କୁ ଭେଟିବେ । ଲଣ୍ଡନରେ ମୋଦି ଓ ଷ୍ଟାର୍ମରଙ୍କ ଭିତରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଉଭୟ ନେତା ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ), ପ୍ରତିରକ୍ଷା, ଟେକ୍ନୋଲୋଜି ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.