ନୂଆଦିଲ୍ଲୀ,୧୧/୧୦: ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜାରି ରହିଛି । ଭାରତ ଆଧିପତ୍ୟ ଜାରି ରଖି ବିଶାଳ ସ୍କୋର କରିଛି । ଭାରତ ପ୍ରଥମ ଦିନରେ ୩୧୮ ରନ କରିଥିଲା । ଯଶ୍ୱସୀ ଜୟସ୍ୱାଲ ଶତକ ହାସଲ କରିଥିଲେ । ସାଇ ସୁଦର୍ଶନ ଅର୍ଦ୍ଧଶତକ କରିଥିଲେ । ଦ୍ବିତୀୟ ଦିନରେ ଶତକ ହାସଲ କରିଛନ୍ତି କ୍ୟାପ୍ଟେନ ଶୁବମନ ଗିଲ । ଏହା ତାଙ୍କର ପ୍ରଥମ ଘରୋଇ ଟେଷ୍ଟ ସେଞ୍ଚୁରୀ । ୧୯୬ ବଲ୍‌ରେ ୧୨୯ରନ ରେକର୍ଡ-ବ୍ରେକିଙ୍ଗ ଇନିଂସ ଖେଳିଛନ୍ତି । ସେଥିରେ ୧୬ ଚୌକା ଓ ୨ଟି ଛକା ସାମିଲ ଅଛି । ରୋହିତ ଶର୍ମାଙ୍କୁ ପଛରେ ପକାଇବା ସହିତ ୫ ରେକର୍ଡ ଭାଙ୍ଗିଛନ୍ତି । ଏହା ସହିତ ୫୧୮ରନ୍‌ରେ ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ୱେଷ୍ଟ ଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିଛି । ରିପୋର୍ଟ ଲେଖାଯିବ ସୁଦ୍ଧା ଦଳକୁ ପ୍ରଥମ ଝଟକା ଲାଗିଛି । ୧୦ରନ୍ କରି  ଜନ କ୍ୟାମ୍ପବେଲ ଜାଡେଜାଙ୍କ ଶିକାର ହୋଇଛନ୍ତି ।

ଶୁଭମନ ଗିଲ ଇଂଲଣ୍ଡ ଗସ୍ତରେ ୪ଟି ଶତକ ସହିତ ୭୫୪ ରନ କରିଥିଲେ ।  ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରେ ସେହି ଫର୍ମ ବଜାୟ ରଖିଛନ୍ତି । ଗିଲ୍ WTC ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି ।  ଦିଲ୍ଲୀ ଟେଷ୍ଟ ପୂର୍ବରୁ, ସେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ପ୍ରଥମ ସ୍ଥାନରେ ଥିଲେ । ଅରୁଣ ଜେଟଲୀ ଷ୍ଟାଡିୟମରେ ଶତକ ହାସଲ କରି ସେ ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତ ପାଇଁ ସେ ୧୦ତମ ଶତକ ହାସଲ କରିଛନ୍ତି ।

୧୦ - ଶୁଭମନ ଗିଲ୍
୯- ରୋହିତ ଶର୍ମା
୭ - ଯଶସ୍ୱୀ ଜୟସୱାଲ
୬- ରିଷଭ ପନ୍ତ
୬ - କେଏଲ ରାହୁଲ

​​​​​​​୧୨ ଇନିଂସ ପରେ ଅଧିନାୟକ ଭାବରେ ଭାରତ ପାଇଁ ସର୍ବାଧିକ ୫୦+ ସ୍କୋର କରିବାରେ ତୃତୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି । ଏହି କ୍ଷେତ୍ରରେ, ସେ ବିରାଟ କୋହଲି (୫) ଏବଂ ବିଜୟ ହଜାରେ (୫)ଙ୍କୁ ପଛରେ ପକାଇ ଦେଇଛନ୍ତି । ପ୍ରଥମ ସ୍ଥାନ ଏମ୍ ଏସ୍ ଧୋନିଙ୍କ ନାମରେ ଅଛି, ଯିଏ ୧୨ ଟେଷ୍ଟ ଇନିଂସ ପରେ ଅଧିନାୟକ ଭାବରେ ୮ଥର ୫୦+ ସ୍କୋର କରିଛନ୍ତି ।