ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବ୍ରିସବେନ ଟେଷ୍ଟ; ବର୍ଷା ଧୋଇନେଲା ପ୍ରଥମ ଦିନ, ୮୦ ବଲ ହୋଇଥିଲା ଖେଳ

Published By : Ankita S | December 14, 2024 12:33 PM

ନୂଆଦିଲ୍ଲୀ,୧୪/୧୨: ବର୍ଡର-ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟର ଆଜିଠୁ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ବ୍ରିସବେନର ଗାବା ଗଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିଲା ମ୍ୟାଚ । ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଘରୋଇ ଅଷ୍ଟ୍ରେଲିଆ । ମାତ୍ର ୮୦ଟି ବଲ ଖେଳ ହୋଇଥିଲା । ଅଚାନକ ବର୍ଷିଥିଲେ ଇନ୍ଦ୍ର ଦେବ । ଫଳରେ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା । ବର୍ଷା ଛାଡିଥିଲେ ପୁଣି ଆରମ୍ଭ ହୋଇଥାନ୍ତା ମ୍ୟାଚ ।  ହେଲେ ବର୍ଷା ଛାଡିଲା ନାହିଁ । ବ୍ରିସବେନର ପ୍ରଥମ ଦିନ ଖେଳ ବର୍ଷା ଧୋଇ ନେଇଛି । ଆସନ୍ତାକାଲି (ରବିବାର) ମ୍ୟାଚ ଖେଳାଯିବ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଅଷ୍ଟ୍ରେଲିଆର ଉସମାନ ଖ୍ବାଜା ଓ ନାଥନ ମ୍ୟାକସ୍ବିନି ଓପନିଂ କରିଥିଲେ । ଭାରତ ପକ୍ଷରୁ ପ୍ରଥମେ ବୋଲିଂ କରିଥିଲେ ବୁମରା । ୧୩ ଓଭର ୨ଟି ବଲ୍ ଖେଳ ସମୟରେ ଆରମ୍ଭ ହୋଇଥିଲା ବର୍ଷା । ଅଷ୍ଟ୍ରେଲିଆ ବିନା ୱିକେଟ ହରାଇ ୨୮ ରନ କରିଥିଲା । ମାତ୍ର ୮୦ଟି ବଲ ଖେଳ ହୋଇଥିଲା । ଉସମାନ ଖ୍ବାଜା ୧୯ ରନ ଓ ନାଥନ ମ୍ୟାକସ୍ବିନି ୪ ରନ କରି ଅପରାଜିତ ରହିଥିଲେ । ୪୭ ବଲରେ ୧୯ ରନ କରିଛନ୍ତି ଉସମାନ ଖ୍ବାଜା । ବର୍ଷା ଛାଡିଲେ ପୁଣି ମ୍ୟାଚ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା ମାତ୍ର ବର୍ଷା ନ ଛାଡିବାରୁ ପ୍ରଥମ ଦିନ ଖେଳକୁ ବାତିଲ କରାଯାଇଛି । ଆସନ୍ତାକାଲି ପୁଣି ମ୍ୟାଚ ଆରମ୍ଭ ହେବ । ଦ୍ବିତୀୟ ଦିନ ୯୮ ଓଭର ଖେଳ ହେବ । ଏହା ପୂର୍ବରୁ ଗାବା ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୭ଟି ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା। ଭାରତ ୫ଟି ମ୍ୟାଚରେ ପରାସ୍ତ ହୋଇଥିଲା । ଗୋଟିଏ ମ୍ୟାଚ ଡ୍ର ହୋଇଥିଲା । ୨୦୨୧ରେ ଗୋଟିଏ ମ୍ୟାଚ ଜିତିଥିଲା । ୩ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା ।


ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଦୁଇଟି ଟେଷ୍ଟ ସରିଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି ସିରିଜ । ଭାରତ ପର୍ଥ ଟେଷ୍ଟ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଆ଼ଡିଲେଡ ଟେଷ୍ଟ ଜିତିଥିଲା  । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ତୃତୀୟ ଟେଷ୍ଟ ଫଳାଫଳ ସିରିଜ ପାଇଁ ନିର୍ଣ୍ଣାୟକ ହେବ ବୋଲି ଆକଳନ କରାଯାଉଛି । ଗାବା ଟେଷ୍ଟ ଜିତି ଭାରତ ସିରିଜରେ ଆଗୁଆ ରହିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଆଡିଲେଡରେ ପରାଜୟ ପରେ ଭାରତ ଗାବାରେ କମବ୍ୟାକ କରିବ ବୋଲି ଫ୍ୟାନ୍ସ ଆଶାବାଦୀ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.