ମୁମ୍ବାଇ,୨/୬ : ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ଖେଳାଯିବାକୁ ଅଛି । ଭାରତ ଏବଂ ଇଂଲଣ୍ଡର ମହିଳା କ୍ରିକେଟ ଟିମ୍ ମଧ୍ୟରେ ଟି-୨୦ ସିରିଜର ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ , ଯାହା କୌଣସି ଫାଇନାଲରୁ କମ୍ ନୁହେଁ । ଏବେ ପର୍ଯ୍ୟନ୍ତ ସିରିଜି ଗୋଟିଏ ଗୋଟିଏ ଜିତିଛନ୍ତି ଏବଂ ଶେଷ ଟି-୨୦ମ୍ୟାଚ୍ ଟଣ୍ଟନରେ ଖେଳାଯିବ ।

ପ୍ରଥମ ଟି-୨୦ ମ୍ୟାଚ୍ ଟିମ୍ ଇଣ୍ଡିଆ ୩୮ରନରେ ବିଜୟୀ ହୋଇଥିଲା । ୟାସ୍ତିକା ଭାଟିଆ ଏବଂ ଜୋମିମା ରେଡ୍ରିଗ୍ସଙ୍କ ଅର୍ଦ୍ଧଶତକୀୟ ପାଳି ଫଳରେ ଟିମ୍ ଇଣ୍ଡିଆ ବଡ଼ ବିଜୟ ହାସଲ କରିଥିଲା । ଦ୍ବିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ତା’ର ଲୟକୁ ପୁଣି ଫେରି ୨୬ରନରେ ବିଜୟୀ ହୋଇଥିଲା ଏବଂ ସିରିଜକୁ ୧-୧ରେ ସମାନ କରିଥିଲା । ଭାରତୀୟ ଟିମ୍ ପ୍ରଥମରୁ ବି ଇଂଲଣ୍ଡକୁ ତା‘ର ଘରୋଇ ମାଟିରେ ପରାସ୍ତ କରିସାରିଛି । ୨୦୦୬ ଏବଂ ୨୦୨୫ରେ ହୋଇଥିବା ସିରିଜରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଇଂଲଣ୍ଡକୁ ତା‘ରି ଘରେ ଯାଇ ଟି-୨୦ସିରିଜରେ ହରାଇଥିଲା । ଏବେ ପର୍ଯ୍ୟନ୍ତ ଉଭୟ ଟିମ ମଧ୍ୟରେ ୩୬ ଟି-୨୦ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୨୪ଥର ଇଂଲଣ୍ଡ ଏବଂ୧୨ଥର ଭାରତୀୟ ଟିମ୍ ବିଜୟୀ ହୋଇଛି ।

ଟଣ୍ଟନ ପିଚ୍ ସାଧାରଣତଃ ବ୍ୟାଟରଙ୍କ ଲାଗି ସାହାଯ୍ୟକାରୀ ବୋଲି ଧରାଯାଏ । ପଡ଼ିଆରେ ଛୋଟ ବାଉଣ୍ଡ୍ରି କାରଣରୁ ସବୁବେଳେ ଏଠାରେ ହାଇ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥାଏ । ନୂଆ ବଲରେ ଦ୍ରୁତ ବୋଲରଙ୍କୁ ଆରମ୍ଭରୁ ସାହାଯ୍ୟ ମିଳିପାରେ। କିନ୍ତୁ ଯେଭଳି ପିଚ୍ ପୁରୁଣା ହେବ ସେଭଳି ସ୍ପିନର ମ୍ୟାଚରେ ବଡ଼ ଅନ୍ତର ସୃଷ୍ଟି କରିପାରନ୍ତି । ମହିଳା ଟି-୨୦କ୍ରିକେଟରେ ଏଠାରେ ପ୍ରଥମ ପାଳିର୧୫୫-୧୬୦ରନ୍ ଅଟେ ।