ନୂଆଦିଲ୍ଲୀ,୦୬/୦୩; ଗୁରୁବାର ମୁମ୍ବାଇରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ ବେଶ୍ ରୋମାଞ୍ଚକର ଥିଲା । ଏହି ମ୍ୟାଚରେ ଷ୍ଟାଡିୟମଟି କ୍ରିକେଟ ଷ୍ଟାରଙ୍କଠୁ ନେଇ ସେଲିବ୍ରିଟିଙ୍କ ଯାଏ ଭର୍ତ୍ତି ହୋଇଥିଲା । ଦୁଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ମ୍ୟାଚ ଦେଖୁଥିଲେ । ବହୁ ଦିନ ପରେ ପୂର୍ବତନ ଖେଳାଳି ଏବଂ ସେମାନଙ୍କ ପରିବାର ଏକାଠି ହୋଥିଲେ। ଏହି ସମୟରେ ଧୋନୀଙ୍କ ପତ୍ନୀ ସାକ୍ଷୀ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ରୋହିତ ଶର୍ମା ତାଙ୍କ ପତ୍ନୀଙ୍କ ସହିତ ଷ୍ଟାଣ୍ଡକୁ ଯାଇ ଏମଏସ ଧୋନୀ ଏବଂ ସାକ୍ଷୀ ଧୋନୀଙ୍କୁ ଭେଟୁଛନ୍ତି । ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ଏହାପରେ କିଛି ସେକେଣ୍ଡର ଭିଡିଓରେ ଶବ୍ଦ ନାହିଁ, କିନ୍ତୁ ଅନୁମାନ କରାଯାଉଛି ଯେ, ସାକ୍ଷୀ ରୋହିତଙ୍କ ଫିଟନେସର ପ୍ରଶଂସା କରୁଛନ୍ତି । ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସାକ୍ଷୀ କହୁଛନ୍ତି, "ତୁମେ ବହୁତ ଫିଟ୍ ଦେଖାଯାଉଛ। " ସାମନ ଭାବେ ରୋହିତ ବି ସାକ୍ଷୀଙ୍କୁ କହୁଛନ୍ତି ''ତୁମେ ବି ଏତେ ଫିଟ୍'' ହୋଇଯାଇଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି କି ଧୋନୀଙ୍କ ସାମ୍ନାରେ ସାକ୍ଷା ରୋହିତଙ୍କୁ ପ୍ରଶଂସା କଲେ । ହେଲେ ସେମିତି କିଛି ନୁହେଁ ଦୁହେଁ ଦୁହିଁଙ୍କ ଫିଟନେସକୁ ନେଇ ପ୍ରଶଂସା କରିଛନ୍ତି ।
ଏହା ବି ପଢନ୍ତୁ...'ଏ..ବସିଯାଅ..ବସିଯାଅ..'; ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ପତ୍ନୀ ସାକ୍ଷୀଙ୍କୁ କାହିଁକି ଏମିତି କହିଲେ ଏମ୍ଏସଡି ?
କହି ରଖୁଛୁ କି, ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ମସିହାରେ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ୨୦୨୪ ମସିହାରେ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ବିଶ୍ୱକପ୍ ଟାଇଟଲ ଜିତିଥିଲା । ତା’ପରେ ରୋହିତ, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ସହିତ ଅବସର ନେଇଥିଲେ । ଏଥରେ ଯୁବଦଳ ବିଶ୍ୱକପ ଟ୍ରଫି ଟକ୍କର ପାଇଁ ଖେଳିବେ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱ ଥରେ ଚତୁର୍ଥ ଥର ଫାଇନାଲ ଖେଳିବ ଭାରତ । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ଫାଇଟ୍