ନୂଆଦିଲ୍ଲୀ,୦୬/୦୩; ଭାରତ ଚଳିତ ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି । ରବିବାର, ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ରଫି ଟକ୍କର ଖେଳିବ ସୂର୍ଯ୍ୟସେନା । ସେମିଫାଇନାଲରେ, ଗୁରୁବାର ମୁମ୍ବାଇରେ ଏକ ରୋମାଞ୍ଚକର ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ ଜାକବ୍ ବେଥେଲଙ୍କ ଚମତ୍କାର ୧୦୫ ରନ୍ ସତ୍ତ୍ୱେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ବିଜୟୀ ହୋଇଛି । ସଞ୍ଜୁ ସାମସନଙ୍କ ଚମତ୍କାର ୮୯ ରନ୍ ଭାରତକୁ ୨୫୩/୭ ରନର ଏକ ବିଶାଳ ସ୍କୋର କରିବାରେ ସକ୍ଷମ କରିଥିଲା । ଇଂଲଣ୍ଡ ୨୪୬/୭ ରନ୍ କରି ଏକ ରେକର୍ଡ ପିଛା କରିବାରେ ସଫଳ ହୋଇନଥିଲା । ତେବେ ଏହି ମ୍ୟାଚରେ ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କ ପତ୍ନୀ ଖୁବ ଚର୍ଚ୍ଚାରେ ରହିଛନ୍ତି । ୱାଙ୍ଖଡେରେ ଧୋନୀ ତାଙ୍କ ପତ୍ନୀଙ୍କ ସହିତ ମ୍ୟାଚ ଦେଖୁଥିଲେ । ମ୍ୟାଚରେ ସାକ୍ଷୀ ଏବଂ ଧୋନୀଙ୍କର କିଛି କିଛି ମଜାଳିଆ ରିଆକ୍ସନକୁ ନେଇ ଦୁହେଁ ଚର୍ଚ୍ଚାରେ ଅଛନ୍ତି ।

ଷ୍ଟାଣ୍ଡରୁ ମ୍ୟାଚ ଦେଖୁଥିଲେ ଧୋନୀ । ଯିଏକି ୨୦୦୭ ମସିହାରେ ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ଜିତାଇଥିଲେ । ତାଙ୍କ ଅଧିନାକତ୍ୱରେ ଟି-ଟ୍ୱେଣ୍ଟି ବିଶ୍ୱକପ ଜତିଥିଲା ଭାରତ । ଖେଳ ଶେଷ ଆଡକୁ ଗତି କରୁଥିଲା । ୱାଙ୍ଖଡେ ଶାନ୍ତ ଥିଲା । ଶେଷ ଓଭରରେ ଇଂଲଣ୍ଡ ଉପରେ ଚାପ ଥିଲା । ଏକ ବଲରେ ଧୋନୀଙ୍କ ପତ୍ନୀଙ୍କୁ ଲାଗିଥିଲା କି ଭାରତ ୱିକେଟ ନେଇଛନ୍ତି । ଆଉ ସେ ଖୁସିଲେ ନାଚି ଉଠିଥିଲେ । ବାସ୍ତବରେ ତାହା ୱିକେଟ ନଥିଲା । ହେଲେ ସେ ଖୁସିରେ ଡେଇଁଥିଲେ । ଏହି ସମୟରେ ପଛରେ ଥିବା ତାଙ୍କ ସ୍ୱାମୀ ତାଙ୍କୁ ମଜାଳିଆ ଢଙ୍ଗରେ କହିଥିଲେ ଏ..ଏ..ବସିଯାଅ..ବସିଯାଅ.. । ଏହି ସମୟରେ ସେଠାରେ ଥିବା ସମସ୍ତେ ହସିବାକୁ ଲାଗିଥିଲେ । ସାକ୍ଷୀ ବି ଟିକେ ଅସହଜ ଅନୁଭବ କରିଥିଲେ । ସୋସିଆଲ ମିଡିଆରେ ଏହି ସମୟରେ ଭିଡିଓ ଭାଇରାଲ ହେଉଛି ।

ଏହା ବି ପଢନ୍ତୁ...'ଥାଲା ଫର୍ ଏ ରିଜିନ୍'; ୭ ରନ୍ରେ ବିଜୟ, ୭ ୱିକେଟ୍ ପତନ, ଭାରତର ସେମିଫାଇନାଲ ବିଜୟରେ ଧୋନୀଙ୍କୁ ଫ୍ୟାନ୍ସଙ୍କ କ୍ରେଡିଟ୍  

   

ଭାରତ ଏହି ମ୍ୟାଚରେ ୭ ୱିକେଟ୍‌ରେ ବିଜୟ ହାସଲ କରି ଫାଇନାଲ ଟିକେଟ୍ ହାତେଇଛି । ସଞ୍ଜୁ ସାମସନ୍‌ ପ୍ଲେୟାର ଅଫ୍ ଦି ମ୍ୟାଚ୍  ହୋଇଥିଲା । ୫୦ ବଲ୍‌ରେ ଏକ ମ୍ୟାଚ୍ ବିଜୟୀ, ଅପରାଜିତ ୯୭ ରନ୍ କରି ଭାରତକୁ ୱେଷ୍ଟଇଣ୍ଡିଜକୁ  ପରାସ୍ତ କରି ୨୦୨୬ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ । ଏହା ସହିତ ସେମିିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଆଉ ଏକ ଚମତ୍କାର ୮୯ ରନ୍ କରିଥିଲେ ।  ଭାରତ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ପ୍ରବେଶ କରିଥିବା ପ୍ରଥମ ଦଳ ହୋଇ।