ନୂଆଦିଲ୍ଲୀ,୦୬/୦୩; ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟାଇଟଲ ଲଢ଼େଇ । ଭାରତ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୭ ରନ୍‌ରେ ପରାଜିତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୭ ୱିକେଟ୍ ବିନିମୟରେ ୨୫୩ ରନ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ୭ ୱିକେଟ୍ ହରାଇ ୨୪୬ ରନ କରିବାକୁ ସକ୍ଷମ ହୋଇଥିଲା । ପୂର୍ବରୁ ନ୍ୟୁଜିଲାଣ୍ଡ ୯ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ରବିବାର ଫାଇନାଲ ଫାଇଟରେ ମୁହାଁମୁହିଁ ହେଲେ ଟିମ୍ ସୂର୍ଯ୍ୟସେନା ବନାମ ଟିମ୍ ସାଣ୍ଟନର । ସେମିଫାଇନାଲରେ ଭାରତ ବିଜୟର ସେ ଟର୍ଣ୍ଣିଂ ପଏଣ୍ଟ, କିଏ ପଲଟାଇଲା ମ୍ୟାଚ ? ତାକୁ ପଢନ୍ତୁ ରିପୋର୍ଟ ।

ମ୍ୟାଚ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଏହା ଏକ ଅବିଶ୍ୱସନୀୟ ଅନୁଭବ । ଏତେ ଦମଦାର-ସାନଦାର ଟିମର ଅଧିନାୟକତ୍ୱ କରିବା ଏବଂ ବିଶ୍ୱକପ ଖେଳିବା ମୋ ପାଇଁ ସ୍ୱତନ୍ତ୍ର  । ଏବେ ଫାଇନାଲ ଖେଳିବାକୁ ଅହମ୍ମଦାବାଦ ଯିବା ସବୁ ଖେଳାଳିଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ । ପୋଷ୍ଟ ମ୍ୟାଚରେ  ସୂର୍ଯ୍ୟକୁମାର ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ କଥା ବି କହିଛନ୍ତି । ୮୯ ରନର ବିସ୍ଫୋରକ ଇନିଂସ ଖେଳିଥିବା ସଞ୍ଚୁ ସାମସନଙ୍କ ତାରିଫ କରିଛନ୍ତି ସ୍କାଏ । ସାମସନ ଜାଣିଥିଲେ ପଡିଆକୁ ଓହ୍ଲାଇବା ପରେ ତାଙ୍କୁ କଣ କରିବାକୁ ପଡିବ । ଦଳକୁ ଯେଉଁଭଳି ଆରମ୍ଭ ଦରକାର ଥିଲା ସେ ସେମିତି ଖେଳିଥିଲେ । ଗତବର୍ଷ ସେ ଯେଉଁ କଠିନ ପରିଶ୍ରମ କରିଥିଲେ ତାହା ଫଳପ୍ରଦ ହୋଇଛି । ସୂର୍ଯ୍ୟକୁମାର ଏହା ବି ସ୍ୱୀକାର କରିଥିଲେ କି,ବୋଲରମାନେ ବି ଚମତ୍କାର ପରିବର୍ତ୍ତନ କରିଥିଲେ । ସେଠାରୁ ମ୍ୟାଚ ଭାରତ ସପକ୍ଷରେ ଢଳିଥିଲା । ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ ଏବଂ ଅନ୍ୟ ବୋଲରମାନେ ମ୍ୟାଚକୁ ଯେଉଁଭଳି ଭାବରେ ଫେରାଇ ଆଣିଥିଲେ ତାହା ଅବିଶ୍ୱସନୀୟ ଥିଲା । ସେ କହିଛନ୍ତି ଆମେ ଜାଣୁ ବୁମରା  ବର୍ଷ ବର୍ଷ ଧରି ଭାରତ ପାଇଁ କଣ କରୁଛନ୍ତି । ସେ ଆଜି ମଧ୍ୟ ସେହିପରି କଲେ ଏବଂ ମ୍ୟାଚକୁ ଆମ ହାତରୁ ଖସିଯିବାରୁ ରକ୍ଷା କଲେ । ବୁମରା ୧୮ ତମ ଓଭରରେ ମାତ୍ର ୬ ରନ ଦେଇଥିଲା ।
 
​​​​​​​ଏହା ବି ପଢନ୍ତୁ...ସ୍ୱାମୀଙ୍କ ସାମ୍ନାରେ ରୋହିତଙ୍କ ପ୍ରଶଂସା କଲେ ସାକ୍ଷୀ , ପାଖରେ ଛିଡା ହୋଇ ଦେଖୁଥିଲେ ଏମ୍ଏସ୍ ଧୋନୀ  

୨୦୨୪ ମସିହାରେ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ବିଶ୍ୱକପ୍ ଟାଇଟଲ ଜିତିଥିଲା । ଏଥର ଯୁବଦଳ ବିଶ୍ୱକପ ଟ୍ରଫି ଟକ୍କର ପାଇଁ ଖେଳିବେ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱ ଥରେ ଚତୁର୍ଥ ଥର ଫାଇନାଲ ଖେଳିବ ଭାରତ । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ଫାଇଟ୍