ନୂଆଦିଲ୍ଲୀ,୦୭/୦୧: ଆୟର୍ଲାଣ୍ଡ ମହିଳା  ଦଳ ବିପକ୍ଷ ଘରୋଇ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ନିୟମିତ ଅଧିନାୟିକା ହର୍ମନପ୍ରୀତ କୌର ଓ ପ୍ରମୁଖ ପେସ୍‌ ବୋଲର ରେଣୁକ ସିଂହଙ୍କୁ ଏହି ସିରିଜରୁ ବିଶ୍ରାମ  ଦିଆଯାଇଛି । ଫଳରେ ଉପଅଧିନାୟିକା ସ୍ମୃତି ମନ୍ଧନା ଦଳର ନେତୃତ୍ୱ ନେବେ । ଅଲ୍‌ରାଉଣ୍ଡର  ଦୀପ୍ତି ଶର୍ମାଙ୍କୁ ଉପଅଧିନାୟିକା ନିଯୁକ୍ତ କରାଯାଇଛି ।  

ସେହିପରି ରାଘବୀ ବିଷ୍ଟ ଓ ସାୟଲି ସତଘରେଙ୍କୁ  ଡାକରା ମିଳିଥିବାବେଳେ ଅରୁନ୍ଧତୀ ରେଡ୍ଡୀ,  ଶେଫାଳି ବର୍ମା ଓ ରାଧା ଯାଦବଙ୍କୁ ପୂର୍ବଭଳି ଅଣଦେଖା କରାଯାଇଛି । ଆୟର୍ଲାଣ୍ଡ ଦୀର୍ଘ ୧୮ବର୍ଷ  ପରେ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଭାରତ  ଗସ୍ତରେ ଆସିବ । ଉଭୟ ଦଳ ମଧ୍ୟରେ ୩ଟି  ଦିନିକିଆ (୧୦, ୧୨, ୧୫ ତାରିଖ) ଖେଳାଯିବ ।  ସମସ୍ତ ମ୍ୟାଚ୍‌ ରାଜକୋଟରେ ଅନୁଷ୍ଠିତ ହେବ ।  ସୂଚନାଯୋଗ୍ୟ, ଆୟର୍ଲାଣ୍ଡ ୨୦୦୬ରେ ଶେଷ ଥର  ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ ଖେଳିଥିଲା । 

ମହିଳା ଦଳ: ସ୍ମୃତି ମନ୍ଧନା (ଅଧିନାୟିକା),  ଦୀପ୍ତି ଶର୍ମା (ଉପଅଧିନାୟିକା), ପ୍ରତୀକା ରାୱଲ,  ହର୍ଲିନ ଦେଓଲ, ଜେମିମା ରୋଡ୍ରିଗ୍ସ, ଉମା ଚେତ୍ରୀ,  ରିଚା ଘୋଷ, ତେଜଲ ହସବନିସ୍‌, ରାଘବୀ ବିଷ୍ଟ,  ମିନୁ ମାନି, ପ୍ରିୟା ମିଶ୍ରା, ତନୁଜା କନୱର, ତିତସ୍‌  ସାଧୁ, ସାଇମା ଠାକୁର, ସାୟଲି ସତଘରେ ।