ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତ ବନାମ ନ୍ୟଜିଲାଣ୍ଡ ଟେଷ୍ଟ; ବର୍ଷା ଯୋଗୁ ଟସ୍‌ ବିଳମ୍ବ

Published By : Soubhagya Ranjan | October 16, 2024 10:56 AM

Image source: Sportskeeda

ବେଙ୍ଗାଲୁରୁ,୧୬/୧୦: ବୁଧବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଏହା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୨୫ ଚକ୍ରର ଏକ ଅଂଶ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜିଠାରୁ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। କିନ୍ତୁ ବର୍ଷା ମ୍ୟାଚ୍‌ ପାଇଁ ବାଧା ସୃଷ୍ଟି କରିଛି। ପ୍ରଥମ ଦିନରେ ବର୍ଷା ହେତୁ ଟସ୍ ନିର୍ଦ୍ଧାରିତ ସମୟରେ ହୋଇନାହିଁ। ଭାରତୀୟ ଦଳ ଆଜିଠାରୁ କିୱି ଦଳ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିବ। ଏହାପୂର୍ବରୁ ଭାରତ ବାଂଲାଦେଶକୁ ୨-୦ରେ ପରାସ୍ତ କରିଥିଲା। ଦୀର୍ଘ ଦିନ ଧରି ନ୍ୟୁଜିଲ୍ୟାଣ୍ଡ ଦଳ ଭାରତରେ ଟେଷ୍ଟ ମ୍ୟାଚ୍ ଜିତି ନାହିଁ।

ସୂଚନାଥାଉକି, ବେଙ୍ଗାଲୁରୁରେ ବର୍ଷା ହେତୁ ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍‌ ମଧ୍ୟ ଗୋଟିଏ ଦିନ ପୂର୍ବରୁ ବାତିଲ କରାଯାଇଥିଲା। ଏଥି ସହିତ, ପାଣିପାଗ ୱେବସାଇଟ୍ ଆକ୍ୟୁୱେଥର ଅନୁଯାୟୀ, ଅକ୍ଟୋବର ୧୬ ରୁ ଆସନ୍ତା ୫ ଦିନ ବେଙ୍ଗାଲୁରୁରେ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ, ଯଦିଓ ବର୍ଷା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ସିଜିନ୍‌ରେ ବାଧା ସୃଷ୍ଟି କରିଛି ତଥାପି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ଡ୍ରେନେଜ ସିଷ୍ଟମ ବହୁତ ଭଲ, ବର୍ଷା ଛାଡ଼ିବା ମାତ୍ର ତୁରନ୍ତ ମ୍ୟାଚ୍‌ ଆରମ୍ଭ ହେବ।

ନ୍ୟୁଜିଲାଣ୍ଡର ଚୁଡ଼ାନ୍ତ ଏକାଦଶ ଖେଳାଳି:

ଟମ୍ ଲେଥାମ୍ (ଅଧିନାୟକ), ଡେଭନ୍ କନୱେ, ୱିଲ୍ ୟଙ୍ଗ, ରାଚିନ୍ ରବିନ୍ଦ୍ର, ଡାରିଲ୍ ମିଚେଲ, ଟମ୍ ବ୍ଲଣ୍ଡେଲ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ମିଚେଲ ସେଣ୍ଟନର୍, ମ୍ୟାଟ ହେନେରୀ, ୱିଲ ଓ’ରୁକେ, ଅଜାଜ ପଟେଲ

ଭାରତର ଚୁଡ଼ାନ୍ତ ଏକାଦଶ ଖେଳାଳି:

ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍ କିପର), କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍ରା

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.