ନୂଆଦିଲ୍ଲୀ,୧୪/୦୧: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଛି । ରାଜକୋଟରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ କିୱି ଦଳ । ଘରୋଇ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । ଉଭୟ ଟିମ୍ରେ ଗୋଟିଏ ଲେଖାଏଁ ପରିବର୍ତ୍ତନ ହୋଇଛି । ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ୱାସିଂଟନ ସୁନ୍ଦରଙ୍କ ସ୍ଥାନରେ ନୀତିଶ ରେଡ୍ଡୀଙ୍କୁ ସାମିଲ କରାଯାଇଛି । ସେହିପରି ନ୍ୟୁଜିଲାଣ୍ଡ ଆଦିତ୍ୟ ଅଶୋଙ୍କ ସ୍ଥାନରେ ଜେଡନ ଲେନୋକ୍ସଙ୍କୁ ସାମିଲ କରିଛି । ଏହା ତାଙ୍କର ଡେବ୍ୟୁ ମ୍ୟାଚ । ୱାସିଂଟନ ସୁନ୍ଦରଙ୍କ ସ୍ଥାନରେ ନୀତିଶ କିମ୍ବା ଆୟୁଷ ବଦୋନିଙ୍କୁ ସାମିଲ କରାଯିବାର ଥିଲା।ନୀତିଶ ରେଡ୍ଡୀଙ୍କୁ ଚୂଡାନ୍ତ ଏକାଶରେ ସାମିଲ କରାଯାଇଛି । ପ୍ରଥମ ମ୍ୟାଚ ଜିତି ସିରିଜରେ ୧-୦ରେ ରହିଛି ଭାରତ । ଆଜି ଦ୍ୱିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ଶୁବମନ ସେନା । କର ବା ମର ସ୍ଥିତିରେ ରହିଛି କିୱି ଦଳ ।
ପ୍ରଥମ ମ୍ୟାଚ୍ ଜିତି ମନୋବଳ ସୁଦୃଢ଼ କରିସାରିଥିବା ଭାରତୀୟ ଦଳ ଆଉ ଏକ ବିଜୟ ସହ ସିରିଜ କବ୍ଜା କରିବାକୁ ପ୍ରୟାସ କରିବ । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ୍ ‘କର ବା ମର’। ତେଣୁ ଭ୍ରମଣକାରୀ ଦଳ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ସବୁ ଶକ୍ତି ଖଟାଇବ । ମ୍ୟାଚ୍ ଫଳାଫଳ ଅପେକ୍ଷା ସମଗ୍ର ବିଶ୍ୱର ନଜର ବିରାଟ କୋହଲିଙ୍କ ଉପରେ ରହିବା ନିଶ୍ଚିତ । ଶେଷ ୭ଟି ଦିନିକିଆରେ କୋହଲି ଯଥାକ୍ରମେ ୭୪, ୧୩୫, ୧୦୨, ୬୫, ୧୩୧, ୭୭ ଓ ୯୩ ରନ୍ର ଇନିଂସ ଖେଳି ସାରିଛନ୍ତି । ଦିନିକିଆ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ତାଙ୍କୁ ଅପେକ୍ଷା କରି ରହିଛି । ଭଦୋଦରା ଭଳି ରାଜକୋଟରେ ମଧ୍ୟ ସେ ରାଜୁତି କରିବା ଆଶା କରାଯାଉଛି ।
🚨 Toss 🚨#TeamIndia have been put into bat.
— BCCI (@BCCI) January 14, 2026
Updates ▶️ https://t.co/8G8p1tq1RC #INDvNZ | @IDFCFIRSTBank pic.twitter.com/0XDygtILp6
ଭାରତ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।
#TeamIndia Playing XI locked in for the 2️⃣nd ODI 🔒
— BCCI (@BCCI) January 14, 2026
Updates ▶️ https://t.co/8G8p1tq1RC #INDvNZ | @IDFCFIRSTBank pic.twitter.com/ysCIfYobtN
ନ୍ୟୁଜିଲାଣ୍ଡ ଚୂଡାନ୍ତଏକାଦଶ: ଡେଭନ କନୱେ, ହେନରୀ ନିକୋଲ୍ସ, ୱିଲ ୟଙ୍ଗ, ଡାରିଲ ମିଚେଲ, ମାଇକେଲ ହେ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍ (ଅଧିନାୟକ), ଜ୍ୟାକ୍ ଫୋଲ୍କସ, କେଲି ଜାମିସନ, କ୍ରିଷ୍ଟିଆନ କ୍ଲାର୍କ, ଜେ.ଲେନୋକ୍ସ ।