ନୂଆଦିଲ୍ଲୀ, ୬/୩ : ଗୁରୁବାର ଟି-୨୦ ବିଶ୍ବକପର ସେମିଫାଇନାଲରେ ଇଂଲଣ୍ଡକୁ ଏକ କଡ଼ା ମୁକାବିଲାରେ ହରାଇଛି ଭାରତ । ଏବେ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମୁକାବିଲା । ଏଠାରେ ୨୦୨୩ ମସିହାର ଦିନିକିଆ ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ଆଉ କଙ୍ଗାରୁ ଦଳ ଭାରତକୁ ହରାଇ ବିଶ୍ବଚାମ୍ପିୟନ ହୋଇଥିଲା । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା ହେଲେ ଫାଇନାଲରେ ପରାଜୟ ବରଣ କରିଥିଲା । ଆଉ ଏବେ ସେହି ଷ୍ଟାଡିୟମରେ ଫାଇନାଲ ମୁକାବିଲା ଖେଳାଯିବାକୁ ଥିବାବେଳେ ଦୁଇଟି ପରିବର୍ତ୍ତନ କରାଯିବାକୁ ଯାଉଛି ।

କୁହାଯାଉଛି କି, ୨୦୦୩ ବିଶ୍ବକପ ସମୟରେ ଟିମ ଇଣ୍ଡିଆ ଯେଉଁ ହୋଟେଲରେ ରହିଥିଲା ଏବେ ,ହାକୁ ବଦଳା ଯାଇଛି । ଟିମ୍ ଇଣ୍ଡିଆ ଅଲଗା ହୋଟେଲରେ ରହିବ । କେବଳ ଏତିକି ନୁହେଁ ଭାରତୀୟ ଦଳର ଡ୍ରେସିଂ ରୁମ ମଧ୍ୟ ବଦଳିବ । ଭ୍ରମଣକାରୀ ଦଳର ଡ୍ରେସିଂ ରୁମକୁ ଭାରତ ବ୍ୟବହାର କରିବ ବୋଲି କୁହାଯାଉଛି । ତେବେ ଏଭଳି ଭାବେ ଦୁଇ ପରିବର୍ତ୍ତନ କରାଯିବାକୁ ଥିବାବେଳେ ଭାରତର ଫାଇନାଲ ବିଜୟ କେତେ ସମ୍ଭବ ହେବ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ପୂର୍ବରୁ ଚନ୍ଦ୍ରଗ୍ରହଣ ଯୋଗୁଁ ମୁମ୍ବାଇରେ ଅଭ୍ୟାସ ମଧ୍ୟ ଟିକେ ବିଳମ୍ବରେ ଆରମ୍ଭ ହୋଇଥିଲା। ତଥାପି, ହୋଟେଲ ପରିବର୍ତ୍ତନ ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଅଛି। ICC ପ୍ରୋଟୋକଲ ଅନୁଯାୟୀ, ଅହମ୍ମଦାବାଦର ପ୍ରଥମ ଫାଇନାଲିଷ୍ଟ ସର୍ବଦା ITC ନର୍ମଦା ହୋଟେଲରେ ରହିବା କଥା, ଯେଉଁଠାରେ ଭାରତ 2023 ODI ବିଶ୍ୱକପ୍ ଫାଇନାଲ ସମୟରେ ରହିଥିଲା, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ ତାଜ ସ୍କାଏଲାଇନ୍ ରେ ରହିବେ। ତଥାପି, ଡ୍ରେସିଂ ରୁମରେ ପରିବର୍ତ୍ତନର କାରଣ ପ୍ରକାଶ କରାଯାଇ ନାହିଁ।

ଅହମ୍ମଦାବାଦରେ ଟିମ ଇଣ୍ଡିବର ରେକର୍ଡ କଣ ?

ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୦ଟି ଟି-୨୦ ମ୍ୟାଚ୍ ଖେଳିଛି। ଏହି ସମୟ ମଧ୍ୟରେ ଭାରତ ୭ଟି ଜିତିଛି ଏବଂ ତିନୋଟି ହାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସେଠାରେ ଦୁଇଟି ମ୍ୟାଚ୍ ଖେଳିଛି। ଟିମ୍ ଇଣ୍ଡିଆ ୧୭ ରନ୍ ରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଥିଲା, କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନ୍ ରେ ପରାଜୟ ବରଣ କରିଥିଲା, ଯାହା ଏହି ସଂସ୍କରଣରେ ଭାରତର ଏକମାତ୍ର ପରାଜୟ।