ନୂଆଦିଲ୍ଲୀ,୧୭/୦୭: ଚଳିତ ବର୍ଷ ଏସିଆ କପ୍‌ କ୍ରିକେଟ୍‌  ଆୟୋଜିତ ହେବା ନେଇ ଏକ  ପ୍ରକାର ଅନିଶ୍ଚିତତା ଦେଖା ଦେଇଛି ।  ୟୁଏଇ ଆୟୋଜନ ଦୌଡ଼ରେ ରହିଛି । ସେପ୍ଟେମ୍ବର ୫ ତାରିଖରୁ  ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା କଥା ।  କିନ୍ତୁ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ  ଚୂଡ଼ାନ୍ତ ହୋଇପାରି ନାହିଁ ।  

ଜୁଲାଇ ୨୪ ତାରିଖରେ  ଢାକାରେ ଏସିଆ କପ୍‌ ଆୟୋଜନ  ନେଇ ଏସିଆ କ୍ରିକେଟ୍‌ କାଉନସିଲର  ବୈଠକ ରହିଛି । କିନ୍ତୁ ଏହି ବୈଠକରେ ସୁରକ୍ଷା ଦୃଷ୍ଟିରୁ  ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ୍‌  ବୋର୍ଡର ଅଧିକାରୀମାନେ  ଯୋଗଦେବାକୁ ଅନିଚ୍ଛା ପ୍ରକାଶ  କରିଛନ୍ତି । ଏସିଆ କପ୍‌ରେ ପାକିସ୍ତାନ  ସହ ଭାରତ ଖେଳିବ କି ନାହିଁ  ଏ ବିଷୟରେ ବିସିସିଆଇ କେନ୍ଦ୍ର  ସରକାରଙ୍କ ଠାରୁ ପ୍ରଥମେ ଅନୁମତି  ନେବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି  ଉପରେ ସବୁ କିଛି ନିର୍ଭର କରୁଛି ।  

ପହଲଗାମରେ ଆତଙ୍କବାଦୀଙ୍କ  ଆକ୍ରମଣ ଏବଂ ‘ଅପରେସନ  ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ  ମଧ୍ୟରେ ସଂପର୍କ ଅତି ତିକ୍ତ ହୋଇପଡ଼ିଛି । ଆଗକୁ ହକି  ଏସିଆ କପ୍‌ ଓ ଜୁନିୟର ହକି  ବିଶ୍ୱକପ୍‌ ଭାରତରେ ଆୟୋଜିତ  ହେବ । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଗସ୍ତରେ  ଆସିବ ନାହିଁ ବୋଲି ଜଣା ପଡ଼ିଛି ।