ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଅନିଶ୍ଚିତତାରେ ଏସିଆ କପ୍‌ କ୍ରିକେଟ୍‌ ! ଭାରତ-ପାକ୍ ବିବାଦ ପାଇଁ ଚୂଡ଼ାନ୍ତ ହୋଇପାରୁନି କ୍ରୀଡ଼ାସୂଚୀ

Published By : Prameya | July 17, 2025 12:42 PM

ନୂଆଦିଲ୍ଲୀ,୧୭/୦୭: ଚଳିତ ବର୍ଷ ଏସିଆ କପ୍‌ କ୍ରିକେଟ୍‌  ଆୟୋଜିତ ହେବା ନେଇ ଏକ  ପ୍ରକାର ଅନିଶ୍ଚିତତା ଦେଖା ଦେଇଛି ।  ୟୁଏଇ ଆୟୋଜନ ଦୌଡ଼ରେ ରହିଛି । ସେପ୍ଟେମ୍ବର ୫ ତାରିଖରୁ  ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା କଥା ।  କିନ୍ତୁ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ  ଚୂଡ଼ାନ୍ତ ହୋଇପାରି ନାହିଁ ।  

ଜୁଲାଇ ୨୪ ତାରିଖରେ  ଢାକାରେ ଏସିଆ କପ୍‌ ଆୟୋଜନ  ନେଇ ଏସିଆ କ୍ରିକେଟ୍‌ କାଉନସିଲର  ବୈଠକ ରହିଛି । କିନ୍ତୁ ଏହି ବୈଠକରେ ସୁରକ୍ଷା ଦୃଷ୍ଟିରୁ  ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ୍‌  ବୋର୍ଡର ଅଧିକାରୀମାନେ  ଯୋଗଦେବାକୁ ଅନିଚ୍ଛା ପ୍ରକାଶ  କରିଛନ୍ତି । ଏସିଆ କପ୍‌ରେ ପାକିସ୍ତାନ  ସହ ଭାରତ ଖେଳିବ କି ନାହିଁ  ଏ ବିଷୟରେ ବିସିସିଆଇ କେନ୍ଦ୍ର  ସରକାରଙ୍କ ଠାରୁ ପ୍ରଥମେ ଅନୁମତି  ନେବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି  ଉପରେ ସବୁ କିଛି ନିର୍ଭର କରୁଛି ।  

ପହଲଗାମରେ ଆତଙ୍କବାଦୀଙ୍କ  ଆକ୍ରମଣ ଏବଂ ‘ଅପରେସନ  ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ  ମଧ୍ୟରେ ସଂପର୍କ ଅତି ତିକ୍ତ ହୋଇପଡ଼ିଛି । ଆଗକୁ ହକି  ଏସିଆ କପ୍‌ ଓ ଜୁନିୟର ହକି  ବିଶ୍ୱକପ୍‌ ଭାରତରେ ଆୟୋଜିତ  ହେବ । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଗସ୍ତରେ  ଆସିବ ନାହିଁ ବୋଲି ଜଣା ପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.