ନୂଆଦିଲ୍ଲୀ, ୧୫/୨ : ନିର୍ଦ୍ଧାରିତ ଓଭର ମଧ୍ୟରେ ଭାରତ ସଂଗ୍ରହ କଲା ୧୭୫ ରନ୍ । ପାକିସ୍ତାନରେ ୧୭୬ ରନର ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଇଶାନ କିଷନ ଖେଳିଲେ ଅର୍ଦ୍ଧଶତକୀୟ ପାଳି । ୪୦ ବଲରୁ ୭୭ ରନ୍ କଲେ ଇଶାନ କିଷନ । ଭାରତ ୭ ଓ୍ବିକେଟ୍ ହରାଇ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ତେବେ ଭାରତୀୟ ସ୍ପିନର ମାନେ କମାଲ କରିବେ ବୋଲି ଆଶା ରଖାଯାଇଛି ।

​​​​​​​​​​​​​​ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଥମ ଓଭରରେ ହିଁ ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିଲେ। ଏହା ପରେ ପାକିସ୍ତାନ ବୋଲରଙ୍କ ଉପରେ କାଉଣ୍ଟର ଆଟାକ୍ କରିଥିଲେ ଇଶାନ କିଶନ। ଆଉ ତାଙ୍କୁ ସହଯୋଗ ଦେଇଥିଲେ ତିଳକ ବର୍ମା। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ ଓ ତିଳକ ଦ୍ଵିତୀୟ ଓ୍ଵିକେଟରେ ୮୭ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ। ତେବେ ଇଶାନ କିଶନ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଇଶାନ ୪୦ ବଲରୁ ୧୦ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ।

ଏହା ପରେ ଭାରତର ରନ ଗତି ଧିମା ପଡ଼ିଥିଲା। ଉସ୍ମାନ ତାରିକ ଭାରତୀୟ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ ଦେଇ ନ ଥିଲେ। ତିଳକ ବର୍ମା ୨୪ ବଲରୁ ୧୫ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ବଲରେ ବଡ଼ ସଟ୍ ଖେଳିବା ପ୍ରୟାସରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩୨ ରନ କରିଥିଲେ ହେଁ ମନ୍ଥର ପିଚ୍ ପାଇଁ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲେ। ଶିବମ ଦୁବେ ୧୭ ବଲରୁ ୨୭ ରନ କରିଥିଲେ। ରିଙ୍କୁ ସିଂ ୪ ବଲରୁ ୧୧ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଛି।

ଏହାସହ ପଢ଼ନ୍ତୁ : ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ