ଭୁବନେଶ୍ବର, ୧୫/୨ : ମହାଶିବରାତ୍ରୀରେ ଆସିଲା ଦୁଃଖଦ ଖବର । ଜଣାଶୁଣା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । ହୃଦଘାତରେ ଆଖି ବୁଜିଛନ୍ତି । ସଂନ୍ଧ୍ୟା ୬ଟା ୧୮ ସମୟରେ ବିୟୋଗ ଘଟିଥିବା ସୂଚନା । ଆସନ୍ତାକାଲି ସତି ସଉରାରେ ହେବ ଅନ୍ତିମ ସଂସ୍କାର ।

​​​​​​​

କହି ରଖୁଛୁ କି, ମସ୍ତିଷ୍କାଘାତ ଯୋଗୁଁ ଗୁରୁତର ଅସୁସ୍ଥ ହୋଇ ଭେଣ୍ଟିଲେଟର୍ ସପୋର୍ଟରେ ଚିକିତ୍ସିତ ହେଉଥିଲେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଭେଣ୍ଟିଲେଟର୍ରେ ରହିବାର ୪୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲା ତଥାପି ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ଆସିନଥିଲା ।

ସୂଚନାଯୋଗ୍ୟ, ଶ୍ରୀମତୀ ପଟ୍ଟନାୟକ ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ସେଠାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

ଗୀତା ପଟ୍ଟନାୟକଙ୍କ ପରଲୋକରେ ସବୁଠି ଖେଳି ଯାଇଛି ଶୋକର ଛାୟା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି । ‘ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଶାର ସଙ୍ଗୀତ ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।​​​​​​​

​​​​​​​ଏହାସହ ପଢ଼ନ୍ତୁ : ପୁଣି କଲେ ଅଣଦେଖା : ପାକିସ୍ତାନୀ ଅଧିନାୟକଙ୍କ ସହ ହାତ ମିଶାଇଲେନି ସୂର୍ଯ୍ୟକୁମାର ଯାଦବ