ରାଞ୍ଚି, ୩୦/୧୧: ଆନ୍ତର୍ଜାତିକ ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ୫୨ତମ ଶତକ । ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିରୋଧରେ ଶତକ ହାସଲ କରିଛନ୍ତି କିଙ୍ଗ୍ କୋହଲି । ପ୍ରଥମ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ବିରାଟ । ୧୦୨ଟି ବଲରେ ଶତକୀୟ ଇନିଂସ ଖେଳିଛନ୍ତି । ଏଥିରେ ୮ଟି ଚୌକା ଏବଂ ୫ଟି ଛକା ରହିଛି । ଏହା ପୂର୍ବରୁ ଫେବ୍ରୁଆରୀ ମାସରେ ନ୍ୟୁଜିଲାଣ୍ଡ ବିରୋଧରେ ଦିନିକିଆ ସିରିଜରେ ୫୧ତମ ଶତକ ମାରି ଗ୍ରେଟ୍ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ ବିରାଟ କୋହଲି । ବିଶ୍ବର ପ୍ରଥମ ବ୍ୟାଟର ଭାବେ ଦିନିକିଆ କ୍ରିକେଟରେ ସର୍ବାଧିକ ୫୨ଟି ସେଞ୍ଚୁରୀ ମାରିଛନ୍ତି ବିରାଟ । ଆନ୍ତର୍ଜାତିକ କ୍ରିକେଟରେ ଏହାକୁ ମିଶାଇ ୮୩ ତମ ଶତକ ହୋଇଛି ।
𝗛𝗨𝗡𝗗𝗥𝗘𝗗! 💯
— BCCI (@BCCI) November 30, 2025
Ranchi Rises to a King Kohli special! 👑
8⃣3⃣rd international CENTURY for Virat Kohli 🫡
Updates ▶️ https://t.co/MdXtGgRkPo#TeamIndia | #INDvSA | @IDFCFIRSTBank | @imVkohli pic.twitter.com/HeAExB9NPr
ରାଞ୍ଚିରେ ବିରାଟ୍ ରେକର୍ଡ:
ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ମାକ୍ରାମ୍ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ଓପନିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଓ ଯଶସ୍ବୀ ଜୈସ୍ବାଲ । ହେଲେ ଯଶସ୍ବୀ ବେଶୀ ସମୟ ପଡ଼ିଆରେ ତିଷ୍ଠି ପାରିନଥିଲେ । ସେ ମାତ୍ର ୧୮ ରନ କରି ନାନ୍ଦ୍ରେ ବରର୍ଗରଙ୍କ ଶିକାର ହୋଇଥିଲେ । ଏହା ପରେ ରାଞ୍ଚିରେ ଆରମ୍ଭ ହୋଇଥିଲା କିଙ୍ଗ୍ କୋହଲିଙ୍କ ଏଣ୍ଟ୍ରି । ପ୍ରଥମ ବଲ୍ ଚୌକା ମାରି ଟେଷ୍ଟ ପରାଜୟର ପ୍ରତିଶୋଧ ଘୋଷଣା କରିଦେଇଥିଲେ ସେ । ରୋହିତ୍ ଶର୍ମାଙ୍କ ସହ ମିଶି ଉଭୟେ ଜବରଦସ୍ତ ଶତକୀୟ ଭାଗିଧାରୀ ଖେଳିଥିଲେ । ରୋହିତ ଶର୍ମା ୫୭ ରନ କରି ମାର୍କୋ ଜନସନଙ୍କ ଶିକାର ହୋଇଥିଲେ । ମାତ୍ର ବିରାଟ କୋହଲି ପଛକୁ ଫେରି ଦେଖିନଥିଲେ । ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ । ସେ ପ୍ରଥମେ ଅର୍ଦ୍ଧଶତକ ପରେ ଏହାକୁ ଶତକୀୟ ଇନିଂସରେ ବଦଳାଇ ଦେଇଥିଲେ । ରାଞ୍ଚିରେ ବିରାଟ୍ କୋହଲି ୧୨୦ରୁ ୧୩୫ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି । ଏଥିରେ ୧୧ଟି ଚୌକା ଏବଂ ୭ଟି ଛକା ରହିଛି । ଏହା ଦିନିକିଆ କ୍ରିକେଟରେ ବିରାଟଙ୍କ ୫୨ତମ ସେଞ୍ଚୁରୀ ଏବଂ ଆନ୍ତର୍ଜାତିକ କ୍ରିକେଟରେ ୮୩ତମ ଶତକ ।