କଟକ,୦୯/୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ପ୍ରଥମ ମ୍ୟାଜ୍ ମଙ୍ଗଳବାର କଟକର ବାରବାଟି ଷ୍ଟାଡିୟମରେ ଆରମ୍ଭ ହୋଇଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା। ତେବେ ପ୍ରଥମେ ମଇଦାନକୁ ବ୍ୟାଟିଂ କରିବାକୁ ଓହ୍ଲାଇବ ସୂର୍ଯ୍ୟସେନା।
ଭାରତର ଚୁଡ଼ାନ୍ତ ଏକାଦଶ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଆକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ
ଦକ୍ଷିଣ ଆଫ୍ରିକାର ଚୁଡ଼ାନ୍ତ ଏକାଦଶ:
କ୍ୱିଣ୍ଟନ୍ ଡି କକ୍ (ଓ୍ବିକେଟ କିପର), ଆଡେନ ମାର୍କ୍ରାମ (ଅଧିନାୟକ), ଟୋନି ଡି ଜୋରଜୀ, ଡିୱାଲ୍ଡ ବ୍ରେଇସ୍, ଟ୍ରିଷ୍ଟନ୍ ଷ୍ଟବ୍ସ୍, ଡେଭିଡ ମିଲର, ମାର୍କୋ ଜନସେନ୍, କର୍ବିନ ବୋଶ, କେଶବ ମହାରାଜ, ଲୁଙ୍ଗି ଏଙ୍ଗିଡି ଏବଂ ଅନ୍ରିଚ ନର୍ଟେଜେ