ଧର୍ମଶାଳା,୧୪/୧୨: ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ୧୧୭ ରନ୍ କରିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ବୋଲିଂ କରୁଥିବା ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ ଦକ୍ଷିଣ ଆଫ୍ରିକାର ବ୍ୟାଟରମ୍ୟାନମାନଙ୍କୁ ହରଡ଼ଘଣାରେ ପକାଇଥିଲେ ଏବଂ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। "ବର୍ଥ ଡ' ବୟ" କୁଲଦୀପ ଯାଦବ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ।
ଟସ୍ ଜିତିବା ପରେ ଭାରତ ବୋଲିଂ କରିବାର ନିଷ୍ପତ୍ତି ସଠିକ୍ ବୋଲି ପ୍ରମାଣିତ ହୋଇଛି। ଦକ୍ଷିଣ ଆଫ୍ରିକାର ୧୧ ଜଣ ବ୍ୟାଟରମ୍ୟାନଙ୍କ ମଧ୍ୟରୁ କେବଳ ତିନି ଜଣ ଦୁଇ ଅଙ୍କ ଛୁଇଁପାରିଥିଲେ। ଏଡେନ୍ ମାର୍କରାମ ୬୧, ଡୋନୋଭନ୍ ଫରେରା ୨୦ ଏବଂ ଏନରିଚ୍ ନର୍ଟଜେ ୧୨ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର ୧୦ ରନ୍ ଛୁଇଁପାରି ନଥିଲେ।