ନୂଆଦିଲ୍ଲୀ,୦୭/୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି ୨୦ ଆନ୍ତର୍ଜାତୀୟ ସିରିଜ୍ ୮ ନଭେମ୍ବର ୨୦୨୪ ରେ ଡର୍ବାନର କିଙ୍ଗ୍ସମିଡ୍ ଷ୍ଟାଡିୟମରେ ଖେଳାଯିବ।ତେବେ ଭାରତରେ ରହୁଥିବା କ୍ରିକେଟ୍ ପ୍ରଶଂସକଙ୍କୁ ଏହି ମ୍ୟାଚ୍ ଦେଖିବା ପାଇଁ ଏବେ ଅପେକ୍ଷା ରହିବାକୁ ପଡ଼ିବ। ସାଧାରଣତଃ ଭାରତରେ ହେଉଥିବା ମ୍ୟାଚ୍ ସଂଧ୍ୟା ୭ଟା କିମ୍ବା ୭.୩୦ ବେଳକୁ ଆରମ୍ଭ ହୁଏ, କିନ୍ତୁ ସମୟ ପାର୍ଥକ୍ୟ ହେତୁ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରାତି ୮.୩୦ରେ ଆରମ୍ଭ ହେବ ଏବଂ ୮ଟାରେ ଟସ୍ ପଡ଼ିବ। ତେବେ ଆସନ୍ତୁ ଜାଣିବା ତମାମ ମ୍ୟାଚ୍ରେ କିପରି ରହିବ ସେଠାକାର ପାଣିପାଗ, କ'ଣ ରହିଛି ପିଚ୍ ରିପୋର୍ଟ ଏବଂ ଉଭୟ ଦଳର ପୂର୍ବ ମ୍ୟାଚ୍ ରେକର୍ଡ....
ଖେଳସୁଚୀ:
ପ୍ରଥମ ଟି୨୦ ଅନ୍ତର୍ଜାତୀୟ: ଭାରତ ବନାମ ଦକ୍ଷିଣ ଆଫ୍ରିକା, କିଙ୍ଗ୍ସମିଡ୍ ଷ୍ଟାଡିୟମ୍, ଡର୍ବାନ୍ (ଭାରତୀୟ ସମୟ ଅନୁସାରେ ରାତି ୮.୩୦ ମିନିଟ)
୨ୟ ଟି୨୦ ଅନ୍ତର୍ଜାତୀୟ: ଭାରତ ବନାମ ଦକ୍ଷିଣ ଆଫ୍ରିକା, ସେଣ୍ଟ ଜର୍ଜ ପାର୍କ, ଗକେବରହା (ଭାରତୀୟ ସମୟ ଅନୁସାରେ ରାତି ୭.୩୦ ମିନିଟ)
୩ୟ ଟି୨୦ ଅନ୍ତର୍ଜାତୀୟ: ଭାରତ ବନାମ ଦକ୍ଷିଣ ଆଫ୍ରିକା, ସୁପରସ୍ପୋର୍ଟ ପାର୍କ, ସେଞ୍ଚୁରିଅନ୍ (ଭାରତୀୟ ସମୟ ଅନୁସାରେ ରାତି ୮.୩୦ ମିନିଟ)
୪ର୍ଥ ଟି୨୦ ଅନ୍ତର୍ଜାତୀୟ: ଭାରତ ବନାମ ଦକ୍ଷିଣ ଆଫ୍ରିକା, ଦ ୱାଣ୍ଡର୍ସ ଷ୍ଟାଡିୟମ୍, ଜୋହାନ୍ସବର୍ଗ (ଭାରତୀୟ ସମୟ ଅନୁସାରେ ରାତି ୮.୩୦ ମିନିଟ)
ହେଡ୍ ଟୁ ହେଡ୍ ରେକର୍ଡ:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ୨୭ ଟି ୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଭାରତ ୧୫ ଟି ଜିତିଥିବାବେଳେ ୧୧ ରେ ପରାଜୟର ସମ୍ମୁଖୀନ ହୋଇଛି। ଦୁଇ ଦଳ ମଧ୍ୟରେ ଶେଷ ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୨୯ ଜୁନ୍ ୨୦୨୪ ରେ ବ୍ରିଜଟାଉନରେ ଖେଳାଯାଇଥିଲା। ଭାରତ ସେହି ମ୍ୟାଚକୁ ୭ ରନରେ ଜିତିଥିଲା। ଦକ୍ଷିଣ ଆଫ୍ରିକାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୧୦ ଟି ୨୦ ମ୍ୟାଚ୍ ଖେଳିଛି। ଏଥିମଧ୍ୟରୁ ଭାରତ ୬ ଟି ଜିତିଥିବାବେଳେ ୩ ରେ ପରାଜୟର ସମ୍ମୁଖୀନ ହୋଇଛି। ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବନ୍ଦ କରାଯାଇଥିଲା।
ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ମୋଟ ୧୮ ଟି ୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ ମଧ୍ୟରୁ ଗୋଟିଏରେ କୌଣସି ଫଳାଫଳ ବାହାରିନଥିଲା। ଏହି ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ୨୦୦୭ ରେ ଖେଳାଯାଇଥିଲା। ସେହି ମ୍ୟାଚ୍ ପ୍ରଥମ ଟି ୨୦ ବିଶ୍ୱକପ୍ର ଏକ ଅଂଶ ଥିଲା। ସେହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ କେନିଆକୁ ନଅ ୱିକେଟରେ ପରାସ୍ତ କରିଥିଲା। କିଙ୍ଗ୍ସମିଡ୍ ଷ୍ଟାଡିୟମରେ ପାଖାପାଖି ୨୫୦୦୦ ଲୋକ ବସିବାର କ୍ଷମତା ରହିଛି।
ଉଭୟ ଦଳର ସ୍କ୍ବାଡ୍:
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂହ, ତିଲକ ବର୍ମା, ଜିତେଶ ଶର୍ମା (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟକୁମାର ବିକାଶ, ଆବେସ୍ ଖାନ୍, ୟସ୍ ଦୟାଲ
ଦକ୍ଷିଣ ଆଫ୍ରିକା: ଆଡେନ ମାର୍କ୍ରାମ (ଅଧିନାୟକ), ଓଟନିଲ ବାର୍ଟମ୍ୟାନ୍, ଜେରାଲ୍ଡ କାଏଟ୍ଜୀ, ଡୋନୋବନ୍ ଫରେରା, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜନସେନ୍, ହେନ୍ରିଚ୍ କ୍ଲାସେନ୍, ପାଟ୍ରିକ୍ କ୍ରୁଗର, କେଶବ ମହାରାଜ, ଡେଭିଡ ମିଲର, ମିହଲାଲି ମପୋଙ୍ଗୱାନା, ନକାବା ପିଟର, ରିଆନ ରିକେଲଟନ, ଆଣ୍ଡିଲେ ସିମଲେନ, ଲୁଥୋ ସିପାମ୍ଲା ଏବଂ ଟିଷ୍ଟନ୍ ସ୍ଟବ୍ସ