ମୁମ୍ବାଇ,୦୭/୦୨:ପାକିସ୍ତାନ ବନାମ ନେଦରଲ୍ୟାଣ୍ଡସ୍ ମ୍ୟାଚ୍ ସହିତ ଟି-୨୦ ବିଶ୍ୱକପ୍ ୨୦୨୬ ର ଦଶମ ସଂସ୍କରଣ ଆରମ୍ଭ ହୋଇଛି। ଆଜି ତୃତୀୟ ମ୍ୟାଚ୍ ଭାରତ ଏବଂ ଆମେରିକା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ତେବେ ଯଦିଓ ପୂର୍ବରୁ ଆମେରିକା ସହିତ ଭାରତ ଅନେକ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି, ତଥାପି ଆଜିର ମ୍ୟାଚ୍ ପାଇଁ ଓ୍ବାଙ୍ଖେଡେ ପିଚ୍ କେତେ ସହାୟକ ହେବ ଏବଂ ବ୍ୟାଟିଂ ଓ ବୋଲିଂରେ କାହାକୁ ଅଧିକ ଲାଭ ମିଳିବ ଆସନ୍ତୁ ଜାଣିବା...
ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ଏହି ସଂସ୍କରଣରେ ଦୁଇଟି ପ୍ରମୁଖ ରେକର୍ଡ ସ୍ଥାପନ କରିପାରିବ। ଇତିହାସରେ କେବେବି କୌଣସି ଆୟୋଜକ ଦେଶ ଦୁଇଥର ଟାଇଟଲ ଜିତିନାହିଁ, ଏବଂ କୌଣସି ଦଳ ଲଗାତାର ଦୁଇଥର ଏହାକୁ ଜିତିନାହିଁ। ଭାରତ ପାଖରେ ଏହା ହାସଲ କରିବାର ସୁଯୋଗ ଅଛି। ଆଜି ୱିକେଟକିପର ଭାବରେ ଇଶାନ କିଶନଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ। ଜସପ୍ରିତ ବୁମରାହ ଖେଳିବାର ସମ୍ଭାବନା କମ୍, ତେଣୁ ମହମ୍ମଦ ସିରାଜ ଆଜି ଖେଳିପାରନ୍ତି। ହର୍ଷିତ ରାଣାଙ୍କ ବଦଳରେ ସିରାଜ ଦଳରେ ଯୋଗ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ନିଷ୍ପତ୍ତି ବଦଳାଇବ ପାକିସ୍ତାନ, କହିଲା ଭାରତ ବିପକ୍ଷରେ....
ୱାଙ୍ଖଡେରେ ଟି-୨୦ ଅନ୍ତର୍ଜାତୀୟ ରେକର୍ଡ କିପରି ରହିଛି?
ୱାଙ୍ଖେଡେ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ନଅଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଚାରି ଥର ଜିତିଥିବା ବେଳେ ଦ୍ବିତୀୟ ଇନିଂସରେ ଖେଳୁଥିବା ଦଳ ପାଞ୍ଚ ଥର ଜିତିଛି। ଭାରତୀୟ ଦଳ ଏଠାରେ ଛଅଟି ଟି-୨୦ ମ୍ୟାଚ୍ ଖେଳିଛି, ଚାରିଟିରେ ବିଜୟୀ ହୋଇଛି ଏବଂ ଦୁଇଟିରେ ପରାଜୟ ହୋଇଛି। ୱାଙ୍ଖେଡେରେ ସର୍ବାଧିକ ସ୍କୋର ହେଉଛି ୨୪୭, ଯାହାକି ଭାରତ ଗତ ବର୍ଷ ଇଂଲଣ୍ଡ ବିପକ୍ଷରେ କରିଥିଲା। ଭାରତ ଦ୍ୱିତୀୟ ସର୍ବାଧିକ ସ୍କୋର (୨୪୦) ମଧ୍ୟ ରଖିଛି। ବିରାଟ କୋହଲି ଏହି ଗ୍ରାଉଣ୍ଡରେ ସର୍ବାଧିକ ରନ କରିବାର ରେକର୍ଡ ରଖିଛନ୍ତି, ତିନୋଟି ମ୍ୟାଚରେ ସେ ୧୯୭ ରନ କରିଛନ୍ତି। ତଥାପି, ଅଭିଷେକ ଶର୍ମା ଏଠାରେ ଖେଳାଯାଇଥିବା ଏକମାତ୍ର ମ୍ୟାଚରେ ୧୩୫ ରନ କରିଥିଲେ। ସେ ସେହି ମ୍ୟାଚରେ ଦୁଇଟି ୱିକେଟ ମଧ୍ୟ ନେଇଥିଲେ।
ଭାରତ ବନାମ ଆମେରିକା ମ୍ୟାଚ୍ରେ ୱାଙ୍ଖେଡେ ଷ୍ଟାଡିୟମ୍ର ପିଚ୍ ରିପୋର୍ଟ କ’ଣ ରହିବ?
ୱାଙ୍ଖେଡେ ଷ୍ଟାଡିୟମର ପିଚ୍ ଲାଲ ମାଟିରେ ତିଆରି। ଏଠାରେ ବୋଲରମାନେ ବାଉନ୍ସ ପାଆନ୍ତି, କିନ୍ତୁ ପିଚ୍ ବ୍ୟାଟରଙ୍କ ପାଇଁ ସହାୟକ ବୋଲି ବିବେଚନା କରାଯାଏ। ଏଠାରେ ପ୍ରାୟତଃ ହାଇ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥାଏ। ଆଉଟଫିଲ୍ଡ ମଧ୍ୟ ଦ୍ରୁତ, ଯାହା ବ୍ୟାଟରଙ୍କୁ ଅତିରିକ୍ତ ସହାୟତା ଯୋଗାଇଥାଏ। ମ୍ୟାଚ୍ ଆଗକୁ ବଢ଼ିବା ସହିତ ବ୍ୟାଟରଙ୍କ ପାଇଁ ପିଚ୍ ଆହୁରି ସହାୟକ ହୋଇଯାଏ, ତେଣୁ ଆଜି ଯେଉଁ ଦଳ ଟସ୍ ଜିତିବ ସେମାନେ ପ୍ରଥମେ ବୋଲିଂ କରିବାକୁ ଚାହିଁବେ। ୱାଙ୍ଖେଡେ ଷ୍ଟାଡିୟମରେ ଆଜି ଛକା ଏବଂ ଚୌକାର ବର୍ଷା ହେବାର ସମ୍ଭାବନା ଅଛି। ଯଦି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରେ, ତେବେ ଏଠାରେ ୩୦୦ ରନ ମଧ୍ୟ କରାଯାଇପାରିବ। ଇଶାନ କିଶାନ, ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଉତ୍କୃଷ୍ଟ ଫର୍ମରେ ଅଛନ୍ତି।
ଆହୁରି ପଢ଼ନ୍ତୁ: ପରାଜୟରୁ ଅଳ୍ପକେ ବର୍ତ୍ତିଲା ପାକିସ୍ତାନ; ନେଦରଲାଣ୍ଡସକୁ ହରାଇବାକୁ ସଂଘର୍ଷ କଲା, ଶେଷ ଓଭରରେ ଜିତିଲା
ଟିମ୍ ଇଣ୍ଡିଆ ଦଳ:
ଅଭିଷେକ ଶର୍ମା, ଇଶାନ କିଶନ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ମହମ୍ମଦ ସିରାଜ,
ଆମେରିକା ଦଳ:
ମୋନାଙ୍କ ପଟେଲ (ଅଧିନାୟକ), ଆଣ୍ଡ୍ରିସ୍ ଗୌସ୍, ହରମିତ ସିଂହ, ଶେହାନ ଜୟସୁରିୟା, ସାଇତେଜା ଏମ, ଶାୟାନ ଜାହାଙ୍ଗୀର, ସଞ୍ଜୟ କୃଷ୍ଣମୂର୍ତ୍ତି, ଶୁଭମ ରଂଜନେ, ମିଲିନ୍ଦ କୁମାର, ମହମ୍ମଦ ମୋହସିନ୍, ଶ୍ୟାଡଲେ ଭାନ୍, ଶାକୱିକ୍, ଅଲି ଖାନ୍, ଜସଦୀପ ସିଂହ, ନୋସ୍ତୁଶ କେନିଜେ, ସୌରଭ ନେତ୍ରବଲକର
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ପ୍ରଥମ ମ୍ୟାଚରେ ରେକର୍ଡ କରିବ କି ସୂର୍ଯ୍ୟସେନା, ଜାଣନ୍ତୁ କଣ କହୁଛି ଭାରତ-ୟୁଏସ୍ ହେଡ୍ ଟୁ ହେଡ୍ ରେକର୍ଡ ?