ନୂଆଦିଲ୍ଲୀ,୦୭/୦୨; ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦଶମ ସଂସ୍କରଣ ମୁହାଁମୁହିଁ ହେବେ ଡିଫେଣ୍ଡି ଚାମ୍ପିଅନ୍ ଭାରତ ଓ ଆମେରିକା । ୨୦ଟି ଦଳ ଏଥର ବିଶ୍ୱକପ୍ ଟ୍ରଫି ସ୍ୱପ୍ନକୁ ସାକାର କରିବା ପାଇଁ ମଇଦାନରେ ଲଢ଼େଇ କରିବେ । ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି । ପାକିସ୍ତାନ ଏବଂ ନେଦରଲାଣ୍ଡ ମ୍ୟାଚ ଜାରି ରହିଛି । ଡିଫେଣ୍ଡିଂ ଚାମ୍ପିଅନ ଦଳ ଭାବେ ଟାଇଟଲ ବଜାୟ ରଖିବାକୁ ଭାରତୀୟ ଦଳ ପ୍ରସ୍ତୁତ ରହିଥିଲେ ହେଁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ମଧ୍ୟ ଟାଇଟଲ ଦାବିଦାର ରହିଛନ୍ତି । ୨୦୨୪ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଟାଇଟଲ ଜିତିଥିଲା । ଏଥର ମଧ୍ୟ ଟିମ୍ ଇଣ୍ଡିଆ ଏକ ଦୃଢ଼ ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାର ସୁଯୋଗ ପାଇଛି ।

ଭାରତ-ୟୁଏସ୍ ହେଡ୍ ଟୁ ହେଡ୍ ରେକର୍ଡ- ଭାରତ ଏବଂ ଆମେରିକା ଏପର୍ଯ୍ୟନ୍ତ କେବଳ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି, ଯାହା ୨୦୨୪ ଟି-୨୦ ବିଶ୍ୱକପ୍ ସମୟରେ ନ୍ୟୁୟର୍କରେ ହୋଇଥିଲା । ଭାରତ ସେହି ମ୍ୟାଚକୁ ଆରାମରେ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଆମେରିକା ୨୦ ଓଭରରେ ମାତ୍ର ୧୧୦ ରନ୍ କରିଥିଲା । ଭାରତ ୧୮.୨ ଓଭରରେ ୩ ୱିକେଟ୍ ହରାଇ ଟାର୍ଗେଟ ହାସଲ କରିଥିଲା । ଆଜି ଦୁଇ ଟିମ୍ ଦ୍ୱିତୀୟ ମୁକାବିଲା ଖେଳିବେ । ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି ।

ଏହା ବି ପଢନ୍ତୁ...ରେକର୍ଡ ବ୍ରେକର 'ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଇଣ୍ଡିଆ', ବିସ୍ଫୋରକ ବ୍ୟାଟିଂରେ ଆଗୁଆ, ବିଜୟରେ ରେକର୍ଡ...

ଭାରତ ପାଖରେ ବିଶ୍ୱ ରେକର୍ଡ ସୁଯୋଗ- ୦୨୬ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ, ଟିମ୍ ଇଣ୍ଡିଆ ପାଖରେ ଏକ ବଡ଼ ବିଶ୍ୱ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି । ଭାରତୀୟ ଦଳ ପୂର୍ବ ସଂସ୍କରଣରେ ଲଗାତାର ୮ଟି ମ୍ୟାଚ୍ ଜିତିଥିଲା । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଆମେରିକାକୁ ପରାସ୍ତ କରେ, ତେବେ ଏହା ଟି-୨୦ ବିଶ୍ୱକପରେ ଭାରତର ଲଗାତାର ନବମ ବିଜୟ ହେବ । ଏହା ସହିତ, ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ସର୍ବାଧିକ ଲଗାତାର ବିଜୟ ହାସଲ କରିଥିବା ଦଳ ହୋଇଯିବ । ବର୍ତ୍ତମାନ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସହିତ ପ୍ରଥମ ସ୍ଥାନରେ ରହିଛି, ଯେଉଁମାନେ ଲଗାତାର ୮ଟି ବିଜୟ ହାସଲ କରିଛନ୍ତି ।